Videos
|
Entertainment

ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ

Smruti Parija
Browse all articles by Smruti Parija
·2 years ago·2 min read
ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ

ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ବାହାଘରକୁ ନେଇ ସବୁବେଳେ କିଛି ନା କିଛି ଗୁଜବ ଶୁଣିବାକୁ ମିଳେ । କହିବାକୁ ଗଲେ ତାଙ୍କ ବାହାଘର ବଲିଉଡର ସବୁଠୁ ବଡ ମିଷ୍ଟ୍ରି । ସେ କାହାକୁ ବାହା ହେବେ ? କେବେ ବାହା ହେବେ ? ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥାଏ ।  ସବୁବେଳେ ତାଙ୍କୁ କୌଣସି ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଏ । ହେଲେ କ'ଣ ଆପଣ ଜାଣନ୍ତି କି ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହଁ କି ସଙ୍ଗୀତା ବିଜଲାନି ନୁହେଁ । ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ ।  

ଏହି ଟେଲିଭିଜନ ଅଭିନେତ୍ରୀ ଯିଏ 2 ବର୍ଷରୁ ଅଧିକ ସମସ୍ତଙ୍କ ହୃଦୟରେ ରାଜ୍ କରିଥିଲେ । ଏପରିକି ସଲମାନଙ୍କ ମା' ଓ ବାପାଙ୍କର ଖୁବ ପ୍ରିୟ ଥିଲେ । ସେ ହେଉଛନ୍ତି ସନାୟା ଇରାନୀ । 
ସନାୟା ଇରାନୀ ଥରେ ସଲମାନ ଖାନଙ୍କ ସୋ ବିଗ୍ ବସ୍ 7 ରେ ଏହାର ଗ୍ରାଣ୍ଡ୍ ଫାଇନାଲ୍ ରେ ତାଙ୍କ ସୋ ରଙ୍ଗରସିଆକୁ ପ୍ରମୋଟ୍ କରିବାକୁ ଆସିଥିଲେ । ଅଭିନେତ୍ରୀ ସଲମାନ ଖାନଙ୍କ ସହ ଖୁବ ମଜା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସନାୟା ଇରାନୀ ଫହାନା ଚଳଚ୍ଚିତ୍ରରେ ମେହବୁବା ଭାବରେ କାଜୋଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଆମୀର ଖାନ ମଧ୍ୟ ଅଭିନୟ କରିଥିଲେ ଏବଂ ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା । ଏହା ପରେ ସେ ଟେଲିଭିଜନରେ ପ୍ରବେଶ କରିବା ପୂର୍ବରୁ ଶାହରୁଖ ଖାନ ଏବଂ ଅନ୍ୟମାନଙ୍କ ସହ ଅନେକ ବିଜ୍ଞାପନ କରିଥିଲେ । ଏହା ପରେ ସେ ଲେଫ୍ଟ ରାଇଟ୍  'ସୋ' ରେ ଡେବ୍ୟୁ କରିଥିଲେ । ଏବଂ କସମ୍ ସେ, ମିଲେ ଜବ୍ ହମ୍ ତୁମ୍ ଭଳି ଅନ୍ୟ ହିଟ୍ ସୋ’ ରେ ଅଭିନୟ କରିଥିଲେ ।  କିନ୍ତୁ ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ ସୋ ରେ ତାଙ୍କୁ ଖୁବ ସୁନାମ ମିଳିଥିଲା ।

ଆଉ ଏହି ସୋ ରେ ସଲମାନଙ୍କ ମାଆ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଥିଲେ । ଆଉ ଏହି କଥା ସଲମାନ ସନାୟାଙ୍କୁ ବିଗ୍ ବସ୍ ସେଟ୍ ରେ ଜଣାଇଥିଲେ । ଯାହା ଶୁଣି ସନାୟା ଲାଜେଇ ଯାଇଥିଲେ । 

 

not-katrina-kaif-aishwarya-rai-sangeeta-bijlani-jacqueliene-salman-khan-mother-big-fan-of-tv-star-sanaya | Argus News