Humane Sagar / ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ AIIMS ଦେଲା ଅପଡେଟ୍; କାମ କରୁନି ଏକାଧିକ ଅଙ୍ଗ
·10 months ago·2 min read

Key Points
ହ୍ୟୁମାନ ସାଗରଙ୍କୁ ହାଇ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡାଏଲେସିସ୍ ଚାଲିଛି । ତାଙ୍କୁ ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ୍ସ, ଆଣ୍ଟିଫଙ୍ଗାଲ୍ ଏବଂ ଅନ୍ୟ ଲାଇଫ୍ ସପୋର୍ଟରେ ରଖାଯାଇଛି । ହ୍ୟୁମାନଙ୍କ ଉପରେ MICU ଟିମ୍ ନଜର ରଖିଛି ।
ଭୁବନେଶ୍ଵର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ଵାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ଵର AIIMS ପକ୍ଷରୁ ଜାରି ମେଡିକାଲ୍ ବୁଲେଟିନରେ କୁହାଯାଇଛି, ହ୍ୟୁମାନ ସାଗର ଏବେ ମେଡିକାଲ୍ ଆଇସିୟୁରେ ଅଛନ୍ତି । ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ କାମ କରୁନାହିଁ ।
ନିଶ୍ଵାସ ପ୍ରଶ୍ଵାସରେ ଅସୁବିଧା, କିଡନୀ ଓ ଲିଭରଜନିତ ରୋଗରେ ହ୍ୟୁମାନ ପୀଡ଼ିତ ଅଛନ୍ତି । ଭୁବନେଶ୍ଵର AIIMSର ECMO ବିଶେଷଜ୍ଞ ଡକ୍ଟର ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ଵରେ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ହ୍ୟୁମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ଏଥିସହ ପଢ଼ନ୍ତୁ: ନିର୍ବାଚନ ହାରିବା ପରେ ଲାଲୁଙ୍କ ପରିବାରରେ ବଡ଼ ଫାଟ; ସଞ୍ଜୟଙ୍କୁ ଦାୟୀ କରି ସମ୍ପର୍କ ଭାଙ୍ଗିଲେ ରୋହିଣୀ
ହ୍ୟୁମାନ ସାଗରଙ୍କୁ ହାଇ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡାଏଲେସିସ୍ ଚାଲିଛି । ତାଙ୍କୁ ସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ୍ସ, ଆଣ୍ଟିଫଙ୍ଗାଲ୍ ଏବଂ ଅନ୍ୟ ଲାଇଫ୍ ସପୋର୍ଟରେ ରଖାଯାଇଛି । ହ୍ୟୁମାନଙ୍କ ଉପରେ MICU ଟିମ୍ ନଜର ରଖିଛି । ହ୍ୟୁମାନଙ୍କ ଚିକିତ୍ସା କରୁଛନ୍ତି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଚିକିତ୍ସା ପାଇଁ ହ୍ୟୁମାନଙ୍କୁ ଶୁକ୍ରବାର ମଧ୍ୟାହ୍ନରେ କଟକରୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ୨୪ ଘଣ୍ଟା ବିତିଥିଲେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସି ନାହିଁ । ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ଆକୁଳ ନିବେଦନ କରିଛନ୍ତି । ସେ କହିଛନ୍ତି, ମୋ ପୁଅ ଭେଣ୍ଟିଲେଟର୍ରେ ଅଛି । ଦୟାକରି ମୋ ପୁଅ ବାହାରକୁ ନେଇ ଚିକିତ୍ସା କରନ୍ତୁ ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୨ ବର୍ଷ ପରେ ଆନ୍ଦ୍ରେ ରସେଲଙ୍କୁ ଛାଡ଼ିଲା କୋଲକାତା, ଜାଣନ୍ତୁ କେଉଁ ୧୨ ଖେଳାଳିଙ୍କୁ ରିଟେନ୍ କଲା KKR
ଶୁକ୍ରବାର ଜରୁରୀକାଳୀନ ବିଭାଗରେ ପ୍ରାରମ୍ଭିକ ସ୍ଥିରତା ପରେ ଇଣ୍ଟେନ୍ସିଭିଷ୍ଟ ତଥା ଇସିଏମ୍ଓ ସ୍ପେଶାଲିଷ୍ଟ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ହ୍ୟୁମାନ ସାଗର । ଅତ୍ୟଧିକ କ୍ରନିକ୍ ଯକୃତ ବିଫଳତା, ବିଲାଟେରାଲ ନିମୋନିଆ, ଗୁରୁତର ଏଲ୍ଭି ସିଷ୍ଟୋଲିକ୍ ଡିସ୍ଫଙ୍କ୍ସନ ସହିତ ଡିଲାଟେଡ୍ କାର୍ଡିଓମାୟୋପାଥି ଚିହ୍ନଟ ହୋଇଥିବା ନେଇ AIIMS ପକ୍ଷରୁ ସୂଚନା ଦିଆଯାଇଛି ।
ହ୍ୟୁମାନ ଅସୁସ୍ଥ ହୋଇ ଗତ ୧୨ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଫ୍ୟାନ୍ସ ଓ ସେଲିବ୍ରିଟିମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Related Topics
Explore more stories