Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଫିଲ୍ମ ନିର୍ମାତା ପାର୍ଥୋ ଘୋଷଙ୍କ ୭୫ ବର୍ଷରେ ଦେହାନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫିଲ୍ମ ନିର୍ମାତା ପାର୍ଥୋ ଘୋଷଙ୍କ ୭୫ ବର୍ଷରେ ଦେହାନ୍ତ

Key Points

ବଲିଉଡ ଇଣ୍ଡଷ୍ଟ୍ରିରୁ ଆସିଲା ଆଉ ଏକ ଦୁଃଖଦ ଖବର

ଆଉ ନାହାନ୍ତି ଲୋକପ୍ରୟ ନିର୍ମାତା ପାର୍ଥୋ ଘୋଷ
ହୃଦଘାତରେ ଚାଲିଗଲା ଜୀବନ


ଆଉ ନାହାନ୍ତି ଚର୍ଚ୍ଚିତ ଫିଲ୍ମ ନିର୍ମାତା ପାର୍ଥୋ ଘୋଷ। ହିଟ୍ ଫିଲ୍ମ ଦେଉଥିବା ନିର୍ମାତା ପାର୍ଥୋ ଘୋଷ ୭୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା ଆଉ ଏକ ଦୁଃଖଦ ଖବର । ସୂଚନାଯୋଗ୍ୟ, ସେ ୮ ଜୁନ ୧୯୪୯ ରେ କୋଲକତାରେ ଜନ୍ମ ହୋଇଥିଲେ। କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ତାଙ୍କ ଜନ୍ମ ଦିନ ପାଳନ କରିବାର ଠିକ୍ ଗୋଟିଏ ଦିନ ପରେ ତାଙ୍କର ପରଲୋକ ଘଟିଛି । ପାର୍ଥୋ ଘୋଷଙ୍କୁ ୯୦ ଦଶକର ଶ୍ରେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା। ସେ ଚଳଚ୍ଚିତ୍ର ମାଧ୍ୟମରେ ସମାଜର ସତ୍ୟକୁ ବିଶ୍ୱ ସମ୍ମୁଖରେ ଉତ୍କୃଷ୍ଟ ଭାବରେ ଉପସ୍ଥାପନ କରିବାରେ ବିଶେଷଜ୍ଞ ଥିଲେ।


ଏହି କାରଣରୁ ତାଙ୍କ ଚଳଚ୍ଚିତ୍ର ଗୁଡ଼ିକ ସର୍ବଦା ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ସେ ଅନେକ ସାମାଜିକ ପ୍ରସଙ୍ଗରେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ସେ ହିନ୍ଦୀ ସିନେମା ବ୍ୟତୀତ ବଙ୍ଗଳା ନିର୍ମାତା ଭାବେ ମଧ୍ୟ କାମ କରୁଥିଲେ । ପ୍ରଥମେ ସେ ବଙ୍ଗଳା ସିନେମା ପାଇଁ ନିର୍ଦ୍ଦେଶନା ଦେଇଥିଲେ। ହେଲେ ପରେ ହିନ୍ଦୀ ଫିଲ୍ମରେ ଦର୍ଶକଙ୍କ ମନରେ ଖୁବ୍ ସହଜରେ ରାଜ୍ କରିବାରେ ସଫଳ ହୋଇଥିଲେ । ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତା ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛନ୍ତି । ପାର୍ଥୋ ଘୋଷଙ୍କ ହଠାତ୍ ଦୁନିଆ ଛାଡି ଚାଲିଯିବା ଶିଳ୍ପର ସମସ୍ତ ତାରକା ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ହୋଇଛି। ସେ ସୋମବାର ଦିନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁର କାରଣ ହାର୍ଟ ଆଟାକ ବୋଲି ସୂଚନା ମିଳିଛି । ତାଙ୍କୁ ନେଇ ଏତେ ବଡ ଖବର ଆସିବା ପରେ ଦୁଃଖରେ ସମସ୍ତେ ଭାଙ୍ଗି ପଡିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
partho-ghosh-the-man-behind-some-of-the-most-gripping-hindi-thrillers-of-the-90s-passed-away-on-monday-at-the-age-of-75-due-to-heart-complications | Argus News