ପ୍ରୀତି ଜିଣ୍ଟାଙ୍କ ଫଟୋକପି ପାକିସ୍ତାନର ଏହି ଅଭିନେତ୍ରୀ...

ଅର୍ଗସ ବ୍ୟୁରୋ: ବଲିଉଡର ୯୦ର ଡିମ୍ପଲ ଅଭିନେତ୍ରୀ ପ୍ରିତି ଜିଣ୍ଟା, ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ପ୍ରୀତି ଜିଣ୍ଟା ୧୯୯୮ରେ ଡେବ୍ୟୁ କରିଥିଲେ। ଏହାସହ ଆଜି ବି ପ୍ରୀତି ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ସମସ୍ତେ ତାଙ୍କ ସ୍ମାଇଲରେ ପାଗଳ । କିନ୍ତୁ ପ୍ରୀତି ଜିଣ୍ଟା ଏକୁଟିଆ ନୁହନ୍ତି ଯେ କେହି ବି ତାଙ୍କ ଡିମ୍ପଲ ଦେଖି ଘାୟଲ ହୁଅନ୍ତି, ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଡିମ୍ପଲ ଦେଖି ଫ୍ୟାନ୍ସ ପାଗଳ ।
ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ନିଜ ଲୁକ ପାଇଁ ଖୁବ ଚର୍ଚ୍ଚାରେ। ଫ୍ୟାନ୍ସ ତାଙ୍କ ଲୁକକୁ ବହୁତ ପସନ୍ଦ କରନ୍ତି। ହାନିଆଙ୍କୁ ମେକଅପ କରିବାକୁ ବି ଦରକାର ପଡେନାହିଁ। ସେ ବିନା ମେକଅପରେ ବି ବହୁତ ସୁନ୍ଦର ଦେଖାଯାଆନ୍ତି। ହାନିଆଙ୍କ ଫ୍ୟାନ୍ସ ଫଲୋର୍ସ କେବଳ ପାକିସ୍ତାନରେ ନୁହନ୍ତି ଇଣ୍ଡିଆରେ ମଧ୍ୟ ତାଙ୍କର ଅନେକ ଦିଓ୍ୱାନା ରହିଛନ୍ତି। ହାନିଆ ପାକିସ୍ତାନର ପପୁଲାର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ହାନିଆ ୨୦୧୭ରେ ଏକ ଟିଭି ସିରିୟଲ ତିତଲିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।
📱 Get Argus News App
✨ଏହାପରେ ଅନେକ ସୋରେ ସେ ନଜର ଆସିଛନ୍ତି। କୁହାଯାଉଛି ଯେ ହାନିଆ ଆମିର ପ୍ରୀତି ଜିଣ୍ଟାଙ୍କର ଫଟୋକପି ବୋଲି ଲାଗନ୍ତି। ହାନିଆ ଏବଂ ପ୍ରୀତି ଜିଣ୍ଟାଙ୍କର ଡିମ୍ପଲ ଅଛି ଏବଂ ଦୁହିଁଙ୍କର ମେକଅପର ପସନ୍ଦ ବି ଏକପ୍ରକାରର। ଏହି ଦୁଇ ଅଭିନେତ୍ରୀଙ୍କ ଫିଚର୍ସ ଖୁବ ମ୍ୟାଚ ହୋଇଥାଏ। ହାନିଆଙ୍କୁ ବର୍ତ୍ତମାନ ୨୭ ବର୍ଷ ହୋଇଥିବାବେଳେ ସେ ପାକିସ୍ତାନର ଅନେକ ସିରିୟର ଏବଂ ଫିଲ୍ମରେ କାମ କରନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: