Pranab Patnaik Passes Away / ଚାଲିଗଲେ ସ୍ଵରର ଯାଦୁଗର ପ୍ରଣବ ପଟ୍ଟନାୟକ: ୮୮ ବର୍ଷ ବସୟରେ ଘରୋଇ ହସ୍ପିଟାଲରେ ଆଖିବୁଜିଲେ
·45 mins ago·2 min read

Key Points
ଓଡ଼ିଶାର ସୁନାମଧନ୍ୟ ତଥା ବରିଷ୍ଠ ପ୍ଲେବ୍ୟାକ୍ ଗାୟକ ଜୟଦେବ ପୁରସ୍କାରପ୍ରାପ୍ତ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି
ଘରୋଇ ହସ୍ପିଟାଲରେ ଦେହାନ୍ତ
ଘରୋଇ ହସ୍ପିଟାଲରେ ଦେହାନ୍ତ
ପୁଣି ଓଲିଉଡ ହରାଇଲା ଆଉ ଜଣେ କଣ୍ଠଶିଳ୍ପୀଙ୍କୁ। ଓଡ଼ିଶାର ସୁନାମଧନ୍ୟ ତଥା ବରିଷ୍ଠ ପ୍ଲେବ୍ୟାକ୍ ଗାୟକ ଜୟଦେବ ପୁରସ୍କାରପ୍ରାପ୍ତ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ୮୮ ବର୍ଷରେ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି। ୨୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ୭ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୫୮ ମସିହାରେ 'ମା' ଚଳଚ୍ଚିତ୍ରରୁ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିବା ପ୍ରଣବ ପଟ୍ଟନାୟକ ଦୀର୍ଘ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଜଗତକୁ ନିଜ ମଧୁର ସ୍ୱରରେ ସମୃଦ୍ଧ କରିଥିଲେ।''
ସେ କେବଳ ଚଳଚ୍ଚିତ୍ର ଗୀତ ନୁହେଁ, ବରଂ ଓଡ଼ିଶୀ, ଭଜନ, ସେମି-କ୍ଲାସିକାଲ୍, ଆଧୁନିକ, ପଲ୍ଲୀଗୀତ ଏବଂ ଗଜଲ୍ ଗାଇ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତିଥିଲେ।
ତାଙ୍କର କିମ୍ବଦନ୍ତୀ ସଙ୍ଗୀତ ଗୁଡ଼ିକ ମଧ୍ୟରେ "ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର", "ମନ ମାନେନା", "ସୀତା ରାମ ନାମ", "ଆଉ ଛୁଆଁନା ଛୁଆଁନା" ଏବଂ "ତୁମେ ଜାଣନା କି ମୁଁ ଜାଣନା" ଭଳି କାଳଜୟୀ ଗୀତଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ 'ଜୟଦେବ ପୁରସ୍କାର' ୨୦୧୬ ରେ ସମ୍ମାନିତ କରାଯାଇଥିଲା। ତାଙ୍କ ବିୟୋଗରେ ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।''
୧୯୫୮ରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ସେ ପ୍ରଥମ ଥର ପାଇଁ କଣ୍ଠଦାନ କରିଥିଲେ। ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇଥିଲା।ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ୨୦ ଜାନୁଆରୀ ୧୯୩୮ରେ ତାଙ୍କର ଜନ୍ମ। ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା।‘ମାଝିରେ' ଠାରୁ ‘ନିଝୁମ ରାତି’ଭଳି ଅନେକ ଲୋକପ୍ରିୟ ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇଥିଲା । ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ହଠାତ୍ ତାଙ୍କର ଦେହାନ୍ତ ଘଟିଛି। ଏଖବର ପରେ ଓଲିଉଡ ଜଗତରେ ଶୋକର ଛାଇ ଖେଳିଯାଇଛି। ''
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories