Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Neha Kakkar / ବଲିଉଡରେ ହୋଇଛି ବ୍ଲାକ ମ୍ୟାଜିକ୍‌, ଅଲଗା ହେଲେ ନେହା-ରୋହନ୍‌...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ବଲିଉଡରେ ହୋଇଛି ବ୍ଲାକ ମ୍ୟାଜିକ୍‌, ଅଲଗା ହେଲେ ନେହା-ରୋହନ୍‌...
Neha Kakkar

Key Points

ଅଲଗା ହେଲେ ନେହା-ରୋହନ୍‌
ମୁହଁ ଖୋଲିଲେ ନେହା, କହିଲେ...
ପୁଣି ଏକ ବିବାହ ବିଚ୍ଛେଦ। ବଲିଉଡରେ ବୋଧେ କାହାର ନଜର ଲାଗିଯାଇଛି। ଗୋଟେ ପରେ ଗୋଟେ ଯୋଡି ଅଲଗା ହେବାରେ ଲାଗିଛନ୍ତି। ପ୍ରସିଦ୍ଧ ଗାୟିକା ନେହା କକ୍କର ଗତ କିଛି ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାମ ଓ ସମ୍ପର୍କରୁ ବ୍ରେକ୍ ନେବା ସମ୍ବନ୍ଧରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେୟାର କରିବା ପରେ ତାଙ୍କ ବିବାହ ବିଚ୍ଛେଦକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନେହା ଓ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । କଣ ସତରେ ଅଲଗା ହେବେ ନେହା-ରୋହନ? କିନ୍ତୁ ଏହା କେତେ ଦୂର ସତ ତାକୁ ନେଇ ମୁହଁ ଖୋଲିଛନ୍ତି ନେହା କକ୍କର।

ନେହା ଶେଷରେ କହିଛନ୍ତି ଯେ, ଆଗାମୀ ଦିନରେ ସେ ନିଜ ପରିବାରିକ ଜୀବନ ବିଷୟରେ ସାଧାରଣରେ କମ୍ କଥା କହିବେ। ଏଥିସହିତ ସେ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ୱାସନ ଦେଇ କହିଛନ୍ତି ଯେ, ଖୁବ ଶୀଘ୍ର ସେ ନୂଆ ଉତ୍ସାହ ସହିତ ଫେରିବେ।ନେହା କକ୍କରଙ୍କ ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି। ତାଙ୍କ ଯୋଡିକୁ ମଧ୍ୟ ସମସ୍ତେ ଖୁବ ଭଲ ପାଆନ୍ତି। ନେହାଙ୍କର ପୂର୍ବରୁ ଗୋଟେ ବ୍ରେକଅପ୍‌ ହୋଇଥିବାବେଳେ କଣ ପୁଣି ଥରେ ତାଙ୍କର ଡିଭୋର୍ସ ହେବାକୁ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଫ୍ୟାନ୍ସ।

ଏଥିସହ ପଢ଼ନ୍ତୁ: ଅଳ୍ପ ପାଠପଢ଼ି ଗୁଗୁଲରେ କିପରି ପାଇବେ ଚାକିରି, ଏଥିପାଇଁ କଣ କରିବେ ଜାଣନ୍ତୁ...

ଏବେ ଏନେଇ ମୁହଁ ଖୋଲିଛନ୍ତି ନିଜେ ଗାୟିକା ନେହା କକ୍କର । ସେ ସୋସିଆକ ମିଡ଼ିଆରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ସେୟାର କରି କହିଛନ୍ତି ଯେ, ତାଙ୍କ ନିର୍ଦୋଷ ସ୍ୱାମୀ କିମ୍ବା ପରିବାରକୁ ଏହି ମାମଲାରେ ଟାଣିବା ଉଚିତ ନୁହେଁ। ନେହା ଲେଖିଛନ୍ତି, ତାଙ୍କ ସ୍ୱାମୀ ଓ ପରିବାର ହେଉଛନ୍ତି ସବୁଠୁ ଭଲ ଲୋକ, ଯେଉଁମାନଙ୍କ ସମର୍ଥନ ଦ୍ୱାରା ସେ ଆଜି ଏଠାକୁ ପହଞ୍ଚିଛନ୍ତି।ସେ ଆଉ କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ ଭାବୁକ ହୋଇ ପୋଷ୍ଟ କରିବା ତାଙ୍କ ଭୁଲ ଥିଲା, କାରଣ ମିଡ଼ିଆ କିପରି ଛୋଟ କଥାକୁ ବଡ଼ କରି ‘ତିଳ ରୁ ତାଳ’ ବନାଇଦିଏ, ସେଥିରୁ ସେ ଶିକ୍ଷା ନେଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Neha Kakkar | After Cryptic Posts, Neha Kakkar Breaks Silence On Divorce Rumours: "Don't Drag My Innocent Husband" | Argus News | Argus News