Videos
|
Entertainment

ଖୋଲୁ ଖୋଲୁ ପୁଣି ବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

Ritu Das
Browse all articles by Ritu Das
·1 year ago·1 min read
ଖୋଲୁ ଖୋଲୁ ପୁଣି ବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

Key Points

ଖୋଲୁ ଖୋଲୁ ପୁଣି ବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

୨୪ ଘଣ୍ଟାରେ ପାକିସ୍ତାନର ନାମୀଦାମୀ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ପୁଣି ଥରେ ବ୍ୟାନ୍

ଗତକାଲି ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଥିଲା ପ୍ରତିବନ୍ଧକ

ଖୋଲୁ ଖୋଲୁ ପୁଣି ବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ । ୨୪ ଘଣ୍ଟାରେ ପାକିସ୍ତାନର ନାମୀଦାମୀ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ପୁଣି ଥରେ ବ୍ୟାନ୍ କରାଯାଇଥିବା ଦେଖିବାକୁ ମିଳିଛି । ଗତକାଲି କିଛି ପାକିସ୍ତାନୀ ସେଲିବ୍ରିଟି, କ୍ରିକେଟର ଏବଂ କିଛି ନ୍ୟୁଜ ଚେନାଲ ଭାରତରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ପୁଣି ଥରେ ବନ୍ଦ କରାଯାଇଛି । ହାନିଆ ଆମିର, ସାହିଦ ଆଫ୍ରିଦି, ମହିରା ଖାନ୍, ଫଓ୍ଵାଦ ଖାନ୍ ଭଳି ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟ ଭାରତରେ ଆଜି ସକାଳ ଠାରୁ ଦେଖିବାକୁ ମିଳୁନି । ତେବେ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ମିଳିନାହିଁ । ତେବେ ଗତକାଲି ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଥିଲା ପ୍ରତିବନ୍ଧକ।


ପାକିସ୍ତାନର ବଡ ବଡ ସେଲିବ୍ରିଟି ଏବଂ ଖେଳାଳିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟିଥିଲା । ଏହାପରେ ପାକିସ୍ତାନୀ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଭାରତରେ ଦେଖିବାକୁ ମିଳୁଛି । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ସମୟରେ ଏହି ପ୍ରତିବନ୍ଧକ ଲଗାଇଥିଲା ଭାରତ । ଅପରେସନ ସିନ୍ଦୂର ବେଳେ ଅପପ୍ରଚାର ଏବଂ ଦଙ୍ଗା ସୃଷ୍ଟିକାରୀ କଣ୍ଟେଣ୍ଟ ପକାଉଥିବାରୁ ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ସହ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା । ମାତ୍ର କାଲି ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହୋଇଥିଲେ ବି ଆଜି ଏହା ଆଉ ଦେଖିବାକୁ ମିଳୁନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pakistani-actors-social-media-account-has-been-closed-again | Argus News