Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦୁଇ ନୁହେଁ ୪ଜଣ ମହିଳାଙ୍କୁ ବିବାହ କରିଛନ୍ତି ଚର୍ଚ୍ଚିତ ୟୁଟ୍ୟୁବର ଅରମାନ ମଲିକ

Ritu Das
Browse all articles by Ritu Das
·11 months ago·1 min read
ଦୁଇ ନୁହେଁ ୪ଜଣ ମହିଳାଙ୍କୁ ବିବାହ କରିଛନ୍ତି ଚର୍ଚ୍ଚିତ ୟୁଟ୍ୟୁବର ଅରମାନ ମଲିକ

Key Points

ଦୁଇ ନୁହେଁ ୪ଜଣ ମହିଳାଙ୍କୁ ବିବାହ କରିଛନ୍ତି ଚର୍ଚ୍ଚିତ ୟୁଟ୍ୟୁବର ଅରମାନ ମଲିକ

ଜଣେ ନାବାଳିକାଙ୍କୁ ଅରମାନ ବିବାହ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି

ସେପ୍ଟେମ୍ବର ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି

ଚର୍ଚ୍ଚିତ ୟୁଟ୍ୟୁବର ତଥା ବିଗବସ ଓଟିଟି ୨ ଫେମ ଅରମାନ ମଲିକ ଏବେ ବିବାଦରେ ଫସି ଯାଇଛନ୍ତି। ପଟିଆଲା କୋର୍ଟ ଅରମାନ ମଲିକ ଏବଂ ୪ଜଣ ଅନ୍ୟ ଲୋକଙ୍କୁ ସେପ୍ଟେମ୍ବର ୨ ତାରିଖରେ ହିନ୍ଦୁ ବିବାହ ନିୟମ ଧାରାକୁ ଭଙ୍ଗ କରିଥିବା ଏବଂ ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ଦେଇଥିବା ଏକ ମାମଲା ରୁଜୁ କରାଯାଇଛି। ଏହି ମାମାଲାରେ ୫ଜଣଙ୍କର ସମ୍ପୃକ୍ତି ରହିଛି। ଅରମାନ ମଲିକଙ୍କ ବ୍ୟତୀତ ଏହି ମାମଲାରେ ୪ଜଣ ମହିଳା ରହିଛନ୍ତି। ପଟିଆଲା କୋର୍ଟରେ ଦର୍ଶାଯାଇଛି ଯେ, ଅରମାନ ମଲିକ ୨ଜଣ ନୁହେଁ ୪ଜଣ ମହିଳାଙ୍କୁ ବିବାହ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କୁ ଅରମାନ ବିବାହ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।


ହିନ୍ଦୁ ନିୟମ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ଯେଉଁଥିପାଇଁ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଆଉ ଏକ ଯାଚିକାରେ କୁହାଯାଇଛି ଯେ, ଅରମାନ ମଲିକ ହିନ୍ଦୁ ଦେବୀଦେବତାଙ୍କୁ ନେଇ ଅଶ୍ଲୀଳତାକୁ ପ୍ରୋତ୍ସାହନ ଦେଉଛନ୍ତି। ଯାହାକୁ ନେଇ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ କଠୋର ଆଘାତ ଲାଗୁଛି। ଏସବୁ ଅଭିଯୋଗକୁ ଆଧାର କରି ଅରମାନ ମଲିକଙ୍କୁ ସେପ୍ଟେମ୍ବର ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶରେ ଅରମାନଙ୍କ ପତ୍ନୀ ପାୟଲ, କୃତିକା ଏବଂ ପୂର୍ବତନ ପତ୍ନୀ ସାମିଲଙ୍କୁ ହାଜର ହେବାକୁ କୁହାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
popular-youtuber-armaan-malik-has-married-not-two-but-four-women | Argus News