Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Dharmendra Deol / ଧର୍ମେନ୍ଦ୍ରଙ୍କୁ ମନେ ପକାଇଲେ ପାକିସ୍ତାନୀ ଖେଳାଳି, କହିଲେ...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଧର୍ମେନ୍ଦ୍ରଙ୍କୁ ମନେ ପକାଇଲେ ପାକିସ୍ତାନୀ ଖେଳାଳି, କହିଲେ...

Key Points

ଧର୍ମେନ୍ଦ୍ରଙ୍କୁ ମନେ ପକାଇଲେ ପାକିସ୍ତାନୀ ଖେଳାଳି
ଯାହା ଭାଇରାଲ ହେଉଛି
ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି । ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁମ୍ବାଇ ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା। ବହୁତ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଦୀର୍ଘ ୬ ଦଶନ୍ଧି ଧରି ବଲିଉଡରେ ନିଜର କ୍ରେଜ୍ ବଳବତ୍ତର ରଖିଥିଲେ ଧର୍ମେନ୍ଦ୍ର । କିମ୍ବଦନ୍ତୀ ହିନ୍ଦୀ ସିନେମା ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ସହିତ କ୍ରୀଡ଼ା ଜଗତ ଏବଂ ପଡ଼ୋଶୀ ଦେଶଗୁଡ଼ିକୁ ଗଭୀର ଭାବରେ ଦୁଃଖିତ କରିଛି। ତାଙ୍କ ବିୟୋଗ କେବଳ ଜଣେ ଅଭିନେତାଙ୍କ ମୃତ୍ୟୁ ନୁହେଁ, ବରଂ ସିନେମାର ଏକ ସମ୍ପୂର୍ଣ୍ଣ ସୁବର୍ଣ୍ଣ ଯୁଗର ଅନ୍ତ। କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଥିଲେ। ପୂର୍ବତନ ପାକିସ୍ତାନୀ କ୍ରିକେଟ ଅଧିନାୟକ ରସିଦ ଲତିଫ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏଥିସହ ପଢ଼ନ୍ତୁ: ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ, ହେଲେ ଶେଷ ଫିଲ୍ମ ଦେଖିବାକୁ ରହିଲେନି...

ପୂର୍ବତନ ପାକିସ୍ତାନୀ ଅଧିନାୟକ ରସିଦ ଲତିଫ ଧର୍ମେନ୍ଦ୍ରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଧର୍ମେନ୍ଦ୍ର ଜୀ ଜଣେ କିମ୍ବଦନ୍ତୀ ନାୟକ ଥିଲେ।’ ‘ଶୋଲେ’ ଭଳି କ୍ଲାସିକ ଫିଲ୍ମ ଏବେ ବି ଆମ ହୃଦୟରେ ବଞ୍ଚି ରହିଛି । ସେ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ତାଙ୍କର କାର୍ଯ୍ୟ ସର୍ବଦା ମନେ ରହିବ।’ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଯେଉଁଥିରେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ସୁପରହିଟ୍ ଫିଲ୍ମ ଅନ୍ତର୍ଭୁକ୍ତ । ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ, ଯେଉଁଥିରେ "ଶୋଲେରେ ବାସନ୍ତୀ ଇନ୍ କୁତୋ କେ ଆଗେ ମତ ନାଚନା" ଏକ ପ୍ରମୁଖ ହିଟ୍ ଫିଲ୍ମ ଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଜୟାଙ୍କ ପ୍ରଥମ ପସନ୍ଦ ଥିଲେ ଧର୍ମେନ୍ଦ୍ର, କହିଲେ ମୁଁ ବାସନ୍ତୀ ହେଇଥିଲେ...

କେବଳ ସେତିକି ନୁହେଁ, ଆସନ୍ତା ମାସରେ ଅଭିନେତାଙ୍କର ଅଭିନୀତ ଏକ ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଛି। ହେଲେ ଭାଗ୍ୟର କି ବିଡମ୍ୱନା ଦେଖନ୍ତୁ, ନିଜର ଶେଷ ଫିଲ୍ମ ଦେଖିବାକୁ ସେ ରହିଲେ ନାହିଁ। ଧର୍ମେନ୍ଦ୍ରଙ୍କୁ ହୁଏତ ୮୯ ବର୍ଷ ହୋଇଯାଇଥିଲା, କିନ୍ତୁ ସେ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ । ତାଙ୍କୁ "ରକି ଔର ରାନୀ କି ପ୍ରେମ କାହାଣୀ" ରେ ଦେଖିବାକୁ ମିଳିଥିଲା, ଏବଂ ଏହା ପରେ "ତେରୀ ବାତେଁ... ମେଁ ଐସା ଉଲଜା ଦିୟା" ରେ ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ସେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କୁ ମୋହିତ କରିଥିଲେ । ସେ ଅଗସ୍ତ୍ୟ ନନ୍ଦଙ୍କ "ଇକ୍କିସ୍" ରେ ମଧ୍ୟ ନଜର ଆସିବେ, ଯାହା ଡିସେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିବ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Deol | Why a Pakistani Player Recalled Dharmendra Deol | | Argus News