Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପ୍ରିୟାପ୍ରୀତି ପରମ୍ପରାକୁ ନେଇ ନୁସରତଙ୍କ ଖୁଲାସା, ସୋସିଆଲ ମିଡିଆରେ ଭାଇରାଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରିୟାପ୍ରୀତି ପରମ୍ପରାକୁ ନେଇ ନୁସରତଙ୍କ ଖୁଲାସା, ସୋସିଆଲ ମିଡିଆରେ ଭାଇରାଲ

କହୁ କହୁ ସବୁ ସତ କହିଦେଲେ ବଲିଉଡ ଅଭିନେତ୍ରୀ ନୁସରତ୍‌ ଭରୁଚା। ଷ୍ଟାରକିଡ୍‌ ଙ୍କ ବିଷୟରେ ଯାହା କହିଲେ ତେହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଅପ୍‌କମିଙ୍ଗ ଫିଲ୍ମ ‘ଛୋରୀ-୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା । ନିକଟରେ ଏକ ପଡ୍‌କାଷ୍ଟ ସାକ୍ଷାତକାରରେ ବଲିଉଡ୍‌ର ପ୍ରିୟାପ୍ରୀତି ପରମ୍ପରା ବିଷୟରେ ସେ ଖୋଲା କଥା ହୋଇଛନ୍ତି । ୟୁଟ୍ୟୁବ୍‌ ପଡ୍‌କାଷ୍ଟ ହୋଷ୍ଟ୍‌ ଶୁଭଙ୍କର ମିଶ୍ରାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଷ୍ଟାର୍‌ କିଡ୍‌ମାନଙ୍କୁ ନିଶ୍ଚିତ ଭାବେ ଫାଇଦା ମିଳେ । ଇଣ୍ଡଷ୍ଟ୍ରିର କିଛି ନିର୍ଦ୍ଦେଶକ ତାଙ୍କ ଯାତ୍ରାରେ ଯୋଡ଼ି ହୋଇଛନ୍ତି, ଯାହାଙ୍କୁ ନୁସ୍‌ରତ ନିଜ ପରିବାର ଭଳି ଦେଖନ୍ତି ।


ବିଶାଲ ଫୁରିୟାଙ୍କ ‘ଛୋରୀ-୨’ ଓଟିଟିରେ ମୁକ୍ତିଲାଭ କରିଛି । କାରଣ ଇଣ୍ଡଷ୍ଟ୍ରି ବିଷୟରେ ଓ ଏହାର ଲୋକଙ୍କୁ ସେମାନେ ଜାଣନ୍ତି । ନ ଜାଣିଲେ ମଧ୍ୟ ସେମାନଙ୍କ ମା’ବାପା ଜାଣନ୍ତି । ସେଥିପାଇଁ ସେମାନେ ସେହି ସ୍ଥାନରେ ପହଞ୍ଚିପାରନ୍ତି, ଯେଉଁଠି ନୁସ୍‌ରତ ପହଞ୍ଚି ପାରିବେ ନାହିଁ । ଯଦି କୌଣସି ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କୁ ସେ ଭେଟିବାକୁ ଚାହିଁବେ, ତାଙ୍କ ଫୋନ୍‌ ନମ୍ବର କେଉଁଠୁ ପାଇବେ ଏବଂ କାହାକୁ ପଚାରିବେ ବୋଲି ନୁସରତ କହିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ଏହା ପୂର୍ବରୁ ଅନେକ ଅଭିନେତ୍ରୀ ଅବା ଅଭିନେତା ଷ୍ଟାରକିଡ୍‌ ଙ୍କୁ ନେଇ ଏଭଳି ଅନେକ ମନ୍ତବ୍ୟ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored