Videos
|
Entertainment

Pawan Kalyan Divorce / ୧୩ବର୍ଷର ସମ୍ପର୍କ ଭାଙ୍ଗିଲା…ତୃତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେବେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ

Ritu Das
Browse all articles by Ritu Das
·1 hour ago·2 min read
୧୩ବର୍ଷର ସମ୍ପର୍କ ଭାଙ୍ଗିଲା…ତୃତୀୟ ପତ୍ନୀଙ୍କୁ ବି ଛାଡ଼ପତ୍ର ଦେବେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ
India

Key Points

୧୩ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ?
ତୃତୀୟ ପତ୍ନୀ ଆନ୍ନାଙ୍କଠାରୁ ଅଲଗା ହେବେ କି ପୱନ କଲ୍ୟାଣ?
ସୋସିଆଲ ମିଡିଆରେ ଭାଇରାଲ୍ ପୋଷ୍ଟ, ବିବାହ ବିଚ୍ଛେଦ ଖବରକୁ ନେଇ ଚର୍ଚ୍ଚା
ପଓ୍ବନ କଲ୍ୟାଣଙ୍କର ଫ୍ୟାନ ଫଲୋଇଙ୍ଗ କଥା ନକହିଲେ ଭଲ। ରାଜନୀତିରେ ଖୁବ ସକ୍ରିୟ ଥିଲେ ବି ବ୍ୟକ୍ତିଗତ ଜୀବନରେ ସଫଳ ହୋଇପାରିଲେନି ପଓ୍ବନ। ଜଣେ କି ଦୁଇଜଣ ନୁହେଁ ତିନି ତିନି ଜଣଙ୍କ ସହ ବୈବାହିକ ଜୀବନ ଚାଲିଲାନି। ସାଉଥ୍ ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କ ପର୍ସନାଲ ଲାଇଫ ଏବେ ଖୁବ ଚର୍ଚ୍ଚାରେ। ୫୫ ବର୍ଷୀୟ ପୱନ୍ କଲ୍ୟାଣଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା ଅଲଗା ହେବାକୁ ଯାଉଛନ୍ତି । ୨୦୧୩ରେ ଋଷୀ ମୂଳ ବାସିନ୍ଦା ଆନ୍ନା କୋନିଡେଲାଙ୍କୁ ବିବାହ କରିଥିଲେ ।

ଖବର ଆସୁଛି କି, ସେ ତାଙ୍କଠାରୁ ଅଲଗା ହେବ । ବିବାହର ୧୩ ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଜନସେନା ପାର୍ଟିର ଅଫିସିଆଲ୍ ମିଡିଆ ଗ୍ରୁପରେ ଜାରି ହୋଇଥିବା ମିଳିତ ବିବୃତିରେ ଦୁହେଁ ପାରସ୍ପରିକ ସହମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏ ପର୍ଯ୍ୟନ୍ତ ପୱନ୍ କଲ୍ୟାଣଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହେଉଛି । ଯେଉଁଥିରେ ଦାବି କରାଯାଉଛି କି ,ପୱନ୍ କଲ୍ୟାଣଙ୍କର ତୃତୀୟ ବିବାହ ବି ଭାଙ୍ଗିବାକୁ ଯାଉଛି । ଏହି ପୋଷ୍ଟକୁ ନେଇ ଆମେ ଅଭିନେତାଙ୍କ ବିବାହ ସମ୍ପର୍କ ଭାଙ୍ଗିବାକୁ ନିଶ୍ଚିତ କରୁନାହୁଁ । ଏହା କେବଳ ଏକ ପୋଷ୍ଟରୁ ଦାବି କରାଯାଉଛି।

  • ତିନିଥର ବିବାହ କରିଛନ୍ତି ପଓ୍ବନ

ପବନ କଲ୍ୟାଣ ବର୍ତ୍ତମାନ ସୁଦ୍ଧା ତିନିଥର ବିବାହ କରିଛନ୍ତି। ଏହି ଅଭିନେତାଙ୍କ ପ୍ରଥମ ବିବାହ ୧୯୯୭ ମସିହାରେ ନନ୍ଦିନୀଙ୍କ ସହ ହୋଇଥିଲା। କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ଖୁବ୍ ଶୀଘ୍ର ଉଭୟ ଅଲଗା ହୋଇଗଲେ। ପ୍ରଥମ ବିବାହ ଭାଙ୍ଗିଯିବା ପରେ, ଅଭିନେତ୍ରୀ ତଥା ମଡେଲ୍ ରେଣୁ ଦେଶାଇ ପବନ କଲ୍ୟାଣଙ୍କ ଜୀବନକୁ ଆସିଲେ। ସେ ୨୦୦୯ ମସିହାରେ ରେଣୁ ଦେଶାଇଙ୍କୁ ବିବାହ କଲେ। ଏହି ବିବାହ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୨୦୧୨ ମସିହାରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଗଲା। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି: ପୁଅ ଆକିରା ନନ୍ଦନ ଏବଂ ଝିଅ ଆଦ୍ୟା। ରେଣୁ ଦେଶାଇଙ୍କ ଠାରୁ ଅଲଗା ହେବା ପରେ, ପବନ କଲ୍ୟାଣ ୨୦୧୩ ମସିହାରେ ଆନ୍ନାଙ୍କୁ ବିବାହ କଲେ।
ବିବାହ ୨୦୧୩ ମସିହା ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା

ଉଲ୍ଲେଖନୀୟ ଯେ, ଆନ୍ନା ଲେଝନେଭା ମୂଳତଃ ରୁଷିଆର ବାସିନ୍ଦା। ପବନ କଲ୍ୟାଣ ଏବଂ ଆନ୍ନା ପ୍ରଥମ ଥର ପାଇଁ ୨୦୧୧ ମସିହାର ଚଳଚ୍ଚିତ୍ର 'ଟିନ୍ ମାର୍' (Teen Maar) ର ସେଟ୍‌ରେ ପରସ୍ପରକୁ ଭେଟିଥିଲେ। ପରବର୍ତ୍ତୀ ସମୟରେ, ୨୦୧୩ ମସିହା ସେପ୍ଟେମ୍ବର ୩୦ ତାରିଖରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ପବନ ଏବଂ ଆନ୍ନାଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି, ଯେଉଁମାନଙ୍କ ନାମ ହେଉଛି ପୋଲିନା ଅଞ୍ଜନା ପବନୋଭା ଏବଂ ମାର୍କ ଶଙ୍କର ପବନୋଭିଚ୍। ଯଦିଓ ସେମାନଙ୍କ ଅଲଗା ହେବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ବିଷୟରେ ବିବୃତ୍ତିରେ ଉଲ୍ଲେଖ କରାଯାଇ ନାହିଁ, ତଥାପି ଉଭୟ ପକ୍ଷ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ପାରସ୍ପରିକ ସହମତି କ୍ରମେ ନିଆଯାଇଛି।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: