Paresh Rawal Drank Urine: ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ସକାଳୁ ଖାଲି ପେଟରେ ପରିଶ୍ରା ପିଉଥିଲେ

ଆଣ୍ଠୁ ଯନ୍ତ୍ରଣାର ଉପଶମ ପାଇଁ ନିଜ ପରିସ୍ରା ପିଉଥିଲେ ବଲିଉଡ୍ ଅଭିନେତା ପରେଶ ରାଓ୍ବଲ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ରାଜ କୁମାର ସନ୍ତୋଷୀଙ୍କ ଫିଲ୍ମ ଘଟକର ସୁଟିଂ ବେଳେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା । ଏନେଇ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସତ୍ତ୍ବେ ତାଙ୍କର ଯନ୍ତ୍ରଣା କମି ନଥିଲା । ଏପରିକି କ୍ୟାରିୟରର ଅନ୍ତ ହୋଇଯିବ ବୋଲି ସେ ଆଶଙ୍କା କରିଥିଲେ ପରେଶ ।
ଏହି ସମୟରେ ଅଜୟ ଦେବଗନଙ୍କ ବାପା ତଥା ଆକ୍ସନ ଡିରେକ୍ଟର ବିରୁ ଦେବଗନ୍ ମେଡିକାଲକୁ ଦେଖିବାକୁ ଯାଇଥିଲେ । ଆଣ୍ଠୁ ଯନ୍ତ୍ରଣାର ତୁରନ୍ତ ଉପଶମ ପାଇଁ ନିଜର ପରିସ୍ରା ପିଇବାକୁ ପରାମର୍ଶ ଦେଇଥିଲେ । ଏଥିସହ ମଦ, ମାଂସ ଓ ଗୁଟଖା ଛାଡ଼ିବାକୁ କହିଥିଲେ । ଏହାକୁ ନେଇ ପରେଶ ରାଓ୍ବଲ ପ୍ରଥମେ ଅମଙ୍ଗ ହୋଇଥିଲେ । କିନ୍ତୁ କ୍ୟାରିୟରକୁ ନଜରରେ ରଖି ପରେଶ ରାଓ୍ବଲ ନିଜର ପରିସ୍ରା ପିଇଥିଲେ । ଆଉ ୧୫ ଦିନ ପରେ ତାଙ୍କର ଆଣ୍ଠୁ ଯନ୍ତ୍ରଣା ଭଲ ହୋଇଯାଇଥିଲା । ଏହାକୁ ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ପରେଶ ରାଓ୍ବଲ କହିଛନ୍ତି ।
ପାରେଶ ରାଓ୍ୱଲ ଆହୁରି କହିଛନ୍ତି, ବୀରୁ ଦେବଗନ କହିଥିଲେ ସମସ୍ତ ଫାଇଟର ଏମିତି କରନ୍ତି। ପରିସ୍ରା ପିଇବା ଦ୍ୱାରା କୌଣସି ସମସ୍ୟା ହେବନି। ସକାଳୁ ପ୍ରଥମ କାମ ହେଲା ନିଜ ପରିସ୍ରା ପିଇବା। ମଟନ ଓ ତମ୍ବାକୁ ମଧ୍ୟ ଖାଇବାକୁ ମନା କରିଥିଲେ। ସେ ମୋତେ ନିୟମିତ ଫଳ ଓ ସକାଳୁ ପରିସ୍ରା ପିଇବାକୁ କହିଥିଲେ। ତାଙ୍କ ପରାମର୍ଶ ପରେ ମୁଁ ଏହାକୁ ବିୟର ଭଳି ଧୀରେ ଧୀରେ ପିଇବା ଆରମ୍ଭ କରିଥିଲି। କିଛି ଦିନ ପରେ ଏହା ମୋ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା।
୧୫ ଦିନ ସକାଳୁ ଖାଲି ପେଟରେ ନିଜ ପରିସ୍ରା ପିଇବା ପରେ ଆଣ୍ଠୁର ଏକ୍ସରେ କରିଥିଲି। ଏହାର ରିପୋର୍ଟ ଦେଖି ଡାକ୍ତର ପୂରା ଚକିତ ହୋଇଯାଇଥିଲେ। ମୋର ଆଘାତ ଅତ୍ୟନ୍ତ ଗୁରୁତର ଥିଲା। ଏହା ଭଲ ଭାବେ ୨ରୁ ୨.୫ ମାସ ସମୟ ଲାଗିକ ବୋଲି ସମସ୍ତେ କହୁଥିଲେ। କିନ୍ତୁ ମୁଁ ଦେଢ଼ ମାସ ମଧ୍ୟରେ ପୂରା ଫିଟ ହୋଇଯାଇଥିଲି। ସକାଳୁ ପରିସ୍ରା ପଇବା ଦ୍ୱାରା ଏହା ସମ୍ଭବ ହୋଇଥିଲା।”
ପରେଶ ରାୱଲ ଆଗାମୀ ଦିନରେ ପ୍ରିୟଦର୍ଶନଙ୍କ ହରର କମେଡୀ ଭୂତ ବଙ୍ଗଳାରେ ନଜର ଆସିବେ। ଏଥିରେ ଅକ୍ଷୟ କୁମାର ଓ ତବୁ ମଧ୍ୟ ରହିଛନ୍ତି। ହେରା ଫେରି -୩ରେ ମଧ୍ୟ ପରେଶଙ୍କୁ ଦେଖିବାକୁ ମିଳିବ।
