Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରଣବୀର, ସମୟଙ୍କୁ ଜାରି ହେଲା ଏନ୍‌ସିଡବ୍ଲ୍ୟୁ ସମନ

Ritu Das
Browse all articles by Ritu Das
·1 year ago·1 min read
ରଣବୀର, ସମୟଙ୍କୁ ଜାରି ହେଲା ଏନ୍‌ସିଡବ୍ଲ୍ୟୁ ସମନ

ୟୁଟ୍ୟୁବ୍‌ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ର ଏକ ଏପିଶୋଡ୍‌ରେ ଲୋକପ୍ରିୟ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗେଷ୍ଟ ପାନେଲିଷ୍ଟ ଭାବେ ଯୋଗଦେଇ ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଘଟଣାକୁ ନେଇ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ରଣବୀର ଏବଂ ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ସମୟ ରୈନାଙ୍କ ସହ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ଶୋ’ ସହ ଜଡ଼ିତ ଅନ୍ୟମାନଙ୍କୁ ମଙ୍ଗଳବାର ସମନ ଜାରି କରିଛି। ଶୁଣାଣି ପାଇଁ ଆସନ୍ତା ୧୭ରେ ନୂଆଦିଲ୍ଲୀସ୍ଥିତ ଏନ୍‌ସିଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ଶୋ’ରେ ରଣବୀର ଗେଷ୍ଟ୍‌ ପାନେଲିଷ୍ଟ ଭାବେ ଯୋଗ ଦେଇଥିବା ସମ୍ପୂର୍ଣ୍ଣ ଏପିଶୋଡ୍‌କୁ ମଙ୍ଗଳବାର ୟୁଟ୍ୟୁବ୍‌ ହଟାଇ ଦେଇଛି। ସୋମବାର ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ସଦସ୍ୟ ପ୍ରିୟଙ୍କ କାନୁନଗୋ ଉକ୍ତ ବିବାଦୀୟ ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ପାଇଁ ୟୁଟ୍ୟୁବ୍‌କୁ ଅନୁରୋଧ କରିଥିଲେ। ରଣବୀରଙ୍କ ଅଶ୍ଳୀଳ ମନ୍ତବ୍ୟ ମାମଲା ମଙ୍ଗଳବାର ସଂସଦରେ ପହଞ୍ଚିଛି।


ସଂସଦରେ ଅନେକ ଏମ୍‌ପି ରଣବୀରଙ୍କୁ ସମାଲୋଚନା କରିଛନ୍ତି। ତେଣୁ ଏମ୍‌ପିମାନଙ୍କ ଅଭିଯୋଗ ଆଧାରରେ ରଣବୀରଙ୍କୁ ସମନ ଜାରି କରିବା ପାଇଁ ସଂସଦୀୟ ଆଇଟି ପାନେଲ ଚିନ୍ତା କରୁଛି। ଏହି ବିବାଦ ସମ୍ବନ୍ଧିତ କିଛି ପ୍ରଶ୍ନର ଉତ୍ତର ରଖିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ଗଠିତ ସଂସଦୀୟ ପାନେଲ ଖବ୍‌ଶୀଘ୍ର ରଣବୀରଙ୍କୁ ସମନ ପଠାଇପାରେ। ଘଟଣାକୁ ନେଇ ଅଧିକ ତଦନ୍ତ ପାଇଁ ମୁମ୍ବାଇ ପୋଲିସର ଏକ ଟିମ୍‌ ମଙ୍ଗଳବାର ରଣବୀରଙ୍କ ଘରେ ପହଞ୍ଚିଛି। ପ୍ରକାଶ ଯେ, ସୋମବାର ମହାରାଷ୍ଟ୍ର ମହିଳା କମିଶନଙ୍କ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ରଣବୀର ଓ ସମୟଙ୍କ ସମେତ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅର୍ପୂବା ମୁଖିଜା ଏବଂ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NCW summons issued to Ranveer, Samay | Argus News