Videos
|
Entertainment

ପାକିସ୍ତାନୀ ଡ୍ରାମାରେ ବଲିଉଡ ସିନ୍‌

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାକିସ୍ତାନୀ ଡ୍ରାମାରେ ବଲିଉଡ ସିନ୍‌

ପଦାରେ ପଡିଲା ପୁଣିଥରେ ପାକିସ୍ତାନର କେଳେଙ୍କାରୀ। କେତେବେଳେ ଭାରତୀୟଙ୍କଠାରୁ ଚୋରି କରୁଛନ୍ତି ତ ଆଉ କେତେବେଳେ ପଛପଟୁ ଲୁଚିକି ମାରୁଛନ୍ତି ଏମାନେ । କଥାରେ ଅଛି ବାଉଁଷ ନଳୀରେ କୁକୁର ଲାଙ୍ଗୁଳ ୧୨ ବର୍ଷ ରଖିବା ପରେ ବି ସିଧା ହୋଇନଥିଲା। ଠିକ ସେମିତି ପାକିସ୍ତାନୀ ମାନଙ୍କୁ ଯେତେ କହିଲେ ବି ସେମାନେ କେବେବି ସିଧା ସିଧା କିଛି କାମ କରିପାରିବେ ନାହିଁ। ଭାରତୀୟଙ୍କ ଫିଲ୍ମକୁ କପି କରି ଏକ ପାକିସ୍ତାନୀ ଡ୍ରାମା ତିଆରି କରିଛନ୍ତି ପାକିସ୍ତାନରେ । ଯାହାକୁ ନେଇ ଆକ୍ରୋଶ ବଢ଼ୁଛି।

ପହଲଗାମ ଆକ୍ରମଣ ଯୋଗୁଁ ଜାମ୍ମୁ-କାଶ୍ମୀର ସୀମାରେ ଉତ୍ତେଜନା ଲାଗି ରହିଛି। ସରକାର ପାକିସ୍ତାନ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ, ସୋସିଆଲ ମିଡିଆରେ ଓ ବଲିଉଡରେ ପାକିସ୍ତାନୀ କଳାକାରଙ୍କୁ ନିଷିଦ୍ଧ କରିବା ପାଇଁ ଦାବି ହେଉଛି । ଏବେ ସିନେମା ସହ ଜଡିତ ଆଉ ଏକ ବିବାଦ ଦେଖାଦେଇଛି । ଏହି ବିବାଦ ଏକ ପାକିସ୍ତାନୀ ଡ୍ରାମାକୁ ନେଇ ହୋଇଛି। ଏହାର ଏକ ସିନ୍ ଉପରେ ରାମଲୀଲାରୁ ଦୀପିକା ରଣବୀରଙ୍କ ସିନ୍ ଚୋରି କରିବା ଅଭିଯୋଗ ହୋଇଛି । 'ଶେର୍'ରେ ମଧ୍ୟ ସମାନ ଏକ ସିନ ଅଛି, ଯେଉଁଥିରେ ଅଭିନେତା ଦାନିଶ୍ ଏବଂ ସାରା ଖାନ ବନ୍ଧୁକ ଧରି ପରସ୍ପର ସାମ୍ନାରେ ଛିଡା ହୋଇଛନ୍ତି ।

୪୯ ସେକେଣ୍ଡର ଟିଜରରେ, ଦାନିଶ ଏବଂ ସାରା ବନ୍ଧୁକ ଧରି ଭୟ ବିନା ପରସ୍ପର ସାମ୍ନାରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି କିନ୍ତୁ ସେମାନଙ୍କ ଆଖିରେ ସେମାନଙ୍କ ପ୍ରେମ ସ୍ପଷ୍ଟ ଭାବରେ ଦେଖାଯାଉଛି। ଶେଷରେ, ଦୁହେଁ ବନ୍ଧୁକ ଚଳାଇ ଦିଅନ୍ତି । ଏହି ସିନଟି ଠିକ୍ ରାମଲୀଲା ପରି । ସେଥିପାଇଁ ନେଟିଜେନମାନେ ଏହି ସିନକୁ ଚୋରି ବୋଲି ଅଭିଯୋଗ କରୁଛନ୍ତି । ଶେରର ନିର୍ମାତାମାନେ ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହାଁନ୍ତି । ଅଭିନେତାମାନେ ମଧ୍ୟ ବିବାଦ ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

କିଛି ଦିନ ପୂର୍ବେ ରିଲିଜ୍ ହୋଇଥିବା ପାକିସ୍ତାନୀ ଡ୍ରାମା 'ଶେର୍'ର ଟିଜର ସୋସିଆଲ ମିଡିଆରେ ଏକ ବିବାଦ ସୃଷ୍ଟି କରିଛି । ଅନେକ ପ୍ରଶଂସକ ଏବଂ ସମାଲୋଚକ ସଞ୍ଜୟ ଲୀଲା ବନସାଲିଙ୍କ ୨୦୧୩ ଫିଲ୍ମ 'ରାମ ଲୀଲା'ର ଏକ ପ୍ରତୀକାତ୍ମକ ସିନ ସହ ସମାନତା ଦର୍ଶାଇଥିଲେ। ଏହି ସିନରେ, ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଚରିତ୍ରମାନେ ବନ୍ଧୁକ ଧରି ପରସ୍ପର ସାମ୍ନାରେ ଠିଆ ହୋଇଛନ୍ତି । ଦୁହେଁ ପରସ୍ପରକୁ ଭଲ ପାଆନ୍ତି କିନ୍ତୁ ସେମାନଙ୍କ ପରିବାର ପରସ୍ପରର ଶତ୍ରୁ । ଠିକ ସେହିପରି ପାରକିସ୍ତାନୀ ଡ୍ରାମାରେ ଦେଖିବକୁ ମିଳିଛି। ସେଥିପାଇଁ କୁହାଯାଏ ନା, ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pakistani-drama-sher-accused-of-copying-bollywoods-ram-leela | Argus News