Allu Arjun Chargesheet / ପୁଷ୍ପା-୨ ଦଳାଚକଟା, ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ପୋଲିସ
·8 months ago·2 min read

Key Points
ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨’ର ପ୍ରିମିୟର ସମୟରେ ହୋଇଥିବା ଦଳାଚକଟା ମାମଲାରେ ପୋଲିସ ଗୋଟିଏ ବର୍ଷ ପରେ ଚାର୍ଜସିଟ୍ ଦାଖଲ କରିଛି।
ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨’ର ପ୍ରିମିୟର ସମୟରେ ହୋଇଥିବା ଦଳାଚକଟା ମାମଲାରେ ପୋଲିସ ଗୋଟିଏ ବର୍ଷ ପରେ ଚାର୍ଜସିଟ୍ ଦାଖଲ କରିଛି। ଗତ ବର୍ଷ ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛୋଟ ପିଲା ଗୁରୁତର ଆହତ ହୋଇଥିଲେ। ଏବେ ବି ଛୋଟ ପିଲାଟିର ଚିକିତ୍ସା ଜାରି ରହିଛି। ଏହା ମଧ୍ୟରେ ଶନିବାର ହାଇଦ୍ରାବାଦର ଚିକ୍କଡପଲ୍ଲୀ ପୋଲିସ ମାମଲାରେ ୨୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ୧୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ସମେତ ସନ୍ଧ୍ୟା ଥିଏଟରର କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ନାଁ ସାମିଲ୍। ଏହା ସହିତ ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜର ଓ ବାଉନ୍ସର ନାଁ ଚାର୍ଜସିଟରେ ରହିଛି।
ଲୋକପ୍ରିୟ ତେଲୁଗୁ ଫିଲ୍ମ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏହି ମାମଲାରେ ଅଭିଯୁକ୍ତ ନମ୍ବର ୧୧(ଏ-୧) ରୂପେ ତାଲିକାଭୁକ୍ତ କରାଯାଇଛି। ତାଙ୍କର ବ୍ୟକ୍ତିଗତ କର୍ମଚାରୀ, ସୁରକ୍ଷା ଟିମର ସଦସ୍ୟ ଓ ଫିଲ୍ମ ପ୍ରଡକ୍ସନ ହାଉସର ପ୍ରତିନିଧିଙ୍କ ନାଁ ମଧ୍ୟ ଚାର୍ଜସିଟରେ ସାମିଲ୍। ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜ୍ଜନାର କହିଛନ୍ତି ଡିସେମ୍ବର ୨୪ରେ ସ୍ଥାନୀୟ ଅଦାଲତରେ ୨୩ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି।
ହାଇଦ୍ରାବାଦର ଆରଟିସି ଏକ୍ସ ରୋଡ ସ୍ଥିତ ସନ୍ଧ୍ୟା ଥିଏଟରରେ ପ୍ରିମିୟର ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଗୋଟିଏ ଝଲକ ପାଇବା ପାଇଁ ପ୍ରବଳ ଭିଡ଼ ଲାଗି ରହିଥିଲା। ଏହି ସମୟରେ ଦଳାଚକଟା ଘଟିଥିଲା।
ଏଥିରେ ୩୫ ବର୍ଷୀୟ ରେବତୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ନାବାଳକ ପୁଅ ଶ୍ରୀତେଜ ଗୁରୁତର ଅବେ ଆହତ ହୋଇଥିଲେ। ପୋଲିସ ତଦନ୍ତରୁ ଜଣା ପଡ଼ିଛି ଯେ, ଘୋର ଅବ୍ୟବସ୍ଥା ଓ ଅବହେଳା, ସୁରକ୍ଷା ପ୍ରଟୋକଲର ଉଲ୍ଲଂଘନ କାରଣରୁ ଏହି ଦଳାଚକଟା ଘଟିଥିଲା। ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷ ଓ ମାଲିକ ଅଭିନେତାଙ୍କ ଆଗମନ ବିଷୟରେ ଜାଣିଥିଲେ ହେଁ, ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲେ। ଅତ୍ୟଧିକ ଭିଡ଼ ପରିସ୍ଥିତି ସତ୍ତ୍ଵେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ନକରି ଅଭିନେତା ଅଲୁ ଅର୍ଜୁନ ଥିଏଟରକୁ ଯିବାର ଅଭିଯୋଗ ହୋଇଛି।
ଜେଲରେ ରାତି କଟାଇଲେ ଅଲ୍ଲୁ ଅର୍ଜୁନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମାମଲା ପରେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଅଟକ ରଖିଥିଲା। ଫଳରେ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡ଼ିଥିଲା। ଏହି ମାମଲା ପାଇଁ ହାଇଦ୍ରାବାଦ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ପଚରାଉଚରା ପାଇଁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଯଦିଓ ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା, ଜାମିନ ପାଇବାରେ ବିଳମ୍ବିତ ରାତି ହୋଇଥିବାରୁ ତାଙ୍କୁ ସେଠାରେ ରାତି କଟାଇବାକୁ ପଡିଥିଲା। ପରଦିନ ସକାଳେ ସେ ଜାମିନରେ ଜେଲରୁ ମୁକୁଳିଥିଲେ। ଏହା ପରେ ପୁଷ୍ପା-୨ ଚଳଚ୍ଚିତ୍ର ବକ୍ସ ଅଫିସରେ ଧମାକା କରି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା।
Related Topics
Explore more stories