Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ପ୍ରିୟଙ୍କାଙ୍କୁ ସ୍ୱାଗତ କଲେ ରାଜାମୌଲି, କହିଲେ...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ପ୍ରିୟଙ୍କାଙ୍କୁ ସ୍ୱାଗତ କଲେ ରାଜାମୌଲି, କହିଲେ...

Key Points

‘ଗ୍ଲୋବ୍ ଟ୍ରଟର’ରୁ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଝଲକ
ପୋଷ୍ଟ ସେୟାର କଲେ ଏସ୍.ଏସ୍. ରାଜାମୌଲି
ଫ୍ୟାନ୍ସ କହିଲେ ଫିଲ୍ମକୁ ଅପେକ୍ଷା
ପୁଣି ପରଦାକୁ ଫେରିବେ ବଲିଉଡର ଦେଶୀଗର୍ଲ୍ । ଖୁବଶୀଘ୍ର ବଲିଉଡକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି ହଲିଉଡ୍ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ୬ ବର୍ଷ ପରେ ନୂଆ ଲୁକରେ ପିସିଙ୍କ କମବ୍ୟାକ। ଭାଇରାଲ ହେଲା ପିସିଙ୍କ ହଳଦିଆ ଶାଢ଼ୀର ପ୍ରଥମ ଝଲକ। ଯାହାକୁ ଦେଖି ଫ୍ୟାନ୍ସ ମତୁଆଲା। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗ୍ଲୋବ୍ ଟ୍ରଟର’ର ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ ଜାରି କରିଛନ୍ତି। ହଳଦିଆ ଶାଢ଼ୀ ପିନ୍ଧି ପ୍ରିୟଙ୍କାଙ୍କ ଆକ୍ସନ୍‌-ଭରା ଲୁକ ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ ଏକ ବଡ଼ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାକୁ ଯାଉଛନ୍ତି ପ୍ରିୟଙ୍କା। ଆଉ ଫ୍ୟାନ୍ସ ବି ତାଙ୍କୁ ହଲରେ ଦେଖିବା ପାଇଁ ଅପେକ୍ଷାରତ।

ପ୍ରିୟଙ୍କା ଓ ପୃଥ୍ୱୀରାଜଙ୍କ ପ୍ରଥମ ଲୁକ୍ ପରେ, ଚଳଚ୍ଚିତ୍ରର ପ୍ରଥମ ଗୀତ ମଧ୍ୟ ୟୁଟ୍ୟୁବରେ ମୁକ୍ତିଲାଭ କରିଛି। ଓସ୍କାର ବିଜେତା ସଙ୍ଗୀତଜ୍ଞ ଏମ୍.ଏମ୍. କିରବାନୀ ଏହି ଟ୍ରାକ୍‌ଟିକୁ କମ୍ପୋଜ୍ କରିଥିବା ବେଳେ ଅଭିନେତ୍ରୀ ଏବଂ ଗାୟିକା ଶ୍ରୁତି ହାସନ ଏଥିରେ କଣ୍ଠଦାନ କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।ରାଜାମୌଲି ପ୍ରିୟକାଙ୍କ ଲୁକ୍ ସେୟାର୍ କରି ଲେଖିଛନ୍ତି, “ଯିଏ ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପୁନଃ ପରିଭାଷିତ କରିଛନ୍ତି। ଦେଶୀ ଗର୍ଲ! ପ୍ରିୟଙ୍କା ଚୋପ୍ରା ପୁଣି ଥରେ ସ୍ୱାଗତ… ତୁମର ମନ୍ଦାକିନୀର ଅନେକ ରୂପ ଦେଖିବାକୁ ଦୁନିଆ ଅପେକ୍ଷା କରିଛି।” ଏହି ଚଳଚ୍ଚିତ୍ରରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନ ମୁଖ୍ୟ ଭୂମିକାରେ ଅଛନ୍ତି।



ନିକଟରେ ପୃଥ୍ୱୀରାଜଙ୍କ ଲୁକ୍ ମଧ୍ୟ ପ୍ରକାଶ ପାଇଥିଲା। ପୃଥ୍ୱୀରାଜଙ୍କ ଚରିତ୍ରର ନାଁ କୁମ୍ଭ ଏବଂ ତାଙ୍କୁ ଜଣେ ନିଷ୍ଠୁର, ଶକ୍ତିଶାଳୀ ଖଳନାୟକ ଭାବେ ରାଜାମୌଲି ବର୍ଣ୍ଣନା କରିଥିଲେ।ଅନ୍ୟପକ୍ଷରେ, ‘ଗ୍ଲୋବ୍ ଟ୍ରଟର’ ନିର୍ଦ୍ଦେଶକ ମହେଶ ବାବୁଙ୍କ ଏକ ଝଲକ ମଧ୍ୟ ସେୟାର୍ କରି ଲେଖିଥିଲେ ଯେ, ନଭେମ୍ବର ୧୫ରେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ହେବାକୁ ଥିବା ‘ଗ୍ଲୋବ୍ ଟ୍ରଟର’ ଇଭେଣ୍ଟରେ ଦର୍ଶକଙ୍କୁ ବଡ଼ ସରପ୍ରାଇଜ୍ ମିଳିବ।ପ୍ରିୟଙ୍କା ମଧ୍ୟ ସମାନ ପୋଷ୍ଟକୁ ସେୟାର କରି ନିଜ ଚରିତ୍ର ବିଷୟରେ ଲେଖିଛନ୍ତି କି, ଏହା ଯାହା ଦେଖାଯାଉଛି ତାହା ଠାରୁ ଖୁବ ଅଧିକ। ମନ୍ଦାକିନୀକୁ ହାଲୋ କରନ୍ତୁ। ଅଭିନେତ୍ରୀଙ୍କୁ ଶେଷଥର ପାଇଁ ବଲିଉଡ୍ ଚଳଚ୍ଚିତ୍ର 'ଦି ସ୍କାଏ ଇଜ୍ ପିଙ୍କ୍'ରେ ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ଦେଖାଇବେ ।

ପୂର୍ବରୁ ପ୍ରିୟଙ୍କା 'ରାମ-ଲୀଲା'ରେ ଭଂସାଲୀଙ୍କ ପାଇଁ 'ରାମ ଚାହେ ଲୀଲା'ରେ ତାଙ୍କର ଚମତ୍କାର ଅଭିନୟ ଦେଖାଇଥିଲେ । ଏହି ଗୀତଟି ବ୍ଲକବଷ୍ଟର ହୋଇଥିଲା । ଆଜି ମଧ୍ୟ ପ୍ରଶଂସକମାନେ ଏହି ଗୀତକୁ ବହୁତ ପସନ୍ଦ କରନ୍ତି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bollywood Update | Priyanka Chopra’s First Look from ‘Globe Trotter’ Shared by S.S. Rajamouli | Argus News | Argus News