Videos
|
Entertainment

କାହିଁକି ଲୁଚିଛପି ବିବାହ କଲେ ଅଭିନେତ୍ରୀ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହିଁକି ଲୁଚିଛପି ବିବାହ କଲେ ଅଭିନେତ୍ରୀ ?

ଲୁଚିକି ବାହା ହେଇଗଲେ ଅଭିନେତ୍ରୀ। କୌଣସି ଯାକଜକମରେ ବାହା ନହୋଇ ଲୁଚିକି ବାହା ହୋଇଯାଇଥିବା ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆମେ କହୁଛି ଅଭିନେତ୍ରୀ ନର୍ଗିସ୍‌ ଫଖରୀଙ୍କ କଥା ।ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ଦାବି କରାଯାଉଛି ଯେ ନର୍ଗିସ ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ବିବାହର ସମସ୍ତ ଫଟୋ ମଧ୍ୟ Reddit ପୋଷ୍ଟରେ ଦେଖିବାକୁ ମିଳିଛି।

ନର୍ଗିସ୍ ତାଙ୍କର ଦୀର୍ଘ ଦିନର ପ୍ରେମିକ ଟୋନି ବେଗଙ୍କୁ ବିବାହ କରିଛନ୍ତି। ଏହି ବିବାହ ଆମେରିକାର ଲସ୍ ଆଞ୍ଜେଲସ୍‌ରେ ହୋଇଥିଲା। ବିବାହର କୌଣସି ଫଟୋଗ୍ରାଫ୍ ଉଠାଯାଇ ନାହିଁ। ଏହା ଏକ ଅତ୍ୟନ୍ତ ବ୍ୟକ୍ତିଗତ ସମାରୋହ ଥିଲା । ଯେଉଁଥିରେ କେବଳ ନିକଟତର ବନ୍ଧୁ ଏବଂ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ଖବର ପରେ ଲୋକମାନେ ନର୍ଗିସ୍‌ଙ୍କ ବିବାହକୁ ନେଇ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ଅଭିନେତ୍ରୀ ବିବାହ ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି।

ଦୁହେଁ ଗତ କିଛି ବର୍ଷ ଧରି ପରସ୍ପରଙ୍କୁ ଡେଟିଂ କରୁଥିଲେ।ସେ ଏପର୍ଯ୍ୟନ୍ତ ତାଙ୍କର ବିବାହକୁ ଘୋଷଣା କରିନାହାଁନ୍ତି, କିନ୍ତୁ ସେମାନଙ୍କ ହନିମୁନ୍‌ର କିଛି ଭିଡିଓ ଏବଂ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯାହା ପରେ ପ୍ରଶଂସକମାନେ ଟୋନୀ ବେଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଭାଇରାଲ୍ ଫଟୋଗୁଡ଼ିକରେ, ଏକ ବିଶାଳ ୧୦ ଥାକିଆ କେକ ଉପରେ 'ହାପି ମ୍ୟାରେଡ୍ ଲାଇଫ୍' ଲେଖାଯାଇଛି। ଏହି କେକରେ ଟି.ବି. ଏବଂ ଏନ.ଏଫ. ଲେଖାଯାଇଛି । ଦ୍ୱିତୀୟ ଫଟୋରେ, ପାମ୍ଫଲେଟରେ ନର୍ଗିସ ଏବଂ ଟୋନିଙ୍କ ନାମର ପ୍ରଥମ ଦୁଇଟି ନାମ ଲେଖାଯାଇଛି।

ତୃତୀୟ ଫଟୋରେ ନର୍ଗିସଙ୍କ ଫଟୋ ଦେଖାଯାଉଛି। ଅନ୍ୟଏକ ଫଟୋରେ ମୁଦି ଥିବା ନଜର ଆସିଛି। ଯାହା ତାଙ୍କ ଗୁପ୍ତ ବିବାହର ପ୍ରମାଣ। ଟୋନି ବେଗ୍ କାଶ୍ମୀରର ବାସିନ୍ଦା। ଟୋନି ବେଗଙ୍କ ବାପାଙ୍କ ନାମ ଶକିଲ ଅହମ୍ମଦ ବେଗ। ଶକିଲ ଅହମ୍ମଦ ବେଗ୍ ଜମ୍ମୁ ଓ କାଶ୍ମୀରର ଡେପୁଟି ଇନ୍ସପେକ୍ଟର ଜେନେରାଲ ଥିଲେ। ସେ ତାଙ୍କ ଭାଇ ଟେଲିଭିଜନ ପ୍ରଯୋଜକ ଜନି ବେଗଙ୍କ ମାଧ୍ୟମରେ ମନୋରଞ୍ଜନ ଶିଳ୍ପ ସହିତ ମଧ୍ୟ ଜଡିତ। ବର୍ତ୍ତମାନ ନର୍ଗିସ ବଡ଼ ପରଦାରୁ ଦୂରରେ ଅଛନ୍ତି। କିନ୍ତୁ ସେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nargis Fakhri marries boyfriend Tony Beig in an intimate ceremony | Argus News