ୟଶ-ନୁସରତଙ୍କ ସମ୍ପର୍କରେ ଫାଟ, ଫ୍ୟାନ୍ସ କହୁଛନ୍ତି...

Key Points
ନୁସରତ୍-ୟଶଙ୍କ ସମ୍ପର୍କରେ ଫାଟ ! ପୂର୍ବତନ ପ୍ରେମିକା ପ୍ରେମରେ ଉବୁଟୁବ ଅଭିନେତା...
ଅଲଗା ହେଲେ ନୁସରତ-ୟଶ। ଅନେକ ଦିନର ଲଭ ଲାଇଫ ଚାଲିଥିବାବେଳେ ବର୍ତ୍ତମାନ ଅଲଗା ହେବାକୁ ଯାଉଥିବା ଜଣାପଡିଛି। ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୟଶ ଦାସ ଗୁପ୍ତା ମଧ୍ୟ ନୁସରତଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଦେଇଛନ୍ତି। ଏହି ସମୟରେ, ନୁସରତ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ନୁସରତ ଭଗବଦ ଗୀତାର ଧାଡ଼ି ଗୁଡ଼ିକୁ ସେୟାର କରିଛନ୍ତି। ଏଥିରେ ଲେଖାଯାଇଛି- ଯିଏ ତୁମର ନିୟନ୍ତ୍ରଣରେ ନାହିଁ, ତୁମେ ତାଙ୍କ ନିକଟରେ ଆତ୍ମସମର୍ପଣ କରିବା ଉଚିତ। ଏହା ଶାନ୍ତି ଏବଂ ସ୍ୱାଧୀନତା ପ୍ରଦାନ କରେ।
ଆପଣଙ୍କୁ କହି ରଖୁଛୁ ଯେ ନୁସରତ ଏବଂ ୟଶଙ୍କର ଏକ ପୁଅ ଅଛି । ଯାହାର ନାମ ୟିଶାନ। ୨୦୨୪ ମସିହାରେ, ସେ ତାଙ୍କ ପୁଅର ମୁହଁ ରିଭିଲ୍ କରିଥିଲେ। ନୁସରତଙ୍କ ପ୍ରଥମ ବିବାହ ଅନେକ ବିବାଦରେ ଘେରି ରହିଥିଲା। ଏକ ରିପୋର୍ଟ ଅନୁଯାୟୀ, ୟଶ ଇନଷ୍ଟାଗ୍ରାମରେ ନୁସରତଙ୍କୁ ଅନଫଲୋ କରିଦେଇଛନ୍ତି। ନିକଟରେ ଖବର ଆସିଥିଲା ଯେ ୟଶ ଏବଂ ନୁସରତ ଏକାଠି ରାମ୍ପରେ ଚାଲିବେ। କିନ୍ତୁ ୟଶ ରାମ୍ପ ୱାକ ପାଇଁ ଇଭେଣ୍ଟରେ ପହଞ୍ଚି ନଥିଲେ। ଏହା ମଧ୍ୟ କୁହାଯାଉଛି ଯେ ୟଶ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ପୁନମଙ୍କ ସହ ନିକଟତର ହେଉଛନ୍ତି। ଆଉ ନୁସରତ ଏହାକୁ ସହିପାରୁ ନାହାଁନ୍ତି। ଦୁହିଁଙ୍କ ମଧ୍ୟରେ ଅନେକ ସମସ୍ୟା ଚାଲିଛି। ଏବଂ କୁହାଯାଉଛି ଯେ ଏହି କାରଣରୁ ୟଶ ନୁସରତଙ୍କୁ ଅନଫଲୋ କରିଛନ୍ତି। କିନ୍ତୁ ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡିଛି।