ବୋର୍ଡ ପରୀକ୍ଷା ପାଇଁ ସୁଟିଂ ସେଟରେ ପାଠପଢ଼ୁଛନ୍ତି ରବିନାଙ୍କ ଝିଅ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନିଙ୍କ ପିଲାଟି ଦିନରୁ ଅଭିନୟ ପ୍ରତି ଖୁବ ରୁଚି ରହିଛି। ସେ ଅଭିନୟ ଜଗତରେ ପାଦ ଥାପିବେ ବୋଲି ଅନେକ ଦିନ ହେବ ଖବର ଚର୍ଚ୍ଚାରେ ଥିଲା। ସମ୍ପ୍ରତି ସେ ‘ଆଜାଦ’ ସିନେମା ଜରିଆରେ ଅଭିନୟରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି। ରିଶାଙ୍କ ସହିତ ଏହି ସିନେମାରେ ଅମନ ଦେବଗନ ବି ଡେବ୍ୟୁ କରିବାର ସୂଚନା ରହିଛି। ରାଶା ଥଡାନି ଅଭିନେତ୍ରୀ ହେବାର ସ୍ବପ୍ନ ସହିତ ତାଙ୍କ ପାଠପଢ଼ାକୁ ଅବହେଳା କରି ନାହାନ୍ତି। ‘ଆଜାଦ’ ସିନେମାର ସୁଟିଂ ସହିତ ତାଙ୍କ ସ୍କୁଲପାଠପଢ଼ା ବି ଜାରି ରଖିଛନ୍ତି।
ସୁଟିଂ ସହିତ ରାଶା ତାଙ୍କ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ ସେଟରେ ପ୍ରସ୍ତୁତ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ସେଟରେ ପାଠପଢ଼ାକୁ ନେଇ ରାଶା କହିଥିଲେ, ‘ମୋର ଅଭିନୟ ପାଇଁ ଯେଉଁସବୁ ସଂଳାପ ଅଛି ମୁଁ ତାହାକୁ ମନେ ରଖି ଦେଇଛି। ଏବେ ମୋର ପାଠଢ଼ାର ସମୟ। ବୋର୍ଡ ପରୀକ୍ଷାକୁ ଆଉ ମାତ୍ର ୧୦ଦିନ ରହିଲା। ଏଭଳି କ୍ଷେତ୍ରରେ ମୁଁ ମୋର ପାଠପଢ଼ାକୁ ହେଳା କରି ପାରିବି ନାହିଁ। ତେଣୁ ମେକଅପ ସମୟରେ ଖାଲି ବସିବା ଅପେକ୍ଷା ପରୀକ୍ଷା ପାଇଁ ପ୍ରସ୍ତୁତି କରିନେବାକୁ ମୁଁ ଉଚିତ ଭାବିଲି। ମୋର ପ୍ରଥମ ପରୀକ୍ଷା ଭୂଗୋଳ ରହିଛି।