୪୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚିତ୍ର ଘମାଘୋଟ

ଭୁବନେଶ୍ୱର: ଆଜି ଓଡିଶାର 45ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ଘମାଘୋଟ। ଏ ନେଇ ଭୁବନେଶ୍ୱର ପ୍ରେସକ୍ଲବଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି., ଅଭିନେତା ବିଭାସ, ସନୋଜ, ସନ୍ଦୀପ, ତପି ମିଶ୍ର, ମିଷ୍ଟର ରାଉତ ଏବଂ ଅଭିନେତ୍ରୀ ଜୟଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l କଟକ ସ୍ଥିତ ବୃନ୍ଦାବନ ଏବଂ ଭୁବନେଶ୍ୱର ମହାରାଜା ପ୍ରେକ୍ଷାଳୟରେ ହେବ ଚଳଚ୍ଚିତ୍ର ଘମାଘୋଟର ପ୍ରିମିୟର ଶୋ l ଏକାଧିକ ଯୁବ କଳାକାରଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଥିବା ବେଳେ ଓଡିଆ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଏହାସହ ଏହି ଫିଲ୍ମର ଏକ ଆଇଟମ ଗୀତରେ ପ୍ରକୃତି ମିଶ୍ର ଅଭିନୟ କରିଛନ୍ତି। ଗୀତଟି ଲୋକଙ୍କ ହୃଦୟ ଛୁଉଁଛି। ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ଓଡିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି, ନିର୍ଦ୍ଦେଶକ ଭିନ୍ନ ଭିନ୍ନ ଧରଣର ଫିଲ୍ମ ପରଦାକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଠିକ ଏହି ଫିଲ୍ମଟି ମଧ୍ୟ ଲୋକଙ୍କ ହୃଦୟ ଜିଣିବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ, ପ୍ରଯୋଜକ ।