Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Operation Sindoor ଫିଲ୍ମ ନେଇ ଘୋଷଣା, ଜାରି ହେଲା ପୋଷ୍ଟର

Ritu Das
Browse all articles by Ritu Das
·1 year ago·1 min read
Operation Sindoor ଫିଲ୍ମ ନେଇ ଘୋଷଣା, ଜାରି ହେଲା ପୋଷ୍ଟର

ଅପରେଶନ ସିନ୍ଦୂର’। ପହଲଗାମରେ ହୋଇଥିବା ବର୍ବୋରଚିତ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବାହିନୀ। ଏବେ ଏହି ଅପରେଶନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏନେଇ ଘୋଷଣା କରାଯାଇଛି। ଭାଇରାଲ ଭୟାନିଙ୍କ ଅନୁଯାୟୀ, ଏହି ଫିଲ୍ମଟି ନିକି-ଭିକି ଭଗନାନି ଫିଲ୍ମସ୍‌ ଏବଂ କଣ୍ଟେଣ୍ଟ ଇଞ୍ଜିନିୟରଙ୍କ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି। ଏକ AI ପୋଷ୍ଟର ମାଧ୍ୟମରେ ଏହି ଫିଲ୍ମର ଘୋଷଣା କରାଯାଇଛି। ପୋଷ୍ଟରରେ ଜଣେ ମହିଳା ସାମରିକ ଅଧିକାରୀ ହାତରେ ବନ୍ଧୁକ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛି। ଏହା ର ପୋଷ୍ଟରରେ ‘ଭାରତ ମାତା କି ଜୟ ଅପରେସନ ସିନ୍ଦୂର’ ଲେଖାଯାଇଛି। ଏହି ଫିଲ୍ମଟି ଜ୍ୟାକି ଭଗନାନୀଙ୍କ ସମ୍ପର୍କୀୟ ଭାଇ ଭିକି ଭଗନାନୀଙ୍କ ଦ୍ୱାରା ପ୍ରଯୋଜିତ ହେଉଛି। ଭିକି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାଇରାଲଙ୍କ ପୋଷ୍ଟ ସେୟାର କରି ତାଙ୍କ ଫିଲ୍ମର ଘୋଷଣା ମଧ୍ୟ କରିଛନ୍ତି।


ଏବେ କେବଳ ଫିଲ୍ମଟି ଘୋଷଣା କରାଯାଇଛି। ଏହି ଫିଲ୍ମର ଷ୍ଟାରକାଷ୍ଟ ସମ୍ପର୍କରେ କୌଣସି ସୂଚନା ଶେୟାର କରାଯାଇ ନାହିଁ। ଉତ୍ତମ ମାହେଶ୍ୱରୀ ଏବଂ ନୀତିନ କୁମାର ଗୁପ୍ତା ମିଳିତ ଭାବରେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଭିକି ଭଗନାନୀ ବଲିଉଡରେ ଏକ ବଡ଼ ନାମ। ସେ ସୋନାକ୍ଷୀ ସିହ୍ନାଙ୍କ ସହିତ ‘ନିକିତା ରୟ’ ନାମକ ଏକ ଫିଲ୍ମ ମଧ୍ୟ ତିଆରି କରିଛନ୍ତି। ସୋନାକ୍ଷୀଙ୍କ ଏହି ଫିଲ୍ମ ମେ’ ୩୦ରେ ମୁକ୍ତିଲାଭ କରିବ। ‘ଅପରେସନ ସିନ୍ଦୂର’ ହେଉଛି ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ପରିଚାଳିତ ଏକ ଅପରେଶନ। ପାକିସ୍ତାନୀ ଆତଙ୍କବାଦୀମାନେ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମରେ ଆକ୍ରମଣ କରି ୨୬ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ। ପାକିସ୍ତାନକୁ ଜବାବ ଦେବା ପାଇଁ, ମେ’ ୭ ମେ'ରେ ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ। ଏବେ ଏହି ଷ୍ଟ୍ରାଇକର କାହାଣୀ ପରଦାରେ ଦେଖିବାକୁ ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
operation-sindoor-film-announcement-poster-released | Argus News