Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood / ରାମଲୀଳାରେ ପୁନମ ପାଣ୍ଡେଙ୍କ ଅଭିନୟକୁ ନେଇ ବିବାଦ

Banajyotshna Ray
Browse all articles by Banajyotshna Ray
·9 months ago·1 min read
ରାମଲୀଳାରେ ପୁନମ ପାଣ୍ଡେଙ୍କ ଅଭିନୟକୁ ନେଇ ବିବାଦ

Key Points

ମନ୍ଦୋଦରୀ ଭୂମିକାରେ ପୁନମ ପାଣ୍ଡେ
ଦିଲ୍ଲୀର ରାମଲୀଳାରେ ପୁନମ ପାଣ୍ଡେଙ୍କ ଅଭିନୟକୁ ନେଇ ବିବାଦ
ତାତିଲେ ହିନ୍ଦୁ ସଂଗଠନ 


ଅନେକ ସମୟ ଧରି ଅଭିନେତ୍ରୀ ପୁନମ ପାଣ୍ଡେ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରେ ନଜରକୁ ଆସିନାହାନ୍ତି। ତେବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ୍‌ନ୍ୟୁଜ୍‌ ସାମ୍‌ନାକୁ ଆସିଛି। ତାଙ୍କୁ ବଡ଼ ପରଦା କିମ୍ବା ଛୋଟ ପରଦାରେ ନୁହେଁ ବରଂ ଆଗାମୀ ଦଶହରାରେ ଆୟୋଜନ ହେବାକୁ ଥିବା ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ପୁନମଙ୍କୁ ଦେଖିବାକୁ ମିଳିବ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରାପୁରି ସତ । ଦିଲ୍ଲୀର ରାମଲୀଳାରେ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଅଭିନୟ କରିବାକୁ ନେଇ ହିନ୍ଦୁ ସଂଗଠନ ଗୁଡ଼ିକ ତାତିଛନ୍ତି । ପୁନମ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ ରାମଲୀଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଆମର ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍ସବ।


ଏଥିରେ ଅଂଶଗ୍ରହଣ କରିବାକୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ସୁରେନ୍ଦ୍ର ଗୁପ୍ତା ପ୍ରତିଷ୍ଠିତ ଲବକୁଶ ରାମଲୀଳାରେ ମନ୍ଦୋଦରୀ ଭୂମିକା ପାଇଁ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଚୟନ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ସୁରେନ୍ଦ୍ର ଲବକୁଶ ରାମଲୀଳା କମିଟିକୁ ଏକ ଆନୁଷ୍ଠାନିକ ଚିଠି ପଠାଇ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ନିଜର ଅଶ୍ଳୀଳ ବେଶଭୂଷା ପାଇଁ ଜଣାଶୁଣା ପୁନମ ପାଣ୍ଡେ ୨୦୧୩ରେ ନଶା ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିନେତା ଆର୍ଯ୍ୟ ବର୍ବର ରାବଣ ଭୂମିକା ନିର୍ବାହ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀର ପ୍ରସିଦ୍ଧ ଲବ-କୁଶ ରାମଲୀଳାରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ପୁନମ ଖୁସି ପ୍ରକାଶ କରିଛନ୍ତି। ପୁନମ ପାଣ୍ଡେଙ୍କ ରାମଲୀଳାରେ ଅଭିନୟ ଉପରେ ଭିଏଚପି(ବିଶ୍ୱ ହିନ୍ଦୁ ପରିଷଦ) ଆପତ୍ତି ଉଠାଇଛି ।


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Sponsored
Bollywood | Poonam Pandey’s Role in Ramlila Sparks Controversy | Argus News | Argus News