Prakash Raj / ବଲିଉଡ୍ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରକାଶ ରାଜ୍ !

Key Points
ଏହା ସହ ସେ ବଲିଉଡକୁ ନେଇ ନିଜର କଡ଼ା ପ୍ରତିକ୍ରିୟା ରଖିଛନ୍ତି ।
ବିଜେପି ଏବଂ ଭାରତ ସରକାରଙ୍କୁ ସବୁବେଳେ ସମାଲୋଚନା କରି ଆସୁଥିବା ସାଉଥ୍ ଅଭିନେତା ପ୍ରକାଶ ରାଜ୍ ପୁଣି ଚର୍ଚ୍ଚାରେ । ସେ ଏମିତିରେ ବି ସବୁବେଳେ ନିଜ ଭିଲେନ୍ ଚରିତ୍ର ଓ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟ ଖୁବ୍ ଭାଇରାଲ ମଧ୍ୟ ହୁଏ । ସେଥିରେ ଖୁବ୍ କମେଣ୍ଟ ମଧ୍ୟ ଆସିଥାଏ ।
ଖାଲି ସେତିକି ନୁହେଁ ସେ ହିନ୍ଦି ଭାସାକୁ ମଧ୍ୟ ଗ୍ରହଣ କରିବାକୁ ଚାହାନ୍ତି ନାହିଁ । ସେହି ଦିଗରେ ମଧ୍ୟ ତାଙ୍କର ଅନେକ ବିବାଦୀୟ ବୟାନ ରହିଛି । ତେବେ ଏହାରି ଭିତରେ ସେ ବଲିଉଡ୍କୁ ନେଇ ଏମିତି କିଛି ବୟାନ ଦେଇଛନ୍ତି ଯାହା ଦ୍ୱାରା ପୁରା ଇଣ୍ଡଷ୍ଟ୍ରୀ ଦୋହଲି ଯାଇଛି । ସେ ବଲିଉଡ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି ବଲିଉଡ୍ କେବଳ ଏକ ପ୍ରହେଳିକା, ମିଛ ଓ ପଇସା ପ୍ୟାରା । ଯାହାକୁ ଅଲୋଚନା ଆରମ୍ଭ ହୋଇଛି ।
ଅନ୍ୟପଟେ ତାଙ୍କର ଏହି ବୟାନକୁ ନେଇ ଅନେକ ୟୁଜର କହିଛନ୍ତି, ବଲିଉଡ୍ ଇଣ୍ଡଷ୍ଟ୍ରୀରେ କାମ କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି ପ୍ରକାଶ । କିନ୍ତୁ ଏବେ ସେହି ବଲିଉଡ୍କୁ ତାତ୍ସଲ୍ୟ କରୁଛନ୍ତି । ଖାଲି ଟଙ୍କା ରୋଜଗାର ନୁହେଁ ବଲିଉଡ୍ ପାଇଁ ସାରା ଦେଶରେ ସେ ପରିଚିତ ହୋଇଛନ୍ତି । କିନ୍ତୁ ଏବେ ବଲିଉଡ୍କୁ ନିନ୍ଦା କରୁଛନ୍ତି ।
ଭାରତୀୟ ସିନେ ଜଗତର ଜଣାଶୁଣା କଳାକାର ହେଉଛନ୍ତି ପ୍ରକାଶ ରାଜ। ଯିଏ ପାଞ୍ଚଟି ଭାରତୀୟ ଚଳଚ୍ଚିତ୍ର ଶିଳ୍ପ - ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଏବଂ ହିନ୍ଦୀରେ ୩୮ ବର୍ଷ ଧରି ଲଗାତାର କାମ କରିଛନ୍ତି। ସେ ତିନୋଟିରେ ଯଥେଷ୍ଟ ସଫଳତା ପାଇଛନ୍ତି। ହେଲେ ସେ ବର୍ତ୍ତମାନ ବିଶ୍ୱାସ କରନ୍ତି ଯେ ତାମିଲ ଏବଂ ମାଲାୟଲମ ଚଳଚ୍ଚିତ୍ର ହିନ୍ଦୀ ସିନେମା ଅପେକ୍ଷା ବହୁତ ଉନ୍ନତ । ଏହା ସହ ସେ ବଲିଉଡକୁ ନେଇ ନିଜର କଡ଼ା ପ୍ରତିକ୍ରିୟା ରଖିଛନ୍ତି ।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରକାଶ ରାଜ କହିଥିଲେ କି, 'ତାମିଲ ମାଲାୟଲମ ଏବେ ହିନ୍ଦୀ ଫିଲ୍ମଠାରୁ ଉର୍ଦ୍ଧ୍ୱରେ ରହିଛନ୍ତି । ମଲ୍ଟିପ୍ଲେକ୍ସ ଯୁଗରେ ବଲିଉଡ ବହୁ ପଛରେ ରହିଛି । ନିଜର ମୂଳଠାରୁ ଦୂରେଇ ରହି ଯାଇଛି । ବଲିଉଡ୍ରେ ସବୁକିଛି ଏତେ ସୁନ୍ଦର ଏବଂ ଚକଚକିଆ ଦେଖାଯାଉଛି, କିନ୍ତୁ ଏହା ପ୍ଲାଷ୍ଟିକ୍ ଅନୁଭବ ଦେଉଛି, ଯେପରି ମାଡାମ ତୁସାଦରେ ମହମ ମୂର୍ତ୍ତି। ଆଜିର ପରିସ୍ଥିତି ଏପରି ନୁହେଁ। ସବୁକିଛି ଟଙ୍କା ଏବଂ ପ୍ରଦର୍ଶନର ଖେଳ ପାଲଟିଛି । ମୁଁ ଅନୁଭବ କରୁଛି ଯେ ଶିଳ୍ପ ତାର ଦର୍ଶକଙ୍କ ସହିତ ତାର ସମ୍ପର୍କ ହରାଇ ଦେଇଛି'।
'ନୂଆ ତାମିଲ ନିର୍ଦ୍ଦେଶକମାନେ ଭଲ ଫିଲ୍ମ ନିର୍ମାଣ କରୁଛନ୍ତି । ସ୍ବାଧିନତା ପରେ ବଲିଉଡ ଧର୍ମ ନିରପେକ୍ଷ ମୂଲ୍ୟବୋଧର ନିକଟତର ଥିଲା । ୧୯୭୭ ମସିହାରେ ରିଲିଜ ହୋଇଥିବା ଅମର ଆକବର ଆନ୍ଥୋନୀରେ ଅମିତାଭ ବଚ୍ଚନ, ବିନୋଦ ଖାନ୍ନା ଏବଂ ଋଷି କପୁର ଅଭିନୟ କରିଥିଲେ । କିନ୍ତୁ ଏବେ ଆଉ ସେଭଳି ଫିଲ୍ମ ନିର୍ମାଣ ହେଉନି' ।
ସେପଟେ ଆମେ ଯଦି ପ୍ରକାଶ ରାଜଙ୍କ କଥା କହିବା ତାହେଲେ ସେ ୫ଟି ଫିଲ୍ମ ଜଗତରେ କାମ କରିଛନ୍ତି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଏବଂ ବଲିଉଡରେ ସେ ନିଜର ବଳିଷ୍ଠ ଅଭିନୟ ସହ ୩୮ ବର୍ଷ ହେବ କାର୍ଯ୍ୟ ଜାରି ରଖିଛନ୍ତି ।
📱 Get Argus News App
✨Related Topics
Explore more stories