ନାକ ଅସ୍ତ୍ରୋପଚାର କରିବା ବଡ ଭୁଲ ହେଇଗଲା: ପିସି

ଦେଶୀଗର୍ଲଙ୍କୁ ହୋଇଛି ବଡ ରୋଗ। ଏକଥା ପ୍ରିୟଙ୍କା ନିଜେ ଏକ ସାକ୍ଷାତକାରରେ କହିଛନ୍ତି । ତେଣୁ ସେ ଖୁବ୍ ଧ୍ୟାନ ସହକାରେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି । ଏଖବର ପରେ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ଯେ ପିସି କେଉଁ ରୋଗରେ ପୀଡିତ ଅଛନ୍ତି ? ତାଙ୍କର କଣ ହୋଇଛି ?
ନିକଟରେ ବିବାହ କରିଛନ୍ତି ଗ୍ଲୋବାଲ୍ ଷ୍ଟାର ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଭାଇ ବାହାଘରରେ ପିସି ଖୁବ ସୁନ୍ଦର ଦେଖାଯାଉଥିଲେ। ପିସିଙ୍କ ସ୍ୱାମୀ ନିଜ ଜୋନସଙ୍କ ପୂରା ଫ୍ୟାମିଲି ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ। ଭାଇ ବାହାଘରରେ ପ୍ରିୟଙ୍କା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସବୁ ଭିତରେ ପିସି ବଡ ରୋଗରେ ପୀଡିତ ଥିବା ଖବର ସାମ୍ନାକୁ ଆସିଛି। ପିସି କହିଛନ୍ତି, ନାକ ଅସ୍ତ୍ରୋପଚାରରେ ଏକ ଭୁଲ ପରେ ସେ ଆଜମା ଏବଂ ଡିପ୍ରେସନର ଶିକାର ହୋଇଥିଲେ।
ପ୍ରିୟଙ୍କା କହିଛନ୍ତି, ସେ କରୋନା ଭାଇରସ୍ ସମୟରେ ବହୁତ ଭୟଭୀତ ଥିଲେ। କାରଣ ସେ ଶ୍ୱାସରୋଗରେ ପୀଡିତ। ତାଙ୍କ ଜୀବନ ବହୁତ ବିପଦପୂର୍ଣ୍ଣ । ଯେଉଁଥିପାଇଁ ସେ ଟ୍ରିଟମେଣ୍ଟ ହେଉଛନ୍ତି। ମେଡିସିନ ଖାଇବା ସହ ଖୁବ ଯତ୍ନ ସହକାରେ ରହୁଛନ୍ତି। ବିଶେଷଜ୍ଞମାନେ କୁହନ୍ତି, ଆଜମାରେ ନିଶ୍ୱାସ ନେବାରେ କଷ୍ଟ ହୁଏ । ଏହା ଯୋଗୁ ଶ୍ୱାସକ୍ରିୟା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ। ବର୍ଦ୍ଧିତ ପ୍ରଦୂଷଣ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଅନେକ କାରଣ ଯୋଗୁ ଆଜମା ହୁଏ । ଆଜ୍ମା ଏକ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗ। ଯାହା ଶ୍ୱାସନଳୀର ପ୍ରଦାହ, ଶ୍ୱାସକ୍ରିୟାରେ କଷ୍ଟ, ଛାତି ଯନ୍ତ୍ରଣା ଏବଂ ଲଗାତର କାଶ ହୁଏ ।
ଶୀତଦିନେ ଏହି ଲକ୍ଷଣଗୁଡ଼ିକ ଅଧିକ ଅସୁବିଧାଜନକ ହୁଏ । ନିୟମିତ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଏହାକୁ ରୋକିବାରେ ସାହାଯ୍ୟ କରିପାରିବ, କିନ୍ତୁ ଯଦି ଆପଣଙ୍କର ଅଧିକ ସମସ୍ୟା ଅଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।ଥଣ୍ଡା କିମ୍ବା ଫ୍ଲୁ ଭଳି ଭାଇରାଲ୍ ସଂକ୍ରମଣ ପୂର୍ବରୁ ସମ୍ବେଦନଶୀଳ ଶ୍ୱାସନଳୀକୁ ପ୍ରଭାବିତ କରିପାରେ, ଯାହା ଶ୍ୱାସରୋଗର ଲକ୍ଷଣକୁ ବୃଦ୍ଧି କରିପାରେ, ତେଣୁ ଶ୍ୱାସରୋଗୀମାନେ ଏଠାରୁ ଦୂରେଇ ରହିବା ଉଚିତ। ଥଣ୍ଡା ପବନ, ଆର୍ଦ୍ରତା ଏବଂ ତାପମାତ୍ରାରେ ହଠାତ୍ ହ୍ରାସ କିମ୍ବା ବୃଦ୍ଧି ଏହି ବିପଦକୁ ବଢ଼ାଇପାରେ, ଯାହା ଶ୍ୱାସରୋଗ ଆକ୍ରମଣର କାରଣ ହୋଇପାରେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: