ଫଟୋ ଶେୟାର କରି ଖୁସିଖବର ଦେଲେ ପରିଣୀତି

Key Points
ଖୁସିଖବର ଦେଲେ ପରିଣୀତି ଏବଂ ରାଘବ
ଫଟୋ ଶେୟାର କରି ଖୁସିଖବର ଜଣାଇଛନ୍ତି
ଖୁସିଖବର ଦେଲେ ପରିଣୀତି ଏବଂ ରାଘବ। ଦୁଇରୁ ହେବେ ତିନି। ଏନେଇ ନିଜେ ସୂଚନା ଦେଇଛନ୍ତି ଦମ୍ପତ୍ତି। ଉଭୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛନ୍ତି। ଦମ୍ପତି ଏକ ଗୋଲ କେକର ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯାହା ଉପରେ ‘1 + 1 = 3’ ଲେଖାଯାଇଛି ଏବଂ ତା’ ତଳେ ଦୁଇଟି ଛୋଟ ସୁନା ପାଦଚିହ୍ନ ଅଛି। ଉଭୟ ଲେଖିଛନ୍ତି, ଆମର ଛୋଟ ୟୁନିଭର୍ସ ଆସୁଛି… ଅସୀମ ଆଶୀର୍ବାଦ କାମନା। ଏହି ପୋଷ୍ଟରେ ବଲିଉଡ ସେଲିବ୍ରିଟି ଏବଂ ରାଜନୈତିକ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଥିବା ଦେଖାଯାଉଛି।
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆମ ଆଦମୀ ପାର୍ଟି (AAP) ଏମ୍ପି ତଥା ସ୍ବାମୀ ରାଘବ ଚଡ୍ଡା ସହ ସେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗତ କିଛି ମାସ ଧରି ପରିଣୀତି ଚୋପ୍ରାଙ୍କ ଗର୍ଭବତୀ ଥିବାର ଖବର ସାମ୍ନାକୁ ଆସିଥିଲା। ନିକଟରେ, ଦି ଗ୍ରେଟ ଇଣ୍ଡିଆନ କପିଲ ଶୋରେ ରାଘବ କହିଥିଲେ,ସେ ଖୁବ୍ଶୀଘ୍ର ଭଲ ଖବର ଦେବେ, ଯାହା ଶୁଣି ପରିଣୀତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
📱 Get Argus News App
✨ରାଘବ ଚଢା ଏବଂ ପରିଣୀତି ଚୋପ୍ରା ୨୦୨୩ରେ ଡେଟିଂ ଆରମ୍ଭ କରିଥିଲେ, କିନ୍ତୁ ଉଭୟ କେବେବି ସାର୍ବଜନୀନ ଭାବରେ ସେମାନଙ୍କ ସମ୍ପର୍କ ବିଷୟରେ କହି ନ ଥିଲେ। ୨୦୨୩ ମେ ମାସରେ ଉଭୟଙ୍କର ନିର୍ବନ୍ଧ କରିଥିଲେ। ସେମାନେ ସେପ୍ଟେମ୍ବର ୨୦୨୩ରେ ରାଜସ୍ଥାନର ଉଦୟପୁରରେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ।