Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

South Indian Actor / ୪୬ ବର୍ଷ ବୟସରେ ପାଦ ଥାପିଲେ ସାଉଥ ସୁପରଷ୍ଟାର ପ୍ରଭାସ

Rashmita Mishra
Browse all articles by Rashmita Mishra
·8 months ago·3 min read
୪୬ ବର୍ଷ ବୟସରେ ପାଦ ଥାପିଲେ ସାଉଥ ସୁପରଷ୍ଟାର ପ୍ରଭାସ

Key Points

ସାଉଥ ସୁପରଷ୍ଟାର ପ୍ରଭାସ ୪୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।
 ଅକ୍ଟୋବର ୨୩ ତାରିଖ ଅର୍ଥାତ୍‌ ଆଜି ତାଙ୍କ ଜନ୍ମଦିନ ।
ଅଭିନେତା ଏହି ଅବସରରେ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି ।

ସାଉଥ ସୁପରଷ୍ଟାର ପ୍ରଭାସ ୪୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଅକ୍ଟୋବର ୨୩ ତାରିଖ ଅର୍ଥାତ୍‌ ଆଜି ତାଙ୍କ ଜନ୍ମଦିନ । ଅଭିନେତା ଏହି ଅବସରରେ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମର ଟାଇଟଲ ପ୍ରକାଶ କରିଛନ୍ତି । ଯାହାର ନାଁ 'ଫୌଜି' । ଏହି ଫିଲ୍ମ ସୀତା ରାମମ୍ ଫେମ୍ ନିର୍ଦ୍ଦେଶକ ହନୁ ରାଘବପୁଡିଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ସହଯୋଗରେ ପ୍ରସ୍ତୁତ ହୋଇଛି । ମୈଥ୍ରି ମୁଭି ମେକର୍ସ ଦ୍ୱାରା ନିର୍ମିତ ଏବଂ ଟି-ସିରିଜ୍ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ।

ପ୍ରଭାସ ୨୦୦୨ ମସିହାରେ ତେଲୁଗୁ ଚଳଚ୍ଚିତ୍ର "ଈଶ୍ୱର" ସହିତ ଅଭିନୟ ଆରମ୍ଭ କରିଥିଲେ । ବର୍ତ୍ତମାନ ତାଙ୍କ ଫିଲ୍ମି କ୍ୟାରିଅର ୨୩ ବର୍ଷରେ ପୂରଣ ହୋଇଛି। ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା, ସେ ତାଙ୍କ ଫିଲ୍ମ କ୍ୟାରିଅରରେ ବହୁତ ଆଗକୁ ଯାଇଛନ୍ତି । ଏତିକି ହିଁ ନୁହେଁ ଏହି ଅଭିନେତା ଭାରତ ଏବଂ ବିଦେଶରେ ମଧ୍ୟ ସମ୍ପତ୍ତିର ମାଲିକ।

ରିପୋର୍ଟ ଅନୁଯାୟୀ, ପ୍ରଭାସ ହାଇଦ୍ରାବାଦର ଏକ ପ୍ରସିଦ୍ଧ ଅଞ୍ଚଳ ଜୁବିଲି ହିଲ୍ସରେ ଏକ ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ। ବାହୁବଳୀ ଅଭିନେତା ତାଙ୍କ ପରିବାର ସହିତ ୮୪ ଏକର ଜମିରେ ବିସ୍ତୃତ ଏହି ପ୍ରାସାଦମୟ ଘରେ ରୁହନ୍ତି। ୬୦ କୋଟି ମୂଲ୍ୟର ଏହି ଘରଟିରେ ୧.୫ କୋଟି ମୂଲ୍ୟର ଉପକରଣ ସହିତ ଏକ ଚମତ୍କାର ଜିମ୍ ରହିଛି। ଏହା ବ୍ୟତୀତ, ପ୍ରଭାସଙ୍କ ବଙ୍ଗଳାରେ ଏକ ସୁଇମିଂ ପୁଲ ଏବଂ ଏକ ବଗିଚା ମଧ୍ୟ ଅଛି।

ପ୍ରଭାସଙ୍କର ଆନ୍ଧ୍ରପ୍ରଦେଶର ଏକ ଚମତ୍କାର ଫାର୍ମହାଉସ୍ ମଧ୍ୟ ଅଛି। ହାଇଦ୍ରାବାଦର ତାଙ୍କ ଘର ପରି ୮୪ ଏକର ଜମିରେ ବିସ୍ତୃତ। ପ୍ରଭାସ ଏହି ଘରଟିରେ ଏକ ଜିମ୍, ସ୍ପୋର୍ଟସ୍ ଗ୍ରାଉଣ୍ଡ ଏବଂ ସୁଇମିଂ ପୁଲ୍ ଥିଲା। ବର୍ଷ ବର୍ଷ ପୂର୍ବରୁ ମାତ୍ର ୧.୦୫ କୋଟିରେ କିଣିଥିଲେ। କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ବହୁତ ବଢ଼ିଯାଇଛି। ପ୍ରଭାସଙ୍କ ସ୍ୱପ୍ନର ସହର ମୁମ୍ବାଇରେ ମଧ୍ୟ ଅନେକ ସମ୍ପତ୍ତି ଅଛି। ପ୍ରଭାସଙ୍କର ଇଟାଲୀରେ ଏକ ସୁନ୍ଦର ଭିଲ୍ଲା ମଧ୍ୟ ଅଛି। ଯାହାକୁ ସେ ଭଡାରେ ଦେଇଛନ୍ତି।

ଗତକାଲି ଏକ ପ୍ରି-ଲୁକ୍ ପୋଷ୍ଟର ରିଲିଜ୍ ହୋଇ ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଥିଲା । ଅନୁମାନ ଅନୁଯାୟୀ, ଭିଜୁଆଲ୍‌ଗୁଡ଼ିକ ଭାରତରେ ଏକ ଆକର୍ଷଣୀୟ ପିରିୟଡ୍ ଡ୍ରାମାକୁ ସୂଚିତ କରିଥିଲା । ତେବେ ଆଜି ଫିଲ୍ମର ଟାଇଟଲ ଉପରୁ ପରଦା ଉଠାଇଛନ୍ତି ନିର୍ମାତା । ପ୍ରଭାସଙ୍କ ଲୁକ ପୋଷ୍ଟର ସହ ଫିଲ୍ମର ନାଁ ଫୌଜି ଘୋଷଣା କରାଯାଇଛି । ପୋଷ୍ଟରରେ ଏକ ବ୍ୟାନରର ଜଳୁଥିବା ବେଳେ ପ୍ରଭାସଙ୍କ ହାଲକା ଲୁକ ଦେଖିବାକୁ ମିଳିଛି । ଏହା ରିଲିଜର କିଛି ମିନିଟ୍ ମଧ୍ୟରେ ଟ୍ରେଣ୍ଡ କରିଛି । ଯାହା ତାଙ୍କ ଜନ୍ମଦିନ ଏବଂ ଆଗାମୀ ଫିଲ୍ମ ବିଷୟରେ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି ।

ଏଥିରେ ପ୍ରଭାସଙ୍କ ସହ ଇମାନବୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ବଲିଉଡ ଅଭିନେତା ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଜୟା ପ୍ରଦା ଏବଂ ଭାନୁ ଚନ୍ଦର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଏକ ଶକ୍ତିଶାଳୀ ବୈଷୟିକ ଦଳ ମଧ୍ୟ ରହିଛି ଯେଉଁଥିରେ ସିନେମାଟୋଗ୍ରାଫର ସୁଦୀପ ଚାଟାର୍ଜୀ, ସଂଗୀତଜ୍ଞ ବିଶାଲ ଚନ୍ଦ୍ରଶେଖର ଏବଂ ସମ୍ପାଦକ କୋଟାଗିରି ଭେଙ୍କଟେଶ୍ୱର ରାଓ ଅନ୍ତର୍ଭୁକ୍ତ । 'ଫୌଜି' ୧୯୪୦ ଦଶକର ଭାରତର ପୃଷ୍ଠଭୂମି ବିରୁଦ୍ଧରେ ପ୍ରସ୍ତୁତ, ୧୯୩୨ ପରଠାରୁ ସବୁଠାରୁ ଅଶାନ୍ତ ଯୁଦ୍ଧ ସମୟର କାହାଣୀ ଉପରେ ଆଧାରିତ ।

ପ୍ରଭାସଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ପ୍ରଭାସଙ୍କ ପାଇପଲାଇନରକେ ଅନେକ ଫିଲ୍ମ ରହିଛି । 'ଦ ରାଜା ସାବ', 'କଲ୍କି 2898AD 2' ଓ 'ସାଲାର 2' ରହିଛି । 'ଦ ରାଜା ସାବ'କୁ ମାରୁତି ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ସେ ହିଁ ଲେଖିଛନ୍ତି । ପ୍ରଭାସଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ନିଧି ଅଗ୍ରୱାଲ, ମାଲବିକା ମୋହନନ ଏବଂ ରିଦ୍ଧି କୁମାର ନଜର ଆସିବେ । ଫିଲ୍ମଟ ଜାନୁଆରୀ 9, 2026 ରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ସମଗ୍ର ଭାରତରେ ମୁକ୍ତିଲାଭ କରିବ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
South Indian Actor | Prabhas Celebrates 46th Birthday | South Superstar’s Journey & Latest Updates | Argus News