Bollywood Update / ପ୍ରେମ ଚୋପ୍ରାଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି
·10 months ago·2 min read

Key Points
ଅଭିନେତା ପ୍ରେମ ଚୋପ୍ରାଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା
ହସ୍ପିଟାଲରେ ହେଲେ ଭର୍ତ୍ତି
ଚିନ୍ତାରେ ଫ୍ୟାନ୍ସ, କହିଲେ ବଲିଉଡରେ କାହାର ନଜର ଲାଗିଛି

ହିନ୍ଦୀ ସିନେମା ଜଗତରୁ ଗୋଟିଏ ପରେ ଗୋଟିଏ ଚିନ୍ତାଜନକ ଖବର ଆସୁଛି ସାମ୍ନାକୁ । ପୁଣି ଆଉ ଜଣେ ଅଭିନେତା ଅସୁସ୍ଥ ଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିନେତା ପ୍ରେମ ଚୋପ୍ରାଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା। ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ପ୍ରଥମେ ବଲିଉଡ୍ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ପ୍ରେମ ଚୋପ୍ରାଙ୍କ ଖବର ସାମ୍ନାକୁ ଆସିଛି। ପ୍ରେମ ଚୋପ୍ରାଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ, ହିନ୍ଦୀ ସିନେମାରେ ଖଳନାୟକଙ୍କ ଭୂମିକାକୁ ଭିନ୍ନ ସ୍ତରକୁ ନେଇଥିଲେ।
70 ଏବଂ 80 ଦଶକରେ ଖଳନାୟକ ଚରିତ୍ର ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ପ୍ରେମ ଚୋପ୍ରା 1960 ମସିହାରେ ପଞ୍ଜାବୀ ଚଳଚ୍ଚିତ୍ର "ଚୌଧରୀ କର୍ଣ୍ଣେଲ ସିଂହ" ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । "ଚୌଧରୀ କର୍ଣ୍ଣେଲ ସିଂହ" ବକ୍ସ ଅଫିସରେ ହିଟ୍ ହୋଇଥିଲା । ସେ 380ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। 'ଶହୀଦ' (1965), ମନୋଜ କୁମାରଙ୍କ 'ଉପକାର' (1967) , ରାଜେଶ ଖାନାଙ୍କ 'ଦୋ ରାସ୍ତେ' (1969) ଏବଂ 'କଟି ପଟଙ୍ଗ' (1970) ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ। କିନ୍ତୁ ପରେ ତାଙ୍କ ଖଳନାୟକ ଭୂମିକା ତାଙ୍କୁ ଦେଇଥିଲା ସଫଳତା ଓ ଲୋକପ୍ରିୟତା ।
ଭେଟେରାନ୍ ଅଭିନେତା ପ୍ରେମ୍ ଚୋପ୍ରାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, 90 ବର୍ଷୀୟ ଅଭିନେତାଙ୍କ ହାର୍ଟ୍ ସହ ଜଡ଼ିତ ସମସ୍ୟା ଓ ଭାଇରାଲ ସଂକ୍ରମଣ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସ୍ଥିରତା ଆସିବାରୁ 2ରୁ 3 ଦିନ ପରେ ତାଙ୍କୁ ଡିସଚାର୍ଜ ମିଳିଯିବ ବୋଲି ଡାକ୍ତର କହିଛନ୍ତି। ସୂଚନାନୁସାରେ ପ୍ରେମ ଚୋପ୍ରାଙ୍କର ସୋମବାର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କ ଜ୍ୱାଇଁ ବିକାଶ ଭଲ୍ଲା କହିଛନ୍ତି ଯେ, ପ୍ରେମ୍ ଙ୍କୁ ହାର୍ଟ ସମ୍ୱନ୍ଧୀୟ ସମସ୍ୟା ରହିଛି । ସେ ଭାଇରାଲ ସଂକ୍ରମଣ ଏବଂ ଫୁସଫୁସ ସଂକ୍ରମଣ ରୋଗରେ ସେ ପୀଡ଼ିତ । ଫ୍ୟାମିଲି ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିନ୍ତାର କୌଣସି ବିଷୟ ନାହିଁ। ଏବେ ସେ ପୂରା ଠିକ୍। ତାଙ୍କୁ 2-3 ଦିନ ହସ୍ପିଟାଲରେ ରଖାଯାଇ ତାଙ୍କୁ ଡିସଚାର୍ଜ କରାଯିବ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।''
ଏଥିସହ ପଢ଼ନ୍ତୁ: ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଝିଅ ଇଶା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତକାଲି ମେଡିକାଲରେ ଭର୍ତ୍ତି ହୋଇଥିଲେ ଅଭିନେତା ଧର୍ମେନ୍ଦ୍ର। ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର, ହଠାତ୍ ଖରାପ ହେବାର ଖବର ସାମ୍ନାକୁ ଆସିଥିଲା । ସେ ତାଙ୍କ ପ୍ରଶଂସକଙ୍କଠାରୁ “ହି-ମ୍ୟାନ୍” ଟ୍ୟାଗ୍ ମଧ୍ୟ ଅର୍ଜନ କରିଛନ୍ତି। ଆଗରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଆଜି ପୁଣି ଥରେ ସ୍ୱାସ୍ଥ୍ୟ ଖରାପ ଥିବା କାରଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୁଚନା ରହିଛି। ତାଙ୍କ ଟିମ୍ ପ୍ରକାଶ କରିଛନ୍ତି ଯେ, ସେ ବର୍ତ୍ତମାନ ଠିକ ଅଛନ୍ତି। ୭୦ ଏବଂ ୮୦ ଦଶକର ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଧର୍ମେନ୍ଦ୍ର ଥିଲେ।
ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟଜନିତ ଖବରକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା । ଯାହା ପରେ ରାଗିଯାଇଥିଲେ ହେମାମାଳୀନି। ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି । ତାଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ସକାଳେ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ ଝିଅ ଇଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି । ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories