Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ମୁଁ ଠିକ ଅଛି, ମୋତେ ଫୋନ କର...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ମୁଁ ଠିକ ଅଛି, ମୋତେ ଫୋନ କର...

Key Points

ଅଭିନେତ୍ରୀଙ୍କୁ ମିଳୁନି କାମ

ହିନା କହୁଛନ୍ତି ମୋତେ ଫୋନ କର 

ଚିନ୍ତାରେ ଅଛନ୍ତି ଅଭିନେତ୍ରୀ ହିନା ଖାନ । ସୋସିଆଲ ମିଡ଼ିଆରେ କହୁଛନ୍ତି ମୋତେ ଫୋନ କର । ମୁଁ ଭଲରେ ନାହିଁ। ଏଖବର ପରେ ହିନାଙ୍କ ଫ୍ୟାନ୍ସ ବ୍ୟସ୍ତ। କଣ ହୋଇଛି ହିନାଙ୍କର ? କାହିଁକି ଏମିତି କହିଛନ୍ତି ହିନା। ଟିଭି ଅଭିନେତ୍ରୀ ହିନା ଖାନ ଗତ ବର୍ଷ ନିଜର ପ୍ରଶଂସକଙ୍କୁ କହିଥିଲେ ଯେ, ସେ କ୍ୟାସନରରେ ପୀଡ଼ିତ। ହିନା ନିରନ୍ତର ନିଜର ପ୍ରଶଂସକଙ୍କୁ ନିଜର କ୍ୟାନସରର ଟ୍ରିଟମେଣ୍ଟ ସହ ଜଡି଼ତ ଅପଡେଟ୍ସ ଦେଇଛନ୍ତି।


ହିନା ଖାନ ପିଟିଆଇ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ସେ ଏବେ କାମ କରିବାକୁ ପ୍ରସ୍ତୁତ, କିନ୍ତୁ ସେ ଏହି ଜିନିଷକୁ ଅନୁଭବ କରି ପାରୁଛନ୍ତି ଯେ, କିଛି ଲୋକ ଏବେ ବି ତାଙ୍କ ସହ କାମ କରିବାକୁ ସଙ୍କୋଚ କରୁଛନ୍ତି। ହିନା ଖାନ କହିଛନ୍ତି, ସବୁ ପରେ ଏହା ମୋର ପ୍ରଥମ ପ୍ରୋଜେକ୍ଟ। ମୁଁ କାମ କରିବାକୁ ଚାହୁଁଛି। କେହି ମୋତେ ସିଧାସଳଖ କହି ନାହାନ୍ତି, ତୁମେ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହଁ, କିନ୍ତୁ ମୁଁ ବୁଝି ପାରୁଛି ଯେ, ହୁଏତ ଲୋକେ ସଠିକ୍‌ କାରଣ ପାଇଁ ସଙ୍କୋଚ କରୁଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହିନା ଖାନ କହିଛନ୍ତି, ଠିକ୍‌ ଅଛି। ମୋତେ ସେ ନିୟମ ଭାଙ୍ଗିବାକୁ ପଡ଼ିବ। ବୋଧହୁଏ ଏହି ଶୋ’ ସେ କରି ପାରନ୍ତି। ମୁଁ ବୁଝି ପାରୁଛି। ଯଦି ମୁଁ ତାଙ୍କ ସ୍ଥାନରେ ଥା'ନ୍ତି , ମୁଁ ଏହି ବିଷୟରେ ୧୦୦୦ ଥର ଭାବିଥା'ନ୍ତି। ସେ କହିଛନ୍ତି ଯେ, ଗତ ବର୍ଷେ ହେବ କାଷ୍ଟିଂ କଲ୍ସର ନିରବତା ସତ୍ତ୍ୱେ ମଧ୍ୟ ଏବେ ସେ ନୂଆ ରୋଲ୍ସ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି – ମୁଁ ଅଡିସନ୍ସ ପାଇଁ ପ୍ରସ୍ତୁତ ଅଛି, ମୁଁ କେଉଁଠି ଅଟକି ଗଲି ? ଗତ ବର୍ଷେ ହେବ ମୋତେ କେହି କଲ୍ କରି ନାହାନ୍ତି, ମୁଁ ସବୁ ଜିନିଷ ପାଇଁ ପ୍ରସ୍ତୁତ, ଦୟାକରି ମୋତେ ଫୋନ କରନ୍ତୁ।


ଏବେ ହିନା ଖାନ ଦୀର୍ଘ ଦିନ ପରେ ଟିଭି ଦୁନିଆକୁ ଫେରିଛନ୍ତି। ହିନା ଖାନ ଏହି ସମୟରେ କଲର୍ସର ରିଆଲିଟି ଶୋ ପତି –ପତ୍ନୀ ଓ ପଙ୍ଗାରେ ନଜର ଆସୁଛି। ସେ ଖୁଲାସା କରିଛନ୍ତି ଯେ, କ୍ୟାନସର କାରଣରୁ ଗୋଟିଏ ବର୍ଷରେ ସେ ଅନେକ ପ୍ରୋଜେକ୍ଟ ଛାଡି଼ଛନ୍ତି ଏବଂ ଏବେ ସେ କାମ କରିବାର ପ୍ରସ୍ତୁତିରେ ଅଛନ୍ତି। ଯାହାକୁ ନେଇ ନିଜେ ଅଭିନେତ୍ରୀ କହିଛନ୍ତି ଯେ, ମୁଁ ଠିକ ଅଛି ମୋତେ ଫୋନ କର। ମୁଁ କାମ କରିବାକୁ ଚାହେଁ। ତେବେ ଆଗକୁ ବାକି ରହିଲା ହିନା ଖାନଙ୍କୁ କେଉଁଥିରେ ଆଉ ଦେଖିବାକୁ ମିଳିବ।

Sponsored
TV actor Hina Khan urged people to let her work as she opened up about not receiving enough opportunities since her cancer diagnosis | Argus News