National Film Awards / National Film Awards ; ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

Key Points
ଶ୍ରେଷ୍ଠଙ୍କୁ ମିଳିବ ପୁରସ୍କାର
ନୂଆଦିଲ୍ଲୀରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ
ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର
ଆଜି ନୂଆଦିଲ୍ଲୀରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା । 'ଯବାନ' ପାଇଁ ଶାହରୁଖ ଖାନ୍ ଓ 12th ଫେଲ୍ ପାଇଁ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ।
12th ଫେଲ୍ କୁ ଶ୍ରେଷ୍ଠ ପିଚର ଫିଲ୍ମ ଆୱାଡ ମିଳିବ । ସେହିପରି ରାଣୀ ମୁଖାର୍ଜୀଙ୍କୁ ମିଷ୍ଟର ଚାଟାର୍ଜୀ ଭର୍ସେସ ନରୱେ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ପ୍ରଦାନ କରାଯିବ । କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋହନଲାଲଙ୍କୁ 2023 ବର୍ଷ ପାଇଁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ।
ଅଧିକ ପଢନ୍ତୁ : ଓଡ଼ିଆ ଫିଚର ଫିଲ୍ମ ଲହରୀ ବିଶ୍ୱର ଏକମାତ୍ର ଓସ୍କାର ଆଓ୍ୱାର୍ଡ ପାଇଁ ମନୋନୀତ
📱 Get Argus News App
✨'ଦି କେରଳ ଷ୍ଟୋରୀ' ପାଇଁ ସୁଦୀପ୍ତୋ ସେନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ ପ୍ରଦାନ କରାଯିବ । 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି । ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା'ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ଏହି 'ପୁଷ୍କରା'ର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସବ୍ୟସାଚୀ ମିଶ୍ର ।
ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ । ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ରହିବେ ଉପସ୍ଥିତ । ମହାମାରୀ ଯୋଗୁଁ ଏହି ମାନ୍ୟତା ଦୁଇ ବର୍ଷ ବିଳମ୍ବ ହୋଇଥିଲା ତେବେ ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାରକୁ ସିନେପ୍ରେମୀମାନେ ୟୁଟ୍ୟୁବରେ ଡିଡି ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ଲାଇଭ ଦେଖିପାରିବେ । ପ୍ରସାରଣ ଅପରାହ୍ନ ୩ଟାରେ ଆରମ୍ଭ ହେବ, ବିଜେତାମାନେ ସେମାନଙ୍କର ସମ୍ମାନ ଗ୍ରହଣ କରିବା ପୂର୍ବରୁ ରେଡ କାର୍ପେଟରେ ଚାଲିବେ।
Related Topics
Explore more stories