Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓସ୍କାର ଦୌଡ଼ରେ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର 'ଅନୁଜା', ୯ ବର୍ଷୀୟ ଝିଅର ସଂଘର୍ଷମୟ ଯାତ୍ରା

Entertainment

ଓସ୍କାର ଦୌଡ଼ରେ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର 'ଅନୁଜା', ୯ ବର୍ଷୀୟ ଝିଅର ସଂଘର୍ଷମୟ ଯାତ୍ରା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଓସ୍କାର ଦୌଡ଼ରେ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର 'ଅନୁଜା', ୯ ବର୍ଷୀୟ ଝିଅର ସଂଘର୍ଷମୟ ଯାତ୍ରା

ଅର୍ଗସ ବ୍ୟୁରୋ:  ଓସ୍କାର ପୁରସ୍କାର ଦୌଡ଼ରେ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର ଅନୁଜା । ଫିଲ୍ମ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର ବା ଏକାଡେମୀ ପୁରସ୍କାର ପାଇଁ ଚଳିତ ବର୍ଷ ନୋମିନେସନ ତାଲିକାରେ ଏହି ଫିଲ୍ମ ସ୍ଥାନ ପାଇଛି । ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର 'ଅନୁଜା' ମଧ୍ୟ ଶ୍ରେଷ୍ଠ ଲାଇଭ୍ ଆକ୍ସନ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗରେ ସ୍ଥାନ ପାଇଛି। ଗତକାଲି ଲସ୍ ଆଞ୍ଜେଲସରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟସ୍ ଆଣ୍ଡ ସାଇନ୍ସ ଓସ୍କାର ୨୦୨୫ ପାଇଁ ନୋମିନେସନ ତାଲିକା ପ୍ରକାଶ ପାଇଥିଲା । 


ନିର୍ଦ୍ଦେଶକ ଏଡମ ଜେ ଗ୍ରେଭ୍ସଙ୍କ ହିନ୍ଦୀ ଭାଷାରେ ନିର୍ମିତ ଆମେରିକୀୟ ସିନେମା ‘ଅନୁଜା’ ଓସ୍କାର ୨୦୨୫ ଦୌଡରେ ସାମିଲ ହୋଇଛି । ସିନେମାକୁ ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ କରାଯାଇଛି । ପ୍ରିୟଙ୍କା ଚୋପ୍ରା ଏହି ସିନେମାର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଦାୟିତ୍ବ ବହନ କରିଥିଲେ । ସିନେମା ଏକ ୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ ଯିଏ ନିଜ ବଡ ଭଉଣୀ ପଲକ ସହିତ ଏକ କପଡା କାରଖାନାରେ କାମ କରୁଛି । ଫିଲ୍ମରେ ୯ ବର୍ଷୀୟ ଅନୁଜାର ସଂଘର୍ଷମୟ ଯାତ୍ରା ଦେଖିବାକୁ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
Oscars 2025: Priyanka Chopra, Guneet Monga's 'Anuja' Dazzles | Argus News