Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ବଲିଉଡ ସିନେମାକୁ ପଛରେ ପକାଇଲା ଓଡ଼ିଆ ଫିଲ୍ମ

Rashmita Mishra
Browse all articles by Rashmita Mishra
·1 year ago·2 min read
ବଲିଉଡ ସିନେମାକୁ ପଛରେ ପକାଇଲା ଓଡ଼ିଆ ଫିଲ୍ମ

Key Points

ବୋଉ ବୁଟୁ ଭୂତ ଏବେ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି

ବଲିଉଡ ସିନେମାକୁ ପଛରେ ପକାଇଲା ଓଡ଼ିଆ ଫିଲ୍ମ

ବୋଉ ବଟୁ ଭୂତ ୨୫ ଦିନରେ ୧୫.୧୦ କୋଟିର ନେଟ୍ କଲେକ୍ସନ କରିଛି

ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ବୋଉ ବୁଟୁ ଭୂତ ଏବେ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ବୋଉ ବୁଟୁ ଭୂତ’ ଓଡିଆ ସିନେମା ଜଗତରେ ରେକର୍ଡ କରିଛି। ଏହି ଫିଲ୍ମ ବଲିଉଡ ସିନେମାକୁ ବି ପଛରେ ପକାଇଛି । ତାହା ପୁଣି କୋଉ ଏମିତି ସେମିତି ସିନେମା ନୁହେଁ, ଭିକି କୌଶଲଙ୍କ ଛାଭାକୁ ପଛରେ ପକାଇ ଦେଇଛି ଓଡିଆ ହରର କମେଡି ଫିଲ୍ମ ‘ବୋଉ ବୁଟୁ ଭୂତ’ ।

ରିପୋର୍ଟ ଅନୁଯାୟୀ, ବୋଉ ବଟୁ ଭୂତ ୨୫ ଦିନରେ ୧୫.୧୦ କୋଟିର ନେଟ୍ କଲେକ୍ସନ କରିଛି। ସେହି ସମୟରେ, ଫିଲ୍ମଟି ୧୭.୮୧ କୋଟି ଆୟ କରିଛି। ଏହି ଫିଲ୍ମଟି ଓଡ଼ିଆ ସିନେମାରେ ଜଗତରେ ନୂଆ ରେକର୍ଡ କରି ସ୍ଥାନ ପାଇଛି । ଯାହା ୧୦ କୋଟି ଅତିକ୍ରମ କରିଥିବା ପ୍ରଥମ ଓଡିଆ ସିନେମା । ବର୍ତ୍ତମାନ ୧୫ କୋଟିରୁ ଅଧିକ ଆୟ ସହିତ, ଫିଲ୍ମଟି ଲଗାତାର ନୂତନ ରେକର୍ଡ ସୃଷ୍ଟି କରୁଛି।

ଏହି ଫିଲ୍ମଟି ୨ ରୁ ୩ କୋଟି ବଜେଟରେ ନିର୍ମିତ ହୋଇଥିବା ବେଳେ ନିର୍ମାତାମାନେ ୨୫ ଦିନରେ ୧୨-୧୩ କୋଟି ଟଙ୍କା ରିଟର୍ଣ୍ଣ ପାଇଛନ୍ତି। ଯାହାକି ନିବେଶ ଉପରେ ରିଟର୍ଣ୍ଣ ୪୦୩.୩୩ ପ୍ରତିଶତରେ ପହଞ୍ଚିଛି। ଯାହା ବିକି କୌଶଲଙ୍କ “ଛାଭା” ରେକର୍ଡ ଭାଙ୍ଗିଛି । “ଛାଭା”କୁ ପଛରେ ପକାଇ, ଏହା ୨୦୨୫ର ସର୍ବାଧିକ ଲାଭ ଅର୍ଜନକାରୀ ଫିଲ୍ମ ପାଲଟିଛି । ପୂର୍ବରୁ ଏହି ରେକର୍ଡ ଭିକି କୌଶଲଙ୍କ “ଛାଭା” ପାଖରେ ଥିଲା। “ଛାଭା” ୧୩୦ କୋଟି ବଜେଟରେ ନିର୍ମିତ ହୋଇଥିବା ବେଳେ ଫିଲ୍ମଟି ୬୧୫ କୋଟି ଟଙ୍କା ସଂଗ୍ରହ କରିଥିଲା । ଯାହାର ଯାହାର ନିବେଶ ଉପରେ ରିଟର୍ଣ୍ଣ ୩୭୩.୩୭% ରହିଛି । ସେହିପରି ତୃତୀୟରେ ରେଖାଚିତ୍ରମ୍ ରହିଛି, ଯାହା ୬ କୋଟି ଟଙ୍କାରେ ନିର୍ମିତ ହୋଇଥିବାବେଳେ ୨୭ କୋଟି ଟଙ୍କା ଆୟ କରିଛି ଓ ନିବେଶ ଉପରେ ରିଟର୍ଣ୍ଣ ୩୫୦% ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odia-films-overtake-bollywood-cinema | Argus News