Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

‘ପଞ୍ଚାୟତ ସିଜିନ ୫’ର ଘୋଷଣା କଲା ପ୍ରାଇମ ଭିଡିଓ

Banajyotshna Ray
Browse all articles by Banajyotshna Ray
·1 year ago·1 min read
‘ପଞ୍ଚାୟତ ସିଜିନ ୫’ର ଘୋଷଣା କଲା ପ୍ରାଇମ ଭିଡିଓ

Key Points

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

‘ପଞ୍ଚାୟତ ସିଜିନ ୫’ର ଘୋଷଣା କଲା ପ୍ରାଇମ ଭିଡିଓ
ଫୁଲେରାକୁ ଫେରିବ ଚମକ

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆସିବ ପଞ୍ଚାୟତର ସିଜିନ ୫ । ଭାରତର ସବୁଠୁ ମନ ପସନ୍ଦର ଓ୍ଵେବ ସିରିଜ୍ ମଧ୍ୟରୁ ଗୋଟିଏ ହେଉଛି ‘ପଞ୍ଚାୟତ’। ପ୍ରଶଂସକ ପଞ୍ଚାୟତ ସିଜିନ ୪ର ମଜା ନେଉଥିବା ବେଳେ ନିର୍ମାତା ଆଉ ଏକ ଖୁସି ଖବର ଦେଇଛନ୍ତି। ନିର୍ମାତା ପଞ୍ଚାୟତ ୫ର ଘୋଷଣା କରିଛନ୍ତି। ନିର୍ମାତା ଏହା ମଧ୍ୟ ଜଣାଇଛନ୍ତି ଯେ ପଞ୍ଚାୟତର ସିଜିନ ୫ କେବେ ରିଲିଜ୍ ହେବ। ପ୍ରାଇମ ଭିଡିଓ ଏକ୍ସରେ ଏହାକୁ ନେଇ ସୂଚନା ଦେଇଛି। ଚତୁର୍ଥ ସିଜିନ ଜୁନ ୨୪ରେ ରିଲିଜ ହୋଇଛି। ଏଥର ସିଜିନରେ ପଞ୍ଚାୟତ ନିର୍ବାଚନ ଦେଖା ଯାଇଛି।


କ୍ରାନ୍ତି ଦେବୀ ଓ ମଞ୍ଜୁ ଦେବୀ ନିର୍ବାଚନ ଲଢିଛନ୍ତି ଏବଂ ଦୁଇ ପାର୍ଟି ନିର୍ବାଚନ ଜିତିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି। ହେଲେ ଏଥର ନିର୍ବାଚନରେ ମଞ୍ଜୁ ଦେବୀ ହାରିବା ସହ କ୍ରାନ୍ତି ଦେବୀ ବାଜିମାତ କରିଛନ୍ତି। ପ୍ରାଇମ ଭିଡିଓଜ ଏକ୍ସରେ ପଞ୍ଚାୟତକୁ ନେଇ ପୋଷ୍ଟ କରି ଲେଖିଛି, ହାଏ, ଫୁଲେରା ପୁଣି ଥରେ ଆସିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ପଞ୍ଚାୟତର ନୂଆ ସିଜିନ ଶୀଘ୍ର ଆସୁଛି। ଶୋର ନୂଆ ସିଜିନ୍ ୨୦୨୬ରେ ରିଲିଜ୍ ହେବ। ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ବିନୋଦ ଚୌକିରେ ବସିଛନ୍ତି ଏବଂ ବନରାକସ ଓ ବିକାଶ ବିନୋଦଙ୍କୁ ଚୌକି ସହ ଉଠାଇ ଧରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାଖରେ ମଞ୍ଜୁ ଦେବୀ, ଅଭିଷେକ ତ୍ରିପାଠୀ, ରିଙ୍କି, ବ୍ରଜ ଭୂଷଣ, ପ୍ରହ୍ଲାଦ ପାଣ୍ଡେ ଓ କ୍ରାନ୍ତି ଦେବୀ ଏକ ସଙ୍ଗେ ପୋଜ୍ ଦେଉଛନ୍ତି। ଉଲ୍ଲେଖନୀୟ ପଞ୍ଚାୟତ ପ୍ରଶଂସକଙ୍କ ସବୁଠୁ ଲୋକପ୍ରିୟ ଓ୍ଵେବ୍ ସିରିଜ୍ ମଧ୍ୟରୁ ଗୋଟିଏ। ଏହି ସିରିଜରେ ଏ ପର୍ଯ୍ୟନ୍ତ ୪ଟି ସିଜିନ ଓଟିଟିକୁ ଆସି ସାରିଛି। ଚାରୋଟି ସିଜିନ ପ୍ରଶଂସକ ଓ ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇଛି। ଶୋର କାହାଣୀ ଓ ଅଭିନୟ ବେଶ ଚମତ୍କାର ରହିଛି।

Sponsored
panchayat-season-5-announced-prime-video-shares-first-look-poster-featuring-phulera-gang | Argus News