Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବିବାହ ବନ୍ଧନରେ ବାନ୍ଧିହେଲେ ଅଖିଲ ଓ ଜୈନାବ ରାବଜୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିବାହ ବନ୍ଧନରେ ବାନ୍ଧିହେଲେ ଅଖିଲ ଓ ଜୈନାବ ରାବଜୀ

Key Points

ଚର୍ଚ୍ଚାରେ ଅଭିନେତା ନାଗାର୍ଜୁନଙ୍କ ଫ୍ୟାମିଲି
ପ୍ରଥମେ ବଡ ପୁଅ ଏବେ ସାନ ପୁଅ
ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୈନାବ ରାବଜୀଙ୍କୁ ବିବାହ ଅଖିଲ

ପୁଣି ଚର୍ଚ୍ଚାରେ ଅଭିନେତା ନାଗାର୍ଜୁନଙ୍କ ଫ୍ୟାମିଲି। ପ୍ରଥମେ ବଡ ପୁଅ ଦ୍ୱିତୀୟ ବିବାହ କରିଥିବାବେଳେ ଏବେ ସାନ ପୁଅ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେଲୁଗୁ ସିନେମା ଜଗତର ପ୍ରଖ୍ୟାତ ଅଭିନେତା ନାଗାର୍ଜୁନ ଆକ୍କିନେନିଙ୍କ ଛୋଟ ପୁତ୍ର ଅଖିଲ ଆକ୍କିନେନି ଶୁକ୍ରବାର ତାଙ୍କ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଜୈନାବ ରାବଜୀଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିଛନ୍ତି। ଏହି ଅନ୍ତରଙ୍ଗ ବିବାହ ଉତ୍ସବ ହାଇଦ୍ରାବାଦର ଜୁବିଲି ହିଲ୍ସସ୍ଥିତ ଆକ୍କିନେନି ପରିବାରର ବାସଭବନରେ ତେଲୁଗୁ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଛି।

ଜୈନାବ ରାବଜୀ ଜଣେ ପ୍ରତିଭାବାନ ଚିତ୍ରକର ଏବଂ ସେ ତାଙ୍କର ଅବସ୍ଟ୍ରାକ୍ଟ ଚିତ୍ରକଳା ପାଇଁ ପ୍ରସିଦ୍ଧ। ସେ ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଛନ୍ତି ଏବଂ ତାଙ୍କ ପିତା ଜୁଲ୍ଫି ରାବଜୀ ଜଣେ ପ୍ରଖ୍ୟାତ ଇଣ୍ଡଷ୍ଟ୍ରିଆଲିଷ୍ଟ ଓ ନିର୍ମାଣ ଶିଳ୍ପରେ ଏକ ବଡ଼ ନାମ। ଅଖିଲ ଓ ଜୈନାବଙ୍କ ବିବାହକୁ ନେଇ ଆକ୍କିନେନି ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ଅଖିଲ ଏବଂ ଜୈନାବଙ୍କ ନିର୍ବନ୍ଧ ଗତ ବର୍ଷ ନଭେମ୍ବର ମାସରେ ହୋଇଥିଲା। ଦୁହେଁ ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ବିବାହ ଉତ୍ସବରେ ଉଭୟ ଦମ୍ପତି ପାରମ୍ପରିକ ତେଲୁଗୁ ପୋଷାକରେ ପରିଧାନ କରିଥିଲେ। ଦୁହିଁଙ୍କ ବିବାହ ଉତ୍ସବ ଶୁକ୍ରବାର ତେଲ୍ଲାବାରୁଜାମୁରେ ଅନୁଷ୍ଠିତ ହୋଇଥିଲା।
 
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nagarjunas-son-akhil-akkineni-marries-longtime-girlfriend-zainab-ravdjee | Argus News