ଏକାଠି ନଜର ଆସିବେ ଦୀପିକା-ଅଲ୍ଲୁ, ସ୍ୱାଗତ କଲେ ଅଟଲି

Key Points
ଏକାଠି ନଜର ଆସିବେ ଦୁଇ ଷ୍ଟାର
ଅଲ୍ଲୁଙ୍କ ସହ ରୋମାନ୍ସ କରିବେ ଦୀପିକା
ଜାରି ହୋଇଛି ଭିଡିଓ
ଏକାଠି ନଜର ଆସିବେ ଦୁଇ ଷ୍ଟାର। ପ୍ରଥମ ଥର ସ୍କ୍ରିନ ସେୟାର କରିବେ ବଲିଉଡ ଏବଂ ଟଲିଉଡ ଷ୍ଟାର। ଦୀପିକା ପାଦୁକୋଣ ଏବଂ ଅଲ୍ଲୁ ଅର୍ଜୁନ ଏକ ରୋମାଣ୍ଟିକ ଯୋଡ଼ି ଭାବରେ ନଜର ଆସିବେ । ଅଟଲିଙ୍କ ସହ ହାତ ମିଳାଇଛନ୍ତି ଦୀପିକା ପାଦୁକୋଣ । ଖୁବଶୀଘ୍ର ନିର୍ମାତାଙ୍କ ଆଗାମୀ ଫିଲ୍ମରେ ଆସିବେ ନଜର । ଯାହାର ନାଁ AA22xA6 ରଖାଯାଇଛି । ଶନିବାର ଫିଲ୍ମ ନିର୍ମାତା ଦୀପିକା ପାଦୁକୋଣଙ୍କୁ ସ୍ୱାଗତ କରିବା ପାଇଁ ଏକ ଭିଡିଓ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ଦୀପିକା ପାଦୁକୋଣ AA22xA6 ରେ ତାଙ୍କର ଆକ୍ସନ୍ ଅବତାର ଉପସ୍ଥାପନ କରିବେ।
କ୍ଲିପର କ୍ୟାପସନରେ ନିର୍ମାତା ଦୀପିକାଙ୍କୁ ଜଣେ "ରାଣୀ" ଭାବରେ ବର୍ଣ୍ଣନା କରିଛନ୍ତି, ଯିଏ "ଜିତିବାକୁ" ପ୍ରସ୍ତୁତ। ମଜାଦାର କଥା ହେଉଛି ଦୀପିକାଙ୍କୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଫିଲ୍ମ ସ୍ପିରିଟ୍ରୁ ବାହାର କରାଯିବାର କିଛି ସପ୍ତାହ ପରେ ଅଟଲିଙ୍କ ଫିଲ୍ମରେ ଦୀପିକାଙ୍କୁ ଏଣ୍ଟ୍ରି ମିଳିଛି । ତେବେ ଗୁଜବ ଥିଲା ଯେ ଫିଲ୍ମରେ ୨ ନାୟକଙ୍କ କାହାଣୀ ଥାଇପାରେ । କିନ୍ତୁ ଅଲ୍ଲୁ ଅର୍ଜୁନଙ୍କ ଟିମ୍ ସ୍ପଷ୍ଟ କରିଛନ୍ତି ଯେ ଅଭିନେତା ଡବଲ ରୋଲ୍ରେ ନଜର ଆସିବେ । ଯାହା ଫିଲ୍ମର କାହାଣୀରେ ଆକର୍ଷଣୀୟ ମୋଡ଼ ଆଣିବ । ସ୍ପିରିଟ୍ ବ୍ୟତୀତ ନାଗ ଅଶ୍ୱିନଙ୍କ କଳକି-୨ରୁ ଦୀପିକା ପାଦୁକୋନଙ୍କୁ ବାହାର କରାଯିବା ନେଇ ହେଉଛି ଚର୍ଚ୍ଚା ।