Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍‌

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ସିଦ୍ଧୁ ପାଜି ଏବଂ ତାଙ୍କ ପତ୍ନୀ । ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍‌ । ମହଙ୍ଗା ପଡିଲା କ୍ୟାନ୍‌ସର୍‌ ପାଇଁ 'ସ୍ପେଶାଲ ଡାଏଟ୍‌' ଲୋକଲୋଚନକୁ ଆଣିବା । ସେ କରିଥିବା ଦାବିକୁ ସିଦ୍ଧ କରିବା ପାଇଁ ୭ ଦିନ ଭିତରେ ପ୍ରମାଣ ନଦେଲେ, ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି। ଏଥିସହ ଦାବିରେ ସତ୍ୟତା ନଥିଲେ କ୍ଷମା ମାଗିବାକୁ କୁହାଯାଇଛି। ବହୁ ଡାକ୍ତର ମଧ୍ୟ ଏଭଳି ଦାବିକୁ ଦୃଢ଼ ବିରୋଧ କରିଛନ୍ତି ଏବଂ ଏହା ବିଜ୍ଞାନ ଆଧାରିତ ନୁହେଁ ବୋଲି କହିଛନ୍ତି। ଘରୋଇ ଚିକିତ୍ସାରେ କ୍ୟାନ୍‌ସର ଭଲ ହେଉଥିବା ଦାବି କରିବା ଏବେ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ମହଙ୍ଗା ପଡିଛି। ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।

ଅଧଘଣ୍ଟା ପରେ ୧୦ରୁ ୧୨ଟି ନିମ୍ବ ପତ୍ର ଓ ତୁଳସୀ ପତ୍ର ସହ ଅଦା, ଡାଲଚିନି ଓ ଗୋଲମରିଚ ଖାଉଥିଲେ। ଶ୍ୱେତସାର ଯୁକ୍ତ ଖାଦ୍ୟ, ଚିନି, କ୍ଷୀର, ରିଫାଇନ୍ ତେଲ ବନ୍ଦ କରିବା ସହ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଡିନର କରୁଥିଲେ। ଖାଇବାରେ ଲମ୍ବା ବ୍ୟବଧାନ କର୍କଟ କୋଷକୁ ମାରିବାର କ୍ଷମତା ରଖୁଥିବାରୁ ୧୪ ଘଣ୍ଟା ଖାଲି ପେଟରେ ରହୁଥିଲେ। ତେବେ ଏଭଳି ଦାବିକୁ ଭ୍ରମାତ୍ମକ ବୋଲି ନୋଟିସରେ ଦର୍ଶାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି। କହିବାକୁ ଗଲେ କିଛିଦିନ ତଳେ ନବଜୋତ ସିଂହ ସିଦ୍ଧୁ ଏବଂ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସମ୍ମିଳନୀରେ କହିଥିଲେ କି, କ୍ୟାନସର ଚତୁର୍ଥ ଷ୍ଟେଜରୁ ଆରୋଗ୍ୟ ପାଇଁ କେମୋ ଥେରାପି ସହ ଅସ୍ତ୍ରୋପଚାର ବି ହୋଇଥିଲା । ତେବେ ଏଥିସହ ସ୍ପେଶାଲ ଡାଏଟ୍ ଭାବେ ସେ ସକାଳୁ ଖାଲି ପେଟରେ ଉଷୁମ ଲେମ୍ବୁ ପାଣିରେ କଞ୍ଚା ହଳଦୀ ଓ ଗୋଟିଏ ପାଖୁଡା ରସୁଣ ଖାଉଥିଲେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Navjot Singh Sidhu's Wife Faces ₹850 Crore Notice Over Cancer Treatment Claims Made By Her Husband | Argus News