Bollywood Update / ୬୨ ବର୍ଷରେ ନୀତା, ଭାଇରାଲ ହେଉଛି ଜନ୍ମଦିନର ଲୁକ୍
·8 months ago·2 min read

Key Points
ଭାଇରାଲ ହେଉଛି ନୀତା ଅମ୍ବାନୀଙ୍କ ଜନ୍ମଦିନର ଲୁକ୍
ଭିଡିଓ ହେଉଛି ଭାଇରାଲ
ସମସ୍ତେ ଜଣାଉଛନ୍ତି ଶୁଭେଚ୍ଛା
ଭିଡିଓ ହେଉଛି ଭାଇରାଲ
ସମସ୍ତେ ଜଣାଉଛନ୍ତି ଶୁଭେଚ୍ଛା
୬୨ ବର୍ଷରେ ପାଦ ଥାପିଲେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ । ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୀତା ଅମ୍ୱାନୀଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ନୀତା ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେଶନ ଏବଂ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ଅଧ୍ୟକ୍ଷା ଏବଂ ପ୍ରତିଷ୍ଠାତା। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜଣେ ନିର୍ଦ୍ଦେଶକ ମଧ୍ୟ। ନୀତା ଏବଂ ମୁକେଶ ତିନୋଟି ସନ୍ତାନର ପିତାମାତା ଜଣେ ଝିଅ, ଈଶା ଅମ୍ବାନୀ ଏବଂ ଦୁଇ ପୁଅ, ଆକାଶ ଏବଂ ଅନନ୍ତ ଅମ୍ବାନୀ। ନୀତାଙ୍କ ତିନି ସନ୍ତାନ ବିବାହ କରିସାରିଛନ୍ତି।
ନୀତା ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍ ଜଣାଶୁଣା। ସେ ଜଣେ ଫ୍ୟାଶନ ଆଇକନ। ତାଙ୍କର ଲୁକ୍ ପ୍ରାୟତଃ ଭାଇରାଲ ହୁଏ। ନୀତା ତାଙ୍କ ବୋହୂ, ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ମନୀଷ ମାଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଯୋଗ ଦେଇଥିଲେ। ସେମାନଙ୍କର ଲୁକ୍ ବି ଭାଇରାଲ ହୋଇଥିଲା। ଅମ୍ବାନୀ ପରିବାରର ଫ୍ୟାନ୍ ପେଜରେ ନୀତାଙ୍କ ଜନ୍ମଦିନର ଏକ ଭିଡିଓ ଶେୟାର କରାଯାଇଛି। ଭିଡିଓର କ୍ୟାପ୍ଶନରେ ଲେଖାଯାଇଛି, ‘ନୀତା ଅମ୍ବାନୀ ଜାମନଗରରେ ଟିମ୍ ସହିତ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି।’ ନୀତା ତାଙ୍କ ଜନ୍ମଦିନ ପାଳନ ପାଇଁ ଏକ ରାଜକୀୟ ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ। ସେ ସୁନା କାନଫୁଲ ଏବଂ ଏକ ବେଣୀ ସହିତ ତାଙ୍କର ଲୁକ୍କୁ ଶେଷ କରିଥିଲେ। ମୁଣ୍ଡରେ ଏକ ବଡ଼ ଟିକିଲି ତାଙ୍କ ଲୁକ୍କୁ ପୂରା କମ୍ପ୍ଲିଟ୍ କରିଥିଲା।
ଭିଡିଓରେ ନୀତା ତାଙ୍କ ରୁମ୍ରୁ ବାହାରି ଯାଉଥିବା ଦେଖାଯାଉଛି ଯେଉଁଠାରେ ଗୋଲାପ ଫୁଲର ପାଖୁଡ଼ାରେ ଏକ ରାସ୍ତା ତିଆରି କରାଯାଇଛି। ପରେ ନୀତା ତାଙ୍କର ଚପଲ ଖୋଲି ସେହି ଫୁଲ ଉପରେ ଚାଲିଚାଲି ଯାଉଛନ୍ତି। ଏହି ସମୟରେ ନୀତା ବହୁତ ଖୁସି ଦେଖାଯାଉଛନ୍ତି। ତାଙ୍କ ଟିମ୍ ନୀତାଙ୍କ ପାଇଁ ଏକ ସୁନ୍ଦର ଜନ୍ମଦିନ ପାର୍ଟି ଆୟୋଜନ କରିଥିଲା। ଯେଉଁଠାରେ ସେ ଟିମ୍ ସହିତ କେକ୍ କାଟି ସମସ୍ତଙ୍କୁ ଖୁଆଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories