Nana Patekar Struggle / ୩୫ ଟଙ୍କାରୁ ୮୦ କୋଟିର ଯାତ୍ରା କଷ୍ଟ ଥିଲା…କିନ୍ତୁ ନିଜେ ଚାଷ କରି ମା’ଙ୍କ ସହ ରହୁଥିଲେ…
·1 hour ago·3 min read

Key Points
ଏମିତି ଏକ ସମୟ ଥିଲା ଯେତେବେଳେ ସେ ମାସକୁ ମାତ୍ର ୩୫ ଟଙ୍କା ପାଉଣା ପାଉଥିଲେ
କଠିନ ପରିଶ୍ରମ ମାଧ୍ୟମରେ ୮୦ କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି

ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର, ଯିଏ ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରିଥିଲେ, ଆଜି ସକାଳେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଫିଲ୍ମ କ୍ୟାରିଅର ଅନ୍ୟମାନଙ୍କ ପାଇଁ ଏକ ବଡ଼ ଉହାହରଣ କହିଲେ ଭୁଲ ହେବନି। ପରିବାର ପ୍ରତିପୋଷଣ ପାଇଁ ୧୩ ବର୍ଷ ବୟସରେ କାମ ଆରମ୍ଭ କରି, ନାନା ପାଟେକର ବଲିଉଡରେ ନିଜ ପାଇଁ ଏକ ଅନନ୍ୟ ଏବଂ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦେଖିବାକୁ ସେମିତି କୌଣସି ଖାସ ସୁନ୍ଦର ବି ନୁହେଁ। କିନ୍ତୁ ତାଙ୍କ ଜୀବନ୍ତ ଅଭିନୟ ଏମିତି ଥିଲା ଯେ ଫ୍ୟାନ୍ସମାନେ ତାଙ୍କ ଡାଏଲଗ ଏଯାଏ ଭୁଲି ନାହାନ୍ତି। ନିଜ ଅଭିନୟର ଏକ ସୁନ୍ଦର ଛାପ ଛାଡ଼ିଛନ୍ତି।
ଏମିତି ଏକ ସମୟ ଥିଲା ଯେତେବେଳେ ସେ ମାସକୁ ମାତ୍ର ୩୫ ଟଙ୍କା ପାଉଣା ପାଉଥିଲେ। ନାନା ପାଟେକରଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର୍ୟ ଏବଂ କଷ୍ଟରେ ବିତିଥିଲା। ସେ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ବହୁତ କମ୍ ବୟସରୁ କାମ କରିବା ଆରମ୍ଭ କରିଥିଲେ। ୧୩ ବର୍ଷ ବୟସରେ, ସେ ମୁମ୍ବାଇର ଚୁନାଭଟ୍ଟି ଅଞ୍ଚଳରେ ଫିଲ୍ମ ପୋଷ୍ଟର ରଙ୍ଗ କରୁଥିଲେ। ସେ ଦୈନିକ ପ୍ରାୟ ୮ କିଲୋମିଟର ଚାଲି କାମ କରିବାକୁ ଯାଉଥିଲେ, ମାସକୁ ୩୫ ଟଙ୍କା ରୋଜଗାର କରୁଥିଲେ। ଏହି କଠିନ ପରିଶ୍ରମ ଏବଂ ସଂଘର୍ଷ ସହିତ, ସେ ଥିଏଟର ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ ଏବଂ ତାଙ୍କର ଅନନ୍ୟ ସଂଳାପ ପରିବେଷଣ ସହିତ ବଲିଉଡରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ।
ଏହାସହ ପଢ଼ନ୍ତୁ: ପରିବାରକୁ ଲାଇମଲାଇଟଠୁ ଦୂରରେ ରଖୁଥିଲେ…ଛାଡ଼ପତ୍ର ନନେଇ ପତ୍ନୀଙ୍କଠୁ ଅଲଗା ରହୁଥିଲେ…ଜଣେ ପୁଅର ମୃତ୍ୟୁ ହୋଇସାରିଛି
ଏକ ମିଡିଆ ରିପୋର୍ଟ ଅନୁଯାୟୀ ନାନା ପାଟେକରଙ୍କ ମୋଟ ସମ୍ପତ୍ତି ପ୍ରାୟ ୮୦ କୋଟି ହେବ ବୋଲି ଆକଳନ କରାଯାଇଛି। ସେ ସାଧାରଣତଃ ପ୍ରତି ଫିଲ୍ମ ପାଇଁ ୨ରୁ ୩କୋଟି ନିଅନ୍ତି। ଏହି ଫିସ୍ ତାଙ୍କ ଭୂମିକା ଏବଂ ଫିଲ୍ମର ବଜେଟ୍ ଉପରେ ନିର୍ଭର କରେ। ଅଭିନୟ ବ୍ୟତୀତ, ସେ ଚଳଚ୍ଚିତ୍ର ନିର୍ଦ୍ଦେଶନା, ଲେଖା, ପ୍ରଯୋଜନା ଏବଂ ରିଅଲ୍ ଇଷ୍ଟେଟ୍ ନିବେଶ ମାଧ୍ୟମରେ ଆୟ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହେବା ସତ୍ତ୍ୱେ, ନାନା ପାଟେକର ସବୁବେଳେ ସରଳ ଜୀବନଯାପନ କରୁଥିଲେ। ନିଜେ ଖଟୁଥିଲେ ଆଉ ଖାଉଥିଲେ। ଦେଶର ବିଭିନ୍ନ ସ୍ଥାନରେ ତାଙ୍କର ଅନେକ ପ୍ରମୁଖ ସ୍ଥାନରେ ବିଳାସପୂର୍ଣ୍ଣ ସମ୍ପତ୍ତି ଅଛି। ତାଙ୍କର ମୁମ୍ବାଇର ଅନ୍ଧେରୀରେ ଏକ 750 ବର୍ଗଫୁଟ 1-BHK ଫ୍ଲାଟ୍ ଅଛି। ସେ ବର୍ଷ ବର୍ଷ ପୂର୍ବରୁ ଏହାକୁ ମାତ୍ର ୧.୧ ଲକ୍ଷରେ କିଣିଥିଲେ, ଯାହାର ବଜାର ମୂଲ୍ୟ ଆଜି ପ୍ରାୟ ୩ କୋଟି ହେବ। ସେ ତାଙ୍କ ମାଆଙ୍କ ସହିତ ଏହି ଘରେ ବହୁତ ଦିନ ଧରି ରହୁଥିଲେ। ଜୀବନଟା ତାଙ୍କ ନିଃସଙ୍ଗରେ କଟିଛି। କାରଣ ସ୍ତ୍ରୀ ଆଉ ପୁଅ ଥାଇ ମଧ୍ୟ ସେମାନେ ନାନାଙ୍କ ପାଖରେ ରହୁ ନଥିଲେ।
ପୁଣେ ନିକଟସ୍ଥ ଖଡକୱାସଲାରେ ତାଙ୍କର ୨୭ ଏକର ପରିମିତ ଏକ ଫାର୍ମହାଉସ୍ ଅଛି, ଯେଉଁଥିରେ ସାତଟି ରୁମ ଅଛି। ନାନା ପାଟେକର ଚାଷ କରିବାକୁ ଭାରି ଭଲ ପାଆନ୍ତି। ସେଥିପାଇଁ ନିଜ ହାତରେ ଗହମ ଏବଂ ଧାନ ଚାଷ କରନ୍ତି। ପୁଣେର ଲ’ କଲେଜ ରୋଡରେ ତାଙ୍କର ଏକ ଭବ୍ୟ ଘର ମଧ୍ୟ ଅଛି। ଗୋଆରେ ତାଙ୍କର ଏକ ଘର ଏବଂ ମୁରୁଦରେ ପୈତୃକ ସମ୍ପତ୍ତି ମଧ୍ୟ ଅଛି।
ନାନା ପାଟେକରଙ୍କ କାହାଣୀ ପ୍ରମାଣ କରୁଛି ଯେ, ଯଦି ଜଣେ ବ୍ୟକ୍ତି କିଛି ହାସଲ କରିବାକୁ ଚାହେଁ ତେବେ ୩୫ ଟଙ୍କାର ଏକ ସାମାନ୍ୟ ଦୈନିକ ମଜୁରୀ ମଧ୍ୟ ୮୦ କୋଟି ଟଙ୍କାର ଏକ ବଡ଼ ସାମ୍ରାଜ୍ୟ ଗଢ଼ିପାରିବ। ତାଙ୍କର ଏତେ ସମ୍ପତ୍ତି ଥାଇ ମଧ୍ୟ ସେ ତାଙ୍କର ରୋଜଗାରର ଏକ ବଡ଼ ଅଂଶ ସାମାଜିକ କାର୍ଯ୍ୟରେ ଲଗାଉଥିଲେ। “ନାମ” ଫାଉଣ୍ଡେସନ୍, ଯାହାକୁ ସେ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଷ୍ଠା କରିଥିଲେ। ତାଙ୍କ ବିୟୋଗରେ ପୁରା ବଲିଉଡ ସହ ଦେଶରେ ଶୋକର ଛାୟା ଖେଳିଯାଇଛି।

Related Topics
Explore more stories