Nupur Sanon / ବିବାହ ବନ୍ଧନରେ ବାନ୍ଧି ହେଲେ ନୁପୁର ସାନନ

Key Points
ହାତକୁ ଦି ହାତ ହେଲେ ନୁପୁର ।
ଷ୍ଟେବିନ୍ଙ୍କ ସହ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁସାରେ ବିବାହ କରିଛନ୍ତି ନୁପୁର।
ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନଙ୍କ ଘରେ ଖୁସିର ମାହୋଲ । କ୍ରିତି ସାନନଙ୍କ ସାନ ଭଉଣୀ ନୁପୁର ସାନନ ତାଙ୍କ ପ୍ରେମିକ ତଥା ଲୋକପ୍ରୟ ଗାୟିକ ଷ୍ଟେବିନ୍ ବେନଙ୍କ ସହ ସାତଫେରା ନେଲେ । ନୁପୁର ସାନନ୍ ଏବଂ ଷ୍ଟେବିନ୍ ବେନ୍ ଏବେ ଦୁହେଁ ଅଫିସିଆଲି ଭାବେ ହୋଇଛନ୍ତି ସ୍ୱାମୀ-ସ୍ତ୍ରୀ ।
ଅନେକ ଦିନର ଅପେକ୍ଷା ପରେ ପ୍ରେମିକ ଷ୍ଟେବିନ୍ଙ୍କ ସହ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁସାରେ ବିବାହ କରିଛନ୍ତି ନୁପୁର। ଏବେ ବିବାହର ପ୍ରଥମ ଝଲକ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଯାହା ଭାଇରାଲ ହେବାରେ ଲାଗିଛି । ଆଉ ନବଦମ୍ପତିଙ୍କୁ ତାଙ୍କ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଉଛନ୍ତି ।
ଭାଇରାଲ ହେଉଥିବା ଫୋଟରେ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଖ୍ରୀଷ୍ଟିଆନ୍ ୱେଡିଂରେ ନୁପୁର ଧଳାର ଗାଉନ୍ ପିନ୍ଧିଥିବାବେଳେ ଷ୍ଟେବିନ୍ ଏକ ଧଳା ଏବଂ କ୍ରିମ୍ କଲରର ସୁଟ୍ ପିନ୍ଧିଥିଲେ । କ୍ରତିଙ୍କ ପିତାମାତାଙ୍କୁ ମଧ୍ୟ ନୁପୁର ଏବଂ ଷ୍ଟେବିନ୍ ପଛରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ସମସ୍ତଙ୍କ ମୁହଁରେ ଖୁସିକୁ ସ୍ପଷ୍ଟ ଭାବରେ ନଜର ଆସୁଥିଲା । ନୁପୁର ଏବଂ ଷ୍ଟେବିନ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେମାନଙ୍କ ବିବାହ କୌଣସି ପରୀ କାହାଣୀ ଠାରୁ କମ୍ ଦେଖାଯାଉନାହିଁ । ପ୍ରଶଂସକମାନେ ମଧ୍ୟ ଦମ୍ପତିଙ୍କୁ ସେମାନଙ୍କ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି।
ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଉଦୟପୁରରେ ନୁପୁର ଏବଂ ଷ୍ଟେବିନ୍ ଏକ ଖ୍ରୀଷ୍ଟିଆନ୍ ବିବାହରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ଦମ୍ପତିଙ୍କ ବିବାହ ବ୍ୟକ୍ତିଗତ ଥିଲା । ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ଏହା ସହ ସନ୍ଧ୍ୟାରେ ଏକ ଚମତ୍କାର କକଟେଲ ପାର୍ଟି ହୋଇଥିଲା। ଏହା ବ୍ୟତୀତ ଖ୍ରୀଷ୍ଟିଆନ ବିବାହ ପରେ, ନୁପୁର ଏବଂ ଷ୍ଟେବିନ୍ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବେ। ନୁପୁର ଏବଂ ଷ୍ଟେବିନ୍ ପରସ୍ପରର ସଂସ୍କୃତିକୁ ସମ୍ମାନ ଦେଇ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ଉଭୟ ରୀତିନୀତି ଅନୁସାରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
📱 Get Argus News App
✨Related Topics
Explore more stories