Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Festival Celebration / ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମାଜ ଧୁମଧାମର ପାଳିଛନ୍ତି କାର୍ତ୍ତିକ ପୂର୍ଣ୍ଣିମା ଓ ନୂଆଁଖାଇ

Rashmita Mishra
Browse all articles by Rashmita Mishra
·8 months ago·2 min read
ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମାଜ ଧୁମଧାମର ପାଳିଛନ୍ତି କାର୍ତ୍ତିକ ପୂର୍ଣ୍ଣିମା ଓ ନୂଆଁଖାଇ

Key Points

ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମାଜ ଶନିବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ବେଶ୍ ଧୁମଧାମର ସହ ପାଳିନ କରିଛନ୍ତି । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମାଜ । 

ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମାଜ ଶନିବାର ଦିନ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ବେଶ୍ ଧୁମଧାମର ସହ ପାଳିନ କରିଛନ୍ତି । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମାଜ, ଖାଲି ସେତିକି ନୁହେଁ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବା ସହ ନୂଆଁଖାଇ ଉତ୍ସବ ମଧ୍ୟ ବହୁ ଆଡ଼ମ୍ଵର ସହ ପାଳିତ ହୋଇଛି । ଯୁବ ପିଢ଼ି ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟକୁ ଓଡ଼ିଆ ସଂସ୍କୃତି ଓ ରୀତିନୀତିର ମହତ୍ତ୍ୱ ବୁଝାଇବା ପାଇଁ ଏଭଳି ଏକ ପ୍ରୟାସ କରିଛନ୍ତି ଇଣ୍ଡୋନେସିଆରେ ରହୁଥିବା ଓଡ଼ିଆ ସମାଜ ।

ଏହି କାର୍ଯ୍ୟକ୍ରମକୁ ଇଣ୍ଡୋନେସିଆସ୍ଥିତ ଭାରତୀୟ ଦୂତାବାସର ପ୍ରଥମ ସଚିବ ଅମିତ ମିଶ୍ର, ଦୂତାବାସର ଆଟାଚେ (P&I) ତଥା କମ୍ୟୁନିଟି ଆଫାୟାସ? ଲାଲଥାଙ୍ଗ ରୁଓଲନଗୁଲ ଏବଂ ଆସିଆନସ୍ଥିତ ଭାରତୀୟ ମିଶନର ପ୍ରଥମ ସଚିବ ଡୋଳାମଣି ମେହରଙ୍କ ଦ୍ୱାରା ମିଳିତ ଭାବରେ ଉଦ୍ଘାଟିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ, ଯେଉଁଥିରେ ୭-୧୫ ବର୍ଷ ଏବଂ ୧୫-୧୬ ବର୍ଷ ବୟସର ଅନେକ ଜଣ ପିଲା ସାମିଲ ହୋଇଥିଲେ ।

ଇଣ୍ଡୋନେସିଆ ଓଡ଼ିଆ ସମାଜର ସଦସ୍ୟ ଶୁଭେନ୍ଦୁ ମିଶ୍ର କହିଛନ୍ତି କି ସେମାନେ ''ପ୍ରତ୍ୟେକ ଓଡ଼ିଆ ରୀତିନୀତିକୁ ବେଶ୍ ଧୁମଧାମର ସହ ପାଳନ କରୁଛୁ । ଆମ ଓଡ଼ିଆ ସମାଜର ସବୁ ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏକାଠି ହୋଇଥିଲେ । ନୂଆଁଖାଇ ଭେଟଘାଟ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଏହି ଦୁଇଟି ପର୍ବକୁ ଘରଠାରୁ ବହୁ ଦୂରରେ ରହିଥିବା ସତ୍ତ୍ୱେ ଓଡ଼ିଆ ପରମ୍ପରକୁ ଭୁଲି ନଯାଇ ସମସ୍ତେ ମିଳିମିଶି ପାଳନ କରିଛୁ । କିଏ ବାହାରେ କାମ କରିବା ପାଇଁ ତ ଆଉ କିଏ ବ୍ୟବସାୟ ପାଇଁ ଓଡ଼ିଶା ଛାଡିଥିବା ଲୋକଙ୍କ ସହିତ କାର୍ତ୍ତିକ ପୂର୍ଣ୍ଣିମା ପର୍ବ ପାଳନ କରାଯାଛି । ଆମ ପିଲାମାନଙ୍କୁ ଏହା ଓଡ଼ିଆ ରୀତିନୀତି ବିଷୟରେ ଶିଖିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ସମ୍ପ୍ରଦାୟକୁ ମଧ୍ୟ ଜଣେଇବା ପାଇଁ ଆମେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ," ସମାଜର ପ୍ରତିଷ୍ଠାତା ସଦସ୍ୟ ଶୁଭେନ୍ଦୁ ମିଶ୍ର କହିଛନ୍ତି।

ଅନ୍ୟ ଜଣେ ସମାଜ ସଦସ୍ୟା, ଅନିତା ଦେବାଶିଷ ରାୟ, ଜଗନ୍ନାଥ ଭଜନ ଉପସ୍ଥାପନ କରିଥିଲେ। ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର, 'ଶ୍ରୀ ଜଗନ୍ନାଥଙ୍କ ନବକଳେବ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ପ୍ରଯୋଜକ ସୌଭାଗ୍ୟଲକ୍ଷ୍ମୀ ଜେନା ଏବଂ ସୁପରିଚିତ ବ୍ୟକ୍ତିତ୍ଵ ଶ୍ରୀନିବାସ ଘଟୁଆରୀ ଅନଲାଇନ ମାଧ୍ୟମରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଓ ଚଳଚ୍ଚିତ୍ର ବିଷୟେର ନିଜର ମୂଲ୍ୟବାନ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜଣେ ଓଡ଼ିଆ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ଭତ, ଡାଲମା, ଖିରି, 'ଆମ୍ବା ଖଟା, ଚିପ୍ସ୍ ଏବଂ 'ଦହି ବରା' ସହିତ ଶେଷ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Festival Celebration | Odia Community in Indonesia Celebrates Kartika Purnima and Nuakhai Festival | Argus News