Videos
|
Entertainment

Bollywood News / ପ୍ୟାରିସରେ ଜ୍ୱର ସହ ସଂଘର୍ଷ କରୁଥିବା ପ୍ରୀତି ଜିଣ୍ଟା ତାଙ୍କର ପ୍ରିୟ ଖାଦ୍ୟ ପାଇଲେ…ଦେଶୀ ଖାଦ୍ୟ ଦେଖି କହିଲେ…

Ritu Das
Browse all articles by Ritu Das
·2 hours ago·2 min read
ପ୍ୟାରିସରେ ଜ୍ୱର ସହ ସଂଘର୍ଷ କରୁଥିବା ପ୍ରୀତି ଜିଣ୍ଟା ତାଙ୍କର ପ୍ରିୟ ଖାଦ୍ୟ ପାଇଲେ…ଦେଶୀ ଖାଦ୍ୟ ଦେଖି କହିଲେ…
India

Key Points

ଅଭିନେତ୍ରୀ ପ୍ରୀତି ଜିଣ୍ଟା ସିଭିୟର ଜ୍ୱରରେ ପୀଡ଼ିତ ଅଛନ୍ତି
ପ୍ୟାରିସରେ ଜଣେ ତାଙ୍କୁ ରୋଷଇ କରି ଦେବାରୁ ଖୁସ ହୋଇଯାଇଛନ୍ତି


ବଲିଉଡ ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍ସ ମାଲିକାଣୀ ପ୍ରୀତି ଜିଣ୍ଟା ନିକଟରେ ପ୍ୟାରିସରେ ଅସୁସ୍ଥ ଥିବା ସମୟରେ ଏକ ହୃଦୟସ୍ପର୍ଶୀ ଘଟଣା ସେୟାର କରିଛନ୍ତି ଯାହା ତାଙ୍କୁ ବହୁତ ଆଶ୍ୱସ୍ତି ଦେଇଛି। ଇନଷ୍ଟାଗ୍ରାମରେ, "ପାର୍ଟିସନ୍ ୧୯୪୭" ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ତାଙ୍କୁ ସିଭିୟର ଜ୍ୱର ହୋଇଛି ଏବଂ ସେ ଭଲ ଅନୁଭବ କରୁନାହାଁନ୍ତି। ଜଣେ ବନ୍ଧୁ ତାଙ୍କ ପଡ଼ୋଶୀଙ୍କୁ ତାଙ୍କ ଅବସ୍ଥା ବିଷୟରେ ଜଣାଇଥିଲେ, ଯିଏ ତାଙ୍କର ପ୍ରିୟ ଖାଦ୍ୟ, କଢ଼ି-ଚାଓ୍ବଲ ରାନ୍ଧିଥିଲେ ଏବଂ ତାଙ୍କୁ ଖୁସି କରିବାକୁ ପ୍ରୟାସ କରିଥିଲେ। କୃତଜ୍ଞତା ପ୍ରକାଶ କରି, ପ୍ରୀତି ଜିଣ୍ଟା ପ୍ୟାରିସରେ ରହୁଥିବା ପରିବାରକୁ ପ୍ରଶଂସା କରିଥିଲେ, ଯାହାକୁ ସେ ସବୁଠାରୁ ପ୍ରେମପୂର୍ଣ୍ଣ ଏବଂ ଦୟାଳୁ ପରିବାର ବୋଲି ବର୍ଣ୍ଣନା କରିଛନ୍ତି। ପ୍ରୀତି କହିଛନ୍ତି ଯେ ଏହି ଦୟାପୂର୍ଣ୍ଣ ଆଚରଣ କେବଳ ଏକ କଷ୍ଟକର ଦିନରେ ତାଙ୍କର ମନୋବଳକୁ ବୃଦ୍ଧି କରି ନଥିଲା, ବରଂ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା।

  • ପ୍ରୀତି ଜ୍ୱର ସମୟରେ ତାଙ୍କର ପ୍ରିୟ ଖାଦ୍ୟ ଖୋଜନ୍ତି

ତାଙ୍କ ଭିଡିଓ ସେୟାର କରି ପ୍ରୀତି ଜିଣ୍ଟା ଲେଖିଛନ୍ତି, "ପ୍ୟାରିସର ସବୁଠାରୁ ସୁନ୍ଦର ଏବଂ ଦୟାଳୁ ପରିବାରକୁ ବହୁତ ବହୁତ ଧନ୍ୟବାଦ।" ମୋତେ ଜ୍ୱର ହୋଇଥିଲା ଏବଂ ମୁଁ ଆଦୌ ଭଲ ଅନୁଭବ କରୁ ନଥିଲି। ମୋର ବନ୍ଧୁ ତାଙ୍କ ପଡ଼ୋଶୀଙ୍କୁ କହିଲା, ଆଉ ତା’ପରେ ସେମାନେ ମୋର ମନକୁ ଆକ୍ଟିଭ କରିବା ପାଇଁ ମୋର ପ୍ରିୟ କଢ଼ି ଏବଂ ଭାତ ପଠାଇଥିଲେ। ଦୟା ଆଉ ନିଜର ଭାବି ଏହି ଛୋଟିଆ କାମଟି ମୋ ଦିନ ବନେଇଦେଇଥିଲା। ଏହି କାମ ମୋ ପାଇଁ ବହୁତ ବଡ଼।

  • କଢି-ଚାଓ୍ବଲ ଦେଖି ପ୍ରୀତି ପୁରା ଖୁସି

ଭିଡିଓରେ ପ୍ରୀତି ଡବା ଖୋଲୁ ଖୋଲୁ ବହୁତ ଖୁସି ହୋଇଯାଇଥିଲେ। ଯେଉଁଥିରେ ଆଳୁ-କୋବିର ସବଜି ଥିଲା ଏବଂ ଆଉ ଗୋଟେ ଟିଫିନରେ ପ୍ରୀତିଙ୍କ ଫେଭରେଟ କଡ଼ି-ଚାଓ୍ବଲ ଥିଲା। ଏହାକୁ ଦେଖି ପ୍ରୀତି କହିଲେ, “ଓଃ ମାଇଁ ଗଡ”….କଡ଼ି ଚାଓ୍ବଲ! ମୁଁ ବିଶ୍ବାସ କରିପାରୁନି। ମୋତେ ଏହି ଡିସ ବହୁତ ପସନ୍ଦ। ଏହା ପଞ୍ଜାବୀଙ୍କର ଜାନ। ଯେତେବେଳେ ତୁମେ ବହୁତ ଅସୁସ୍ଥ ଥିବ ସେତେବେଳେ ଯଦି ତୁମକୁ ଏଭଳି ଡିସ ମିଳିଯିବ ତାହାଲେ ତୁମେ ବହୁତ ଭାଗ୍ୟବାନ।

  • ପ୍ରୀତି ଜିଣ୍ଟା ଶ୍ରାବଣରେ ଗଣପତି ମନ୍ଦିର ପରିଦର୍ଶନ କଲେ

କିଛି ଦିନ ପୂର୍ବେ, ପ୍ରୀତି ଜିଣ୍ଟା ଶ୍ରାବଣ ମାସର ଶେଷ ସୋମବାରରେ ପ୍ୟାରିସର ଗଣପତି ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କର ଆଧ୍ୟାତ୍ମିକ ଯାତ୍ରାର ଝଲକ ସେୟାର କରିଥିଲେ। ଏକ ଭିଡିଓରେ, "ମିଶନ କାଶ୍ମୀର" ଅଭିନେତ୍ରୀ ମନ୍ଦିରରେ ତାଙ୍କର ଦର୍ଶନକୁ କଏଦ କରିଥିଲେ, ଯେଉଁଠାରେ ତାଙ୍କୁ ପ୍ରାର୍ଥନା, ଦୀପ ଜଳାଇବା ଏବଂ ଆଶୀର୍ବାଦ କରୁଥିବାର ଦେଖାଯାଇଥିଲା। ଧଳା ପୋଷାକ ପିନ୍ଧି, ଅଭିନେତ୍ରୀ ମନ୍ଦିର ରୀତିନୀତିରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରାର୍ଥନାରେ କିଛି ସମୟ ବିତାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୧୯୪୭ ବିଭାଜନ ସହିତ ପ୍ରୀତି ଜିଣ୍ଟାଙ୍କ ବଡ଼ କମବ୍ୟାକ

ଓ୍ବାର୍କ ଫ୍ରଣ୍ଟ କଥା କହିଲେ ରାଜକୁମାର ସନ୍ତୋଷୀଙ୍କ "ପାର୍ଟିସନ୍ ୧୯୪୭" ସହିତ ଦୀର୍ଘ ୮ବର୍ଷର ବିରତି ପରେ ପ୍ରୀତି ଜିଣ୍ଟା ସମ୍ପ୍ରତି ବଡ଼ ପରଦାକୁ ଫେରିଛନ୍ତି। ୧୪ ଅଗଷ୍ଟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଇଣ୍ଡିଆ ଟିଭିରୁ ୩.୫ ରେଟିଂ ପାଇଛି। ଏଥିରେ ସନି ଦେଓଲ, ଶବାନା ଆଜମୀ ଏବଂ ଅଲି ଫୈଜଲ ମଧ୍ୟ ଅଭିନୟ କରିଛନ୍ତି।