Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Oscar / ଭାରତୀୟ ସିନେମା ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ, ପ୍ରଥମରେ ଏହି ସିନେମା

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଭାରତୀୟ ସିନେମା ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ, ପ୍ରଥମରେ ଏହି ସିନେମା

Key Points

ଓସ୍କାରରେ ‘ହୋମ୍‌ବାଉଣ୍ଡ୍‌’ର ଅଫିସିଆଲ୍‌ ଏଣ୍ଟ୍ରି
ମନୋନୀତ ହେଲା ଫିଲ୍ମ ‘Homebound’ 

ଫିଲ୍ମ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଆଇ) ଦ୍ୱାରା କୋଲକାତାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ୯୮ତମ ଓସ୍କାର ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ଭାରତର ଅଫିସିଆଲ ଏଣ୍ଟ୍ରୀ ଭାବେ ନୀରଜ ଘୟୱାନଙ୍କ ଚଳଚ୍ଚିତ୍ର ‘ହୋମବାଉଣ୍ଡ’କୁ ଚୟନ କରାଯାଇଛି। ଅପେକ୍ଷାର ହେଲା ଅନ୍ତ । ଓସ୍କାର-୨୦୨୬ ପାଇଁ ଫିଚର ଫିଲ୍ମ ବର୍ଗରେ ଘୋଷଣା ହେଲା ନାଁ । ଓସ୍କାର-୨୦୨୬ରେ ଏଣ୍ଟ୍ରି ମାରିଲା କରଣ ଜୋହରଙ୍କ ହିନ୍ଦୀ ଫିଲ୍ମ ହୋମବାଉଣ୍ଡ୍‌ । କୋଲକାତାର ପ୍ରତିଷ୍ଠିତ ଗ୍ଲୋବ ସିନେମାରେ ଅନୁଷ୍ଠିତ ଏହି ପ୍ରେସ କନଫରେନ୍ସରେ ୧୪ ଜଣ ଜୁରୀ ସଦସ୍ୟ ଉପସ୍ଥିତ ଥିଲେ।


ଏହି ଜୁରୀ ପ୍ୟାନେଲରେ ଏନ ଚନ୍ଦ୍ରା (ଅଧ୍ୟକ୍ଷ), ରଣବୀର ପୁଷ୍ପ ଏବଂ ଏଞ୍ଜେଲିକା ମୋନିକା ଆଦି ସାମିଲ ଥିଲେ। ଦେଶବ୍ୟାପୀ ବିଭିନ୍ନ ଚଳଚ୍ଚିତ୍ର ମଧ୍ୟରୁ ୨୪ଟି ଫିଲ୍ମକୁ ସର୍ଟଲିଷ୍ଟ କରାଯାଇ ଅନ୍ତିମ ଭାବେ ‘ହୋମବାଉଣ୍ଡ’କୁ ଓସ୍କାର ପାଇଁ ଚୟନ କରାଗଲା। ନୀରଜ ଘେୱାନଙ୍କ ନିର୍ଦ୍ଦେଶିତ, କରନ ଜୋହର ଓ ଆଦାର ପୁନାୱାଲାଙ୍କ ପ୍ରଯୋଜିତ ‘ହୋମ୍‌ବାଉଣ୍ଡ୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଇଶାନ ଖଟ୍ଟର, ବିଶାଲ ଜେଠୱା ଓ ଜାହ୍ନବୀ କପୁର । ଉତ୍ତର ଭାରତର ଏକ ଛୋଟ ଗାଁର ଦୁଇଜଣ ପିଲାଦିନ ସାଙ୍ଗଙ୍କ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ଉଭୟ ପୋଲିସ ଚାକିରି କରିବାକୁ ଚାହୁଁଛନ୍ତି। ଏହି ଚାକିରି ଜରିଆରେ ସେମାନେ ସେହି ସମ୍ମାନ ପାଇବାକୁ ଆଶା କରୁଛନ୍ତି। ଯାହା ସେମାନେ କେବେ ପାଇନାହାନ୍ତି। କିନ୍ତୁ ଲକ୍ଷ୍ୟର ନିକଟତର ହେବା ବେଳକୁ ଚାପ ଓ ସଂଘର୍ଷ ସେମାନଙ୍କ ବନ୍ଧୁତାରେ ସମସ୍ୟା ଉତ୍ପନ୍ନ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପୂର୍ବରୁ ‘ହୋମ୍‌ବାଉଣ୍ଡ୍‌’କୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ୯ ମିନିଟ୍‌ର ଷ୍ଟାଣ୍ଡିଂ ଓଭେସନ୍‌ ମିଳିଥିଲା । ୫୦ତମ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହା ୨ୟ ରନର୍‌-ଅପ୍‌ ସମ୍ମାନ ହାସଲ କରିଛି । କୋରିଆନ୍‌ ଫିଲ୍ମ ‘ନୋ ଅଦର୍‌ ଚଏସ୍‌’ ପ୍ରଥମ ପୁରସ୍କାର ଜିତିଥିବାବେଳେ ‘ସେଣ୍ଟିମେଣ୍ଟାଲ୍‌ ଭାଲ୍ୟୁ’ ରନର୍‌-ଅପ୍‌ ହୋଇଥିଲା । ଆସନ୍ତା ୨୬ ତାରିଖରେ ଭାରତର ସିନେମାଘରେ ମୁକ୍ତିଲାଭ କରିବ ‘ହୋମ୍‌ବାଉଣ୍ଡ୍‌’ ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Oscar | India’s Official Entry to Oscars 2026: Film Homebound Selected | Argus News | Argus News