Videos
|
Entertainment

ଏହି ଅଭିନେତ୍ରୀଙ୍କୁ ବିବାହ କଲେ ପ୍ରଭାସ ! ଭାଇରାଲ ହେଉଛି ଫଟୋ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏହି ଅଭିନେତ୍ରୀଙ୍କୁ ବିବାହ କଲେ ପ୍ରଭାସ ! ଭାଇରାଲ ହେଉଛି ଫଟୋ

ଅର୍ଗସ ବ୍ୟୁରୋ:  ବିବାହ ବନ୍ଧନରେ ବାନ୍ଧିହେଲେ ସୁପରଷ୍ଟାର ପ୍ରଭାସ। ଲୁଚିଛପି ବିବାହ କରିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଫ୍ୟାନ୍ସ ବି ତାଜୁବ। ମନୋବାଲା ପୋଷ୍ଟ ଶେୟାର କରି କେବଳ ‘ପ୍ରଭାସ’ ବୋଲି ଲେଖିଛନ୍ତି। ଏଥିସହ ବିବାହ ଏବଂ ବଧୂ ଇମୋଜି ଶେୟାର କରିଛନ୍ତି। ଏବେ ଏହି ପୋଷ୍ଟଟି ଭାଇରାଲ ହେଉଛି। ଏବେ ଲୋକେ ବିବାହ ପରେ ପ୍ରଭାସଙ୍କୁ ଦେଖିବାକୁ ଲୋକେ ଅପେକ୍ଷା କରିଛନ୍ତି। କାହାକୁ ବିଆହ କରିଛନ୍ତି ପ୍ରଭାସ ତାହା ଜଣାପଡିନାହିଁ।


ହେଲେ କିଛି ଲୋକଙ୍କୁ ବିଶ୍ୱାସ ହେଉ ନ ଥିବା ବେଳେ ସେମାନେ ଏହାକୁ ମିଥ୍ୟା ବୋଲି କହୁଛନ୍ତି। କିନ୍ତୁ ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ଶିରୋନାମା ପାଲଟିଛି। ନିକଟରେ ଟ୍ରେଡ୍‌ ଆନାଲିଷ୍ଟ ମନୋବାଲା ବିଜୟାବଲାନ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍‌ ଶେୟାର କରିଥିଲେ। ଏହା ପରଠାରୁ ପ୍ରଭାସଙ୍କୁ ଭିନ୍ନ ଭିନ୍ନ ମତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୫ ବର୍ଷିୟ ପ୍ରଭାସ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ଜଣାପଡିଛି। ତେବେ ଏହି ବିବାହ ସତ କି ମିଛ ତାହା ଜଣାପଡିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Prabhas Wedding Rumours Take Over Internet After X Post Goes Viral | Argus News