Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସାତ ଜନ୍ମର ସାଥୀ ହେଲେ ପୁଲକିତ୍-କ୍ରିତି

Entertainment

ସାତ ଜନ୍ମର ସାଥୀ ହେଲେ ପୁଲକିତ୍-କ୍ରିତି

Rashmita Mishra
Browse all articles by Rashmita Mishra
·2 years ago·1 min read
ସାତ ଜନ୍ମର ସାଥୀ ହେଲେ ପୁଲକିତ୍-କ୍ରିତି

ବହୁ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ହାତକୁ ଦୁଇ ହାତ ହେଲେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା । ଶେଷରେ ମାର୍ଚ୍ଚ ୧୫ରେ ବିବାହ କରିଛନ୍ତି ଏ ଦୁଇ ପ୍ରେମ ପକ୍ଷୀ । ପ୍ରଶଂସକମାନେ ଏହି ଦମ୍ପତିଙ୍କ ଅଫଇସିଆଲ ବିବାହ ଫଟୋ ଶେୟାର କରିବାକୁ ଅପେକ୍ଷା କରି ରହିଥିଲେ ।
ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା କିଛି ସୁନ୍ଦର ଝଲକ ଶେୟାର କରି ପ୍ରଶଂସକମାନଙ୍କୁ ସେମାନଙ୍କର ବିବାହ ବେଳର ଝଲକ ପ୍ରଦାନ କରିଛନ୍ତି । ଘନିଷ୍ଠ ପରିବାର ଏବଂ ବନ୍ଧୁମାନଙ୍କ ମଧ୍ୟରେ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଏକ ଖୁସି ଉତ୍ସବ ସହିତ ସେମାନଙ୍କର ଖୁସହାଲ ଜିନ୍ଦେଗି ଆରମ୍ଭ କରିଛନ୍ତି । 
ଦିଲ୍ଲୀ ଉପକଣ୍ଠରେ ଅବସ୍ଥିତ ବିଳାସପୂର୍ଣ୍ଣ ଆଇଟିସି ଭାରତ ସାମ୍ନାରେ ଏହି ଦମ୍ପତି ପ୍ରେମ ସହ ଷ୍ଟାଇଲରେ ବି ଥିଲେ । ବିବାହରେ ଏକଜୁଟ ହେବାବେଳେ ଏମାନେ ସବୁଠାରୁ ଷ୍ଟାଇଲିସ ଦେଖାଯାଉଥିଲେ । ପୁଲକିତ ସମ୍ରାଟଙ୍କୁ ଏକ ଶାନଦାର ଗ୍ରୀନ ଆଉଟଫିଟରେ ଚମତ୍କାର ଦେଖାଯାଉଥିଲା, ଯାହା ବିବାହର ପେଷ୍ଟେଲ ସୌନ୍ଦର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପରିପୂର୍ଣ୍ଣ କରିଥିଲା ।

ପୁଲକିତ ସମ୍ରାଟଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ୨୦୧୪ରେ ସେ ତାଙ୍କ ଗାର୍ଲଫ୍ରେଣ୍ଡ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ। ସେ ହେଉଛନ୍ତି ଅଭିନେତା ସଲମାନ ଖାନ୍‌ଙ୍କ ରାଖୀଥିଵା  ଭଉଣୀ। ତେବେ ୨୦୧୫ରେ ଉଭୟଙ୍କ ବିବାହ ଭାଙ୍ଗି ଯାଇଥିଲା। ଦୁହେଁ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ। ଏବେ ସେ ପୁଣି ଥରେ ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କୁ ବିବାହ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pulkit-Kirti Wedding | Argus News