Videos
|
Entertainment

Bollywood Update / ଘରକୁ ଆସିବ ନୂଆ ଅତିଥି, ହସ୍ପିଟାଲରେ ଭର୍ତ୍ତି ପରିଣୀତି

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଘରକୁ ଆସିବ ନୂଆ ଅତିଥି, ହସ୍ପିଟାଲରେ ଭର୍ତ୍ତି ପରିଣୀତି

Key Points

ହସ୍ପିଟାଲରେ ଆଡମିଟ ହେଲେ ପରିଣୀତି
ଖୁବଶୀଘ୍ର ଦେବେ ଖୁସି ଖବର
ଘରକୁ ଆସିବ ନୂଆ ଅତିଥି। ଘରେ ଖୁସିର ମାହୋଲ। ଆମେ କହୁଛୁ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବିଷୟରେ।ବର୍ତ୍ତମାନ, ବି-ଟାଉନର ଆଗଧାଡିର ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନାମ ନିରନ୍ତର ଚର୍ଚ୍ଚାରେ ରହିଛି। ପରିଣୀତି ଚୋପ୍ରା ପ୍ରସବ ପାଇଁ ତାଙ୍କ ଶ୍ୱଶୁର ଘର ପହଞ୍ଚିଛନ୍ତି ଏବଂ ସନ୍ତାନ ଜନ୍ମ ପାଇଁ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି। କାରଣ ଏହି ଦମ୍ପତି ଖୁବ ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ପରିଣୀତିଙ୍କ ଗର୍ଭଧାରଣ ପୂର୍ବରୁ ଘୋଷଣା ହୋଇସାରିଛି, ଏବଂ ଏବେ ଖବର ଆସୁଛି ଯେ ସେ ଖୁବ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି।ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ସରକାରୀ ନିଶ୍ଚିତକରଣ ଉପଲବ୍ଧ ହୋଇନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ଶ୍ରୀମତୀ ଚଢା ଏହି ଦୀପାବଳିରେ ଏକ ଶିଶୁକୁ ସ୍ବାଗତ କରିବେ।


ଶିଶୁକୁ ସ୍ବାଗତ କରିବା ପାଇଁ ଅଭିନେତ୍ରୀଙ୍କ ଶ୍ୱଶୁର ଘରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପରିଣୀତି ଚୋପ୍ରାଙ୍କ ଗର୍ଭଧାରଣ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ହୋଇଆସିଛି। ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ପରିଣୀତିଙ୍କୁ ପ୍ରସବ ପାଇଁ ରାଜଧାନୀ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାମୀ ଏବଂ ଆମ ଆଦମୀ ପାର୍ଟିର ରାଜନେତା ରାଘବ ଚଢା ତାଙ୍କ ପତ୍ନୀଙ୍କ ସହିତ ହସ୍ପିଟାଲରେ ପହଞ୍ଚିଛନ୍ତି। ପରିଣୀତି ଚୋପ୍ରା ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇପାରନ୍ତି।

ରାଘବ ଓ ପରିଣୀତି:

ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଏବଂ ଷ୍ଟାରମାନଙ୍କର ଶୁଭେଚ୍ଛା ବାର୍ତ୍ତା ଆସିବା ଆରମ୍ଭ ହୋଇଗଲାଣି । ଆପଣଙ୍କୁ କହିରଖୁଛୁ କି ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ୨୪ ସେପ୍ଟେମ୍ବର, ୨୦୨୩ରେ ବିବାହ କରିଥିଲେ । ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ସମୟ ପୂର୍ବରୁ ଏକ ଫଟୋ ଏବଂ ଭିଡିଓ ସେୟାର କରି ଏହି ଖୁସିଖବରକୁ ସେୟାର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦମ୍ପତି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ 1+1=3 ଲେଖାଯାଇଛି । ଏହା ସହିତ ଶିଶୁର ପାଦ ଚିହ୍ନ ମଧ୍ୟ ରହିଥିଲା । ଏହା ସହିତ ଦୁହେଁ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ପରିଣୀତି ଏବଂ ରାଘବ ଏକ ସୁନ୍ଦର ଗାର୍ଡେନରେ ହାତ ଧରି ଚାଲୁଥିବାର ଦେଖାଯାଉଛି । ଦୁହେଁ ପରସ୍ପର ସହିତ କଥା ହେଉଛନ୍ତି ଏବଂ ସେହି ମୁହୂର୍ତ୍ତକୁ ଉପଭୋଗ କରୁଥିବାର ନଜର ଆସୁଛନ୍ତି । ଏହି ପୋଷ୍ଟକୁ ସେୟାର କରିବା ସହିତ ପରିଣୀତି କ୍ୟାପସନରେ ଲେଖିଛନ୍ତି, 'ଆମର ଛୋଟ ବ୍ରହ୍ମାଣ୍ଡ... ନିଜ ରାସ୍ତାରେ ଅଛି 🧿🐣💕, ଧନ୍ୟବାଦ, ଆପଣଙ୍କ ଆଶୀର୍ବାଦ ଏମିତି ରହିଥାଉ ।' ପରିଣୀତି ଏବଂ ରାଘବଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥଇଲା । ଏଥିରେ କମେଣ୍ଟ କରି ୟୁଜର୍ସ ନୁହେଁ ଷ୍ଟାରମାନେ ମଧ୍ୟ ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଦେଇଥିଲେ । ବର୍ତ୍ତମାନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପରିଣୀତି ଚୋପ୍ରା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories