Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଯାତ୍ରା ମାଲିକଙ୍କ ବୈଠକରେ ବସିଲେ ପିୟୁଷ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଯାତ୍ରା ମାଲିକଙ୍କ ବୈଠକରେ ବସିଲେ ପିୟୁଷ

ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୁଷ ତ୍ରିପାଠୀଙ୍କୁ ନେଇ ଲାଗି ରହିଥିବା ବିବାଦରେ ଆଜି ପଡିପାରେ ପୂର୍ଣ୍ଣଚ୍ଛେଦ। ଆଜି ଏକ ହୋଟେଲରେ ଚାଲିଛି ଯାତ୍ରା ମାଲିକମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ। ଯେଉଁ ବୈଠକରେ ଯୋଗ ଦେଇଛନ୍ତି ଅଭିନେତା ପିୟୁଷ ତ୍ରିପାଠୀ। ଚଳିତ ବର୍ଷ ପିୟୁଷ ପାର୍ଟିରେ ରହିବେ କି ବିରତି ନେବେ ତାହା ଆଜି ସ୍ପଷ୍ଟ ହୋଇପାରେ। କୁହାଯାଯାଉଛି ଆଜି ଦୁଇ ମାଲିକଙ୍କ ଠାରୁ ଅଗ୍ରିମ ଆଣିଥିବା ଟଙ୍କା ଆଜି ପିୟୁଷ ଫେରାଇ ପାରନ୍ତି। ତେବେ ଏହି ଅବସରରେ ପିୟୁଷ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମାଲିକମାନେ ଶୁକ୍ରବାର ପାଇଁ ସମୟ ଦେଇଥିଲେ। ସେ ମଧ୍ୟ ଟଙ୍କା ଫେରାଇବା କଥା ଗଣମାଧ୍ୟମରେ କହିଛନ୍ତି। ମାଲିକ ସଂଘ ଯାହା ନିଷ୍ପତ୍ତି ନେବ ସେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି।


ସେପଟେ କମେଡିଆନଙ୍କ ନରି ପଣ୍ଡାଙ୍କ ପରେ ଏବେ ନାଣ୍ଡୁ ବାବୁଙ୍କ ଆଉ ଏକ ପାର୍ଟିରେ କାର୍ଯ୍ୟ କରୁଥିବା ସାଉଣ୍ଡ ଅପରେଟର ନାଣ୍ଡୁ ବାବୁଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନାଣ୍ଡୁ ବାବୁ ତାଙ୍କୁ ଢାବାକୁ ଡାକି ମାଡ ମାରିଥିବା ସେ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସନ୍ଦେହ ଘେରକୁ ପୁଣି ଆସିଛନ୍ତି ନାଣ୍ଡୁ ବାବୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ- ଯାତ୍ରା ସିଂହବାହିନୀ ଓ ଅପରା ସୂର୍ଯ୍ୟ ମନ୍ଦିରରୁ ଆଡଭାନ୍ସ ଟଙ୍କା ନେଇଥିବା ଅଭିଯୋଗ ରହିଛି ପିୟୁଷଙ୍କ ନାମରେ। ପିୟୁଷ ଚଳିତ ବର୍ଷ କେଉଁ ପାର୍ଟିରେ ରହିବେ ତାକୁ ନେଇ ଦୁଇ ମାଲିକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପିୟୁଷ ୨୦୨୫-୨୬ ବର୍ଷ ପାଇଁ ସିଂହବାହିନୀ ଓ ସୂର୍ଯ୍ୟ ମନ୍ଦିର ନାଟକର ଫଟୋ ଫୋଷ୍ଟ କରିଛନ୍ତି। ସେପଟେ ଗତ ମାଲିକ ସଂଘ ମିଟିଂରେ ଜଣା ପଡିଥିଲା ପିୟୁଷଙ୍କ ଦେହ ଅସୁସ୍ଥ ଥିବାରୁ ସେ ଚଳିତ ୨୦୨୫- ୨୬ ବର୍ଷରେ କୌଣସି ଯାତ୍ରା ପାର୍ଟିରେ ରହିବେ ନାହିଁ ବୋଲି ଚିଠି ଲେଖିଥିଲେ। ଯାହାର ଆଲୋଚନା ଆଜି ହେବ ବୋଲି ମାଲିକ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ସେହି ଅନୁସାରେ ଆଜି ସତ୍ୟ ନଗରର ଏକ ହୋଟେଲରେ ବସିଥିବା ମାଲିକ ସଂଘ ବୈଠକରେ ଯୋଗଦେଇଛନ୍ତି ପିୟୁଷ ତ୍ରିପାଠୀ।

Sponsored
Piyush Tripathi attended the Jatra Owners Association meeting | Argus News