Prakash Multiple Voter ID / ଗିରଫ ହେବେ ପ୍ରକାଶ ରାଜ: ଲୁଚେଇ ରଖିଛନ୍ତି କର୍ଣ୍ଣାଟକ ସମେତ ଚାରୋଟି ରାଜ୍ୟର ଭୋଟର କାର୍ଡ
·2 months ago·2 min read

Key Points
ପ୍ରକାଶ ରାଜଙ୍କ ପାଖରେ ଏକାଧିକ ଭୋଟର ପରିଚୟପତ୍ର ଅଛି
ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଛି
ହୋଇପାରନ୍ତି ଗିରଫ
ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଛି
ହୋଇପାରନ୍ତି ଗିରଫ
ବଲିଉଡ ଏବଂ ଦକ୍ଷିଣ ଅଭିନେତା ପ୍ରକାଶ ରାଜଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଏକ କୋର୍ଟ ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ (NBW) ଜାରି କରିଛନ୍ତି। ଏହି ମାମଲା ତାଙ୍କ ପାଖରେ ଅନେକ ରାଜ୍ୟର ଭୋଟର ପରିଚୟପତ୍ର ଥିବା ଅଭିଯୋଗ ସହିତ ଜଡିତ।''ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
.ପ୍ରକାଶ ରାଜଙ୍କ ବିରୋଧରେ ୱାରେଣ୍ଟ ଜାରି:
ଏହି ଅଭିଯୋଗ ଆଇନଜୀବୀ ଦିଲ୍ଲୀପ କୁମାର 2019 ମସିହାରେ ହାଲାସୁରୁ ଗେଟ୍ ପୋଲିସ ଷ୍ଟେସନରେ ଦାଖଲ କରିଥିଲେ। ଅଭିଯୋଗକାରୀ କହିଛନ୍ତି ଯେ, ରାଜଙ୍କ ପାଖରେ କର୍ଣ୍ଣାଟକ ସମେତ ଚାରୋଟି ରାଜ୍ୟର ଭୋଟର ପରିଚୟପତ୍ର ଅଛି,ତାମିଲନାଡୁ ଏବଂ ତେଲେଙ୍ଗାନା ଏଥିରେ ସମ୍ପୃକ୍ତ ଏବଂ ଯଦି ପ୍ରମାଣିତ ହୁଏ, ତେବେ ଏହା ନିର୍ବାଚନ ନିୟମର ଉଲ୍ଲଂଘନ ହେବ।''ଦିଲ୍ଲୀପ କୁମାର କହିଛନ୍ତି ଯେ ପୋଲିସ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ପରେ ସେ ବେଙ୍ଗାଲୁରୁ ସହର ପୋଲିସ କମିଶନର ଏବଂ ନିର୍ବାଚନ କମିଶନଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ,କିନ୍ତୁ ସେଠାରୁ ମଧ୍ୟ କୌଣସି ଉତ୍ତର ନପାଇବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଯେକୌଣସି ନାଗରିକ ଦେଶର କେବଳ ଗୋଟିଏ ସ୍ଥାନରେ ଭୋଟର ଭାବରେ ପଞ୍ଜୀକୃତ ହୋଇପାରିବେ।ଅଭିଯୋଗରେ ଦର୍ଶାଯାଇଛି ଯେ ପ୍ରକାଶ ରାଜ ଏକାଧିକ ଭୋଟର ପରିଚୟପତ୍ର ରଖି ଏହି ନିୟମଗୁଡ଼ିକୁ ଉଲ୍ଲଂଘନ କରିଛନ୍ତି।''୪୮ତମ ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ (ACJM) କୋର୍ଟ ଅଭିନେତାଙ୍କୁ ଦୁଇଥର ସମନ କରିଥିଲେ ଏବଂ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣାପଡ଼ିଛି। ତଥାପି, ପ୍ରକାଶ ରାଜ ଉଭୟ ତାରିଖରେ ଦେଖା ଦେଇ ନଥିଲେ। ବାରମ୍ବାର ସମନ ଜାରି ସତ୍ତ୍ୱେ ତାଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି, କୋର୍ଟ ଏବେ ତାଙ୍କ ବିରୁଦ୍ଧରେ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି, ଯାହାଦ୍ୱାରା ଏହି ମାମଲାରେ ତାଙ୍କର ଗିରଫଦାରୀର ସମ୍ଭାବନା ବୃଦ୍ଧି ପାଇଛି।'' ଯାହାକୁ ନେଇ ପ୍ରକାଶ ରାଜଙ୍କ ପ୍ରଶଂସକ ଚିନ୍ତା ପ୍ରକଟ କରିଛନ୍ତି।
ଏଥିସହ ପଢ଼ନ୍ତୁ: ବଦଳିଯାଇଛି ସମୟ: ବାପା ଚଲାଉଥିଲେ କ୍ୟାଣ୍ଟିନ୍, ଶାହାରୁଖ ବିକୁଥିଲେ ସମୋସା...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାର୍ଯ୍ୟ କ୍ଷେତ୍ରରେ, ପ୍ରକାଶ ରାଜ ଖୁବ୍ ଶୀଘ୍ର ଦୃଶ୍ୟମ 3 ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ଦୁଇଟି ସିକ୍ୱେଲ୍ ବକ୍ସ ଅଫିସରେ ହିଟ୍ ହୋଇଛି।ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଫିଲ୍ମର ତୃତୀୟ ଭାଗ ମଧ୍ୟ ସୁପରହିଟ୍ ହେବ।'' ଏହା ପୂର୍ବରୁ ଦୃଶ୍ୟମର ଅନ୍ୟ ଦୁଇଟି ପାର୍ଟ ବକ୍ସ ଅଫିସରେ ହିଟ୍ ହୋଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories