ମିସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାସନାଲଙ୍କଠୁ ନେଇଗଲେ ମୁକୁଟ, ସତ ଆସିଲା ସାମ୍ନାକୁ

Key Points
ରଚେଲ୍ଙ୍କ ଠାରୁ ଛଡାଇ ନିଆଗଲା ମିସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାସନାଲ୍ ମୁକୁଟ
ଗୋଟିଏ ପୋଷ୍ଟରୁ ବିବାଦ ଆରମ୍ଭ
କିଏ ସତ କହୁଛି ତାହା ଜାଣିବାକୁ ଇଛୁକ ଫ୍ୟାନ୍ସ
ଆଗକୁ ଭିଡିଓ କରି ସତ କହିଲେ ରଚେଲ
ମିସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାସନାଲଙ୍କଠାରୁ ଛଡାଇ ନେଲେ ମୁକୁଟ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏନେଇ ନିଜେ ବର୍ଣ୍ଣନା କରିଛନ୍ତି ମିସ୍ ଗ୍ରାଣ୍ଡ୍ ଇଣ୍ଟରନ୍ୟାସନାଲ। ଯାହାକୁ ନେଇ ଫ୍ୟାନ୍ସଙ୍କ ମହଲରେ ଚର୍ଚ୍ଚା ଘଟଣାକ୍ରମ କଣ ଥିଲା ବୋଲି। ଜଲନ୍ଧର ବାସିନ୍ଦା ରଚେଲ ଗୁପ୍ତା ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସ୍ନାଲ-୨୦୨୪ ମୁକୁଟ ଜିତି ଇତିହାସ ରଚିଥିଲେ । ଟାଇଟଲ ଜିତିବାର ପ୍ରାୟ ବର୍ଷେ ପରେ ତାଙ୍କଠୁ ମୁକୁଟ ଫେରାଇ ନିଆଯାଇଛି ।ସୁନ୍ଦରୀ ପ୍ରତିଯୋଗିତା ତରଫରୁ ଏହା ଘୋଷଣା କରାଯାଇଛି। ରଚେଲ ଲେଖିଛନ୍ତି ‘ବିଶ୍ୱରେ ମୋର ସମସ୍ତ ସମର୍ଥକଙ୍କ ପାଇଁ, ଯଦି ଏହି ଖବର ଆପଣଙ୍କୁ ନିରାଶ କରିଛି, ତେବେ ମୁଁ ଦୁଃଖିତ । ମୋ ସହିତ ଠିଆ ହେବାପାଇଁ ଧନ୍ୟବାଦ । ଦୟାକରି ବୁଝନ୍ତୁ ଯେ ଏହି ନିଷ୍ପତ୍ତି ନେବା ସହଜ ନ ଥିଲା । କିନ୍ତୁ ମୋ ପାଇଁ ଏହା ସବୁଠୁ ଉଚିତ୍ ନିଷ୍ପତ୍ତି ଥିଲା । ସତ ଖୁବ୍ଶୀଘ୍ର ସମସ୍ତଙ୍କ ସାମ୍ନାକୁ ଆସିବ । ମୁଁ ଆପଣମାନଙ୍କୁ ଶବ୍ଦଠୁ ବହୁତ ଅଧିକ ଭଲପାଏ । ମୁଁ ଆପଣମାନଙ୍କୁ ଅବସୋସର ସହ ଏହି ଖବର ଦେଉଛି ଯେ ମିସ୍ ଗ୍ରାଣ୍ଡ ଇଣ୍ଟର୍ନ୍ୟାସନାଲ-୨୦୨୪ ପଦରୁ ଇସ୍ତପା ଦେବାକୁ ଏବଂ ନିଜ ମୁକୁଟ ଫେରାଇବାକୁ ମୁଁ ନିଷ୍ପତ୍ତି ନେଇଛି।
ତେବେ ରଚେଲଙ୍କ ଦାବି ଯେ ସେ ନିଜେ ଦୁଃଖର ସହ ଏହି ନିଷ୍ପତ୍ତି ନେଇଛନ୍ତି । ରଚେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ସେୟାର କରିଛନ୍ତି । ଏଥିରେ ସେ ସୁନ୍ଦରୀ ପ୍ରତିଯୋଗିତାର ବିଷାକ୍ତ ପରିବେଶକୁ ମୁକୁଟ ଫେରାଇବାର କାରଣ ବୋଲି କହିଛନ୍ତି।ରଚେଲ ଆହୁରି କହିଛନ୍ତି ‘ମୁକୁଟ ପିନ୍ଧିବା ମୋ ଜୀବନର ଅନ୍ୟତମ ସବୁଠୁ ସୁନ୍ଦର ସ୍ୱପ୍ନ ଥିଲା । ମୁଁ ଆଶାବାଦୀ ଓ ଗର୍ବିତ ଥିଲି ଯେ ନିଜ ଦେଶକୁ ପ୍ରତିନିଧିତ୍ୱ କରି ଇତିହାସ ରଚିବି । କିନ୍ତୁ ମୁକୁଟ ପିନ୍ଧିବା ପର ମାସଗୁଡ଼ିକରେ ମୋର ଅନୁଭବ ମଉଳା ଆଶା, ଖରାପ ବ୍ୟବହାର ଓ ଏକ ବିଷପୂର୍ଣ୍ଣ ପରିବେଶରେ ପରିପୂର୍ଣ୍ଣ ଥିଲା । ଯାହାକୁ ଏବେ ମୁଁ ଚୁପ୍ଚାପ୍ ସହିପାରିବି ନାହିଁ ।
ଏହି ନିଷ୍ପତ୍ତିକୁ ମୁଁ ହାଲୁକାରେ ନେଇନାହିଁ । ଆଗାମି ଦିନରେ ମୁଁ ଏକ ଭିଡିଓ ଶେୟାର କରିବି, ଯେଉଁଥିରେ ଏହି ଜଟିଳ ଯାତ୍ରାର ସବୁ କଥା କହିବି । ମୁଁ ଆପଣଙ୍କଠୁ ଦୟା, ଏବଂ ନିଜର ଆଗାମି ପଦକ୍ଷେପରେ ନିରନ୍ତର ଆପଣଙ୍କ ସମର୍ଥନ ପ୍ରାର୍ଥନା କରୁଛି । ଆପଣଙ୍କ ଭଲପାଇବା ମୋ ପାଇଁ କଳ୍ପନାଠୁ ମଧ୍ୟ ଅଧିକ ମୂଲ୍ୟବାନ ।’ରଚେଲ ନିଜ ତରଫରୁ କାହାଣୀ ବର୍ଣ୍ଣନା କରିଦେଲେ । କିନ୍ତୁ ସଂଗଠନ ଭିନ୍ନ କଥା କହିଛି । ସୁନ୍ଦରୀ ପ୍ରତିଯୋଗିତା ଅନୁସାରେ, ଏହା ରଚେଲଙ୍କୁ ଉକ୍ତ ପଦରୁ ହଟାଇଛି । ହେଲେ କିଏ ସତ କହୁଛି ଏବଂ ପୁରା ଘଟଣାକ୍ରମ କଣ ରହିଛି ତାହା ଜଣାପଡିନଥିବାବେଳେ ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା।