Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ‘ଦୃଶ୍ୟମ-୩’ କାହିଁକି ଛାଡ଼ିଲେ ପରେଶ ରାୱଲ ? ଫ୍ୟାନ୍ସ କହିଲେ...

Banajyotshna Ray
Browse all articles by Banajyotshna Ray
·8 months ago·3 min read
‘ଦୃଶ୍ୟମ-୩’ କାହିଁକି ଛାଡ଼ିଲେ ପରେଶ ରାୱଲ ? ଫ୍ୟାନ୍ସ କହିଲେ...

Key Points

ଖୁବଶୀଘ୍ର ଆସିବ ‘ଦୃଶ୍ୟମ-୩’
ପୁଣି ଥରେ ସସପେନ୍ସ ପାଇଁ ପ୍ରସ୍ତୁତ ଅଜୟ ଦେବଗନ
ହେଲେ ଫିଲ୍ମ ଛାଡ଼ିଲେ ପରେଶ ରାୱଲ ?
ଫିଲ୍ମ 'ଦୃଶ୍ୟମ ୩'କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୃଶ୍ୟମର ପ୍ରଥମ, ଦ୍ୱିତୀୟ ଭାଗ ପରେ ବର୍ତ୍ତମାନ ଆସିବାକୁ ଯାଉଛି 'ଦୃଶ୍ୟମ ୩' । ଏହି ଆକ୍ସନ, ଥ୍ରୀଲର ଫିଲ୍ମଟି ସମସ୍ତଙ୍କ ହୃଦୟ ଛୁଇଁଥିଲା। ବଲିଉଡରେ ବ୍ଲକବଷ୍ଟର ଥିଲା। ତେବେ ଖୁବଶୀଘ୍ର ଏହାର ତୃତୀୟ ଭାଗ ଆସିବାକୁ ଯାଉଛି। 'ଦୃଶ୍ୟମ ୩' ଫିଲ୍ମରେ ପରେଶ ରାଓ୍ୱଲ ଅଭିନୟ କରିଥାନ୍ତେ। ହେଲେ ସେ ମନା କରିଦେଇଥିଲେ। କିନ୍ତୁ କାହିଁକି ?

ପରେଶ ରାୱଲ:

ପରେଶ ରାୱଲ ବଲିଉଡ୍‌ର ଜଣେ ଦମଦାର ଓ ଅନୁଭବୀ ଅଭିନେତା ଏବଂ ଏବେସୁଦ୍ଧା ଅନେକ ଏମିତି ଚରିତ୍ର କରିଛନ୍ତି , ଯେଉଁଥି ପାଇଁ ସେ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ଏବେ ପରେଶ ରାୱଲ ଗତ କିଛି ଦିନ ହେବ ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ 'ଦୃଶ୍ୟମ-୩' କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପରେଶ ରାୱଲଙ୍କୁ ପଚରା ଯାଇଥିଲା ଯେ, ଅଜୟ ଦେବଗନଙ୍କ ପ୍ରସିଦ୍ଧ ଫ୍ରାଞ୍ଚାଇଜ୍‌ର ଟିମ୍‌ କଣ ତାଙ୍କୁ ସଂପର୍କ କରିଥିଲେ, ଏହା ଉପରେ ଅଭିନେତା କହିଥିଲେ , ହଁ , ନିର୍ମାତାମାନେ ମୋତେ ସଂପର୍କ କରିଥିଲେ। କିନ୍ତୁ ମୁଁ ଭାବିଲି ଯେ, ଏହି ଭୂମିକା ମୋ ପାଇଁ ଉପଯୁକ୍ତ ନଥିଲା। ମଜା ଆସିଲା ନାହିଁ। କିନ୍ତୁ ସ୍କ୍ରିପ୍ଟ ବହୁତ ଭଲ। ମୁଁ ପ୍ରକୃତରେ ପ୍ରଭାବିତ ହେଲି। କିନ୍ତୁ ଏକ ଦମଦାର ସ୍କ୍ରିପ୍ଟରେ ମଧ୍ୟ , ଆପଣଙ୍କୁ ଏକ ଏମିତି ରୋଲ୍‌ ଆବଶ୍ୟକ ହୋଇଥାଏ। ଯାହାକୁ ନେଇ ଆପଣ ଉତ୍ସାହିତ ହେବେ।

ନୁହେଁ ତ ମଜା ଆସିବ ନାହିଁ। ଏହି ପ୍ରୋଜେକ୍ଟରୁ ତାଙ୍କର ହଟିବାରେ ଖୁବ୍ ବିବାଦ ହୋଇଥିଲା। କିନ୍ତୁ ଏହି ବିବାଦର କଣ ପ୍ରିୟଦର୍ଶନଙ୍କ ସହ ତାଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ସଂପର୍କ ଉପରେ ପ୍ରଭବା ପଡ଼ିଲା ? ପରେଶ ରାୱଲ କହିଥିଲେ,- ବହୁତ କିଛି ହୋଇଛି , କିନ୍ତୁ ଏଥିରେ ପ୍ରିୟଦର୍ଶନଙ୍କ ସହ ମୋର ସଂପର୍କରେ କୌଣସି ଫାଟ ସୃଷ୍ଟି ହୋଇ ନାହିଁ । ଏମିତି ସଂପର୍କ ଖରାପ ହୁଏନି। ବାସ୍ତବ କଥା ହେଲା ଏହାଯେ, ଏଥିରେ ଆମର ସଂପର୍କ ଆହୁରି ମଜବୁତ ହୋଇଛି। ଏସବୁ ଭିତରେ ଏବେ ଆମେ ପରସ୍ପରକୁ ଆହୁରୁ ଭଲ ଭାବେ ଜାଣିଲୁ। ଆମର ସଂପର୍କ ଖୁବ୍‌ ସ୍ୱଚ୍ଛ। ପରେଶ ରାୱଲ ଏହି ସମୟରେ ରିଲିଜ ହୋଇଥିବା ହରର-କମେଡି ଫିଲ୍ମ ଥମ୍ମାର ସଫଳତାର ଆନନ୍ଦ ନେଉଛନ୍ତି।

ପରେଶ ରାୱଲ ଏଥିରେ ଶ୍ରୀ ରାମ ବଜାଜ ଗୋୟଲର ଭୂମିକାରେ ନଜର ଆସିଛନ୍ତି , ଯିଏ କି ସର୍ବଦା କମେଡିରେ ଟ୍ରାଜେଡି ଖୋଜନ୍ତି। ଚଳିତ ବର୍ଷ ଜୁନ୍‌ରେ , ପରେଶ ରାୱଲ ସ୍ପଷ୍ଟ କରିଥିଲେ ଯେ, ସବୁ ମତଭେଦ ସମାଧାନ ହୋଇ ଯାଇଛି ଏବଂ ସେ ହେରାଫେରି-୩ରେ ପ୍ରତ୍ୟାବର୍ତ୍ତନ କରିବା ଓ ଅକ୍ଷୟ କୁମାର ଓ ସୁନିଲ ଶେଟ୍ଟୀଙ୍କ ସହ ପୁଣି ଥରେ କାମ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ , ଯେଉଁଥିରେ ପ୍ରଶଂସକ ଖୁବ୍‌ ଉତ୍ସାହିତ ଅଛନ୍ତି। ଆଦିତ୍ୟ ସରପୋତଦାରଙ୍କ ଦ୍ୱାରା ନିର୍ଦ୍ଦେଶିତ , ଥମ୍ମା ମେଡାକ୍‌ ଫିଲ୍ମସର ଲୋକପ୍ରିୟ ହରର କମେଡି ୟୁନିଭର୍ସର ୫ମ କିସ୍ତି। ଫିଲ୍ମରେ ଆୟୁଷ୍ମାନ ଖୁରାନ, ରଶ୍ମିକା ମନ୍ଦାନା , ନୱାଜୁଦ୍ଦିନ ସିଦ୍ଦିକୀ ଓ ପରେଶ ରାୱଲ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ଫିଲ୍ମ ହଲ୍‌ରେ ଧମାକା କରିଛନ୍ତି। ୟୁନିଭର୍ସରେ ସ୍ତ୍ରୀ , ସ୍ତ୍ରୀ-୨ , ଭେଡିଆ-୨ ଓ ମୁଞ୍ଜ୍ୟା ଭଳି ଫିଲ୍ମ ସାମିଲ ଅଛି।

ମୋହନଲାଲ ଏବଂ ଅଜୟ ଦେବଗନ: 

ଏପ୍ରିଲ ୨୦୨୫ରେ, ମୋହନଲାଲ ତାଙ୍କର ସୁପରହିଟ୍ କ୍ରାଇମ୍ ସସପେନ୍ସ ଥ୍ରୀଲର ‘ଦୃଶ୍ୟମ୍’ର ତୃତୀୟ ଭାଗ ଅର୍ଥାତ୍ ‘ଦୃଶ୍ୟମ୍ ୩’ ଘୋଷଣା କରିଛନ୍ତି ଯାହା ଅଜୟ ଦେବଗନଙ୍କୁ କଡା ଟକ୍କର ଦେଇପାରେ । କାରଣ ମୋହନଲାଲ ତାଙ୍କର ‘ଦୃଶ୍ୟମ 3’କୁ ହିନ୍ଦୀ ସମେତ ସମଗ୍ର ଭାରତରେ ମାଲାୟଲମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଜୟ ଦେବଗନ ୨୦୨୨ ମସିହାରେ ‘ଦୃଶ୍ୟମ 2’ ରିଲିଜ୍ ସହିତ ‘ଦୃଶ୍ୟମ 3’ ମଧ୍ୟ ଘୋଷଣା କରିଥିଲେ । ଏପରି ପରିସ୍ଥିତିରେ, ଅଜୟ ଦେବଗନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ଯେ, ଯଦି ମୋହନଲାଲଙ୍କ ‘ଦୃଶ୍ୟମ 3’ ହିନ୍ଦୀରେ ରିଲିଜ୍ ହେବ, ତେବେ ହିନ୍ଦୀରେ ଆଉ ଏକ ‘ଦୃଶ୍ୟମ 3’ କିଏ ଦେଖିବ ?

ଅଜୟ ଦେବଗନଙ୍କ ‘ଦୃଶ୍ୟମ 3’ ନିର୍ମାଣ ହେବାକୁ ଥିବା ବେଳେ ସେ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ।‘ଦୃଶ୍ୟମ 3’ର ମାଲାୟଲମ ସଂସ୍କରଣର କାହାଣୀ ସମ୍ପୂର୍ଣ୍ଣ ହୋଇଥିବାବେଳେ, ହିନ୍ଦୀ ସଂସ୍କରଣର ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଏପରି ପରିସ୍ଥିତିରେ, ଅଜୟ ଦେବଗନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଯେ ସେ ତାଙ୍କ ‘ଦୃଶ୍ୟମ 3’ରେ କି ଭିନ୍ନ କାହାଣୀ ଆଣିବେ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Update | Why Did Paresh Rawal Quit Drishyam 3? Fans React with Shock and Theories | Argus News | Argus News