Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରଣବୀରଙ୍କ ପରି ନିଜ ମା'ଙ୍କୁ ନେଇ ଅଶ୍ଳୀଳ ପରିହାସ କଲେ ଶ୍ୱାତୀ

Entertainment

ରଣବୀରଙ୍କ ପରି ନିଜ ମା'ଙ୍କୁ ନେଇ ଅଶ୍ଳୀଳ ପରିହାସ କଲେ ଶ୍ୱାତୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରଣବୀରଙ୍କ ପରି ନିଜ ମା'ଙ୍କୁ ନେଇ ଅଶ୍ଳୀଳ ପରିହାସ କଲେ ଶ୍ୱାତୀ

ନିଜ ମା'ଙ୍କ ବିଷୟରେ ଅଶ୍ଲୀଳ ପରିହାସ କରି ଚର୍ଚ୍ଚାରେ ଶ୍ୱାତୀ ଶଚଦେବା । ରଣବୀରଙ୍କ ପରେ ଏବେ ଜଣେ ଫିମେଲ ଷ୍ଟାଣ୍ଡଅପ କମେଡିଆନ ସମସ୍ତଙ୍କ ସାମ୍ନାରେ ସୋ ରେ ନିଜ ମାଙ୍କୁ ନେଇ କିଛି ଏପରି କହିଛନ୍ତି ଯାହା ଲୋକଙ୍କୁ ଅସନ୍ତୁଷ୍ଟ କରିଛି। କମେଡି ସୋ ନାମରେ ଆଜିକାଲି ଇଣ୍ଟରନେଟ୍ ରେ ଅନେକ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବାକୁ ମିଳୁଛି। ଷ୍ଟାଣ୍ଡାଅପ କମେଡିଆନ ହେଉଛନ୍ତି ଶ୍ୱାତୀ ଶଚଦେବା। ଶ୍ୱାତୀଙ୍କ ଏକ ଭିଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ମା ଙ୍କ ପ୍ରତି ଅଶ୍ଳୀଳ କଥା କହୁଥିବା ଦେଖାଯାଇଛି।

ଭାଇରାଲ କ୍ଲିପରେ ଶ୍ୱାତୀ କହୁଛନ୍ତି ‘ମୋ ମା ଫୁଲ ମମ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ଏହା ହୋଇ ପାରୁ ନାହିଁ’। ଏହା ପରେ ସେ ଯାହା କହୁଛନ୍ତି ତାହା ନା କେବଳ ଅଶ୍ଳୀଳ, ଅଶ୍ରବ୍ୟ ମଧ୍ୟ। ଏହି ଭିଡିଓ କ୍ଲିପ ଦେଖିବା ପରେ ଲୋକଙ୍କ କ୍ରୋଧ ଏବେ କାହିଁରି କଣ। ଲୋକେ ଶ୍ୱାତୀଙ୍କ ଉପରେ ଏବେ ଅସନ୍ତୁଷ୍ଟ। କଥା କେବଳ ଏତିକିରେ ନାହିଁ, ଲୋକେ ଏବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରୁଛନ୍ତି। ଜଣେ ୟୁଜର ତାଙ୍କ ଭିଡିଓରେ ମନ୍ତବ୍ୟ ଦେଇ ଲଜ୍ଜା! ବୋଲି ଉଲ୍ଲେଖ କରିଛନ୍ତି।


ସାମାନ୍ୟ ଥଟ୍ଟା ପରିହାସ ଚଳାଯାଇ ପାରେ ହେଲେ ଇଏତ ସମସ୍ତ ସୀମା ପାର କରିଗଲା ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି। ଏଥିରେ ଜଣେ ୟୁଜର ନିଜକୁ ପ୍ରଚାର କରିବା ପାଇଁ ମା ବାପାଙ୍କର ଇଜ୍ଜତ ସମ୍ମାନ ବି ଆମେ ରଖିବାନି କି ବୋଲି ପ୍ରଶ୍ନ କରିଛନ୍ତି। ନିକଟରେ ସମୟ ରୈନାଙ୍କ ୟୁ ଟ୍ୟୁବ ସୋ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ କୁ ନେଇ ଦେଶରେ ଖୁବ୍ ବିବାଦ ହୋଇଥିଲା। ସୋ ରେ ରଣବୀର ଅଲ୍ଲାହବାଦିୟା ନିଜ ପ୍ୟାରେଣ୍ଟଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ କରିଥିଲେ। ଏହା ପରେ ଅନେକ ରାଜ୍ୟରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଉଠିଥିଲା। ପୁଣି ସ୍ୱାତୀ ଏଭଳି ଭୁଲ କରିବାକୁ ପଛଘୁଞ୍ଚାଦେଲେନାହିଁ। କେହି କେହି ପ୍ରଶଂସକ ଏହା ମଧ୍ୟ ଦାବି କରୁଛନ୍ତି କି ଶ୍ୱାତୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
now-stand-up-comedian-swati-sachdeva-called-out-for-joke-on-mother-shameless | Argus News