Videos
|
Entertainment

Rajinikanth Jailer 2 / ରଜନୀକାନ୍ତଙ୍କ ଜେଲର୍ ୨ର କ୍ରେଜ…ଥିଏଟର ବାହାରେ ବାଣ ଫୁଟାଇଲେ, ଫଟୋରେ କ୍ଷୀର ଢାଳିଲେ ଫ୍ୟାନ୍ସ

Ritu Das
Browse all articles by Ritu Das
·50 mins ago·2 min read
ରଜନୀକାନ୍ତଙ୍କ ଜେଲର୍ ୨ର କ୍ରେଜ…ଥିଏଟର ବାହାରେ ବାଣ ଫୁଟାଇଲେ, ଫଟୋରେ କ୍ଷୀର ଢାଳିଲେ ଫ୍ୟାନ୍ସ
India

Key Points

ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ଜେଲର ୨କୁ ଶେଷରେ ବଡ଼ ପରଦାରେ ରିଲିଜ ହୋଇଛି
ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ଜେଲର ୨କୁ ଶେଷରେ ବଡ଼ ପରଦାରେ ରିଲିଜ ହୋଇଛି। ସାରା ଦୁନିଆରେ ଏହି ମୁଭିର ରିଲିଜକୁ ଉତ୍ସବ ଭଳି ପାଳନ କରୁଛନ୍ତି। ଥଲାଇଭାଙ୍କ ନୂଆ ମୁଭିକୁ ନେଇ ଫ୍ୟାନ୍ସମାନେ କେଉଁଠି ନାଚୁଛନ୍ତି ତ ଆଉ କେଉଁଠି ହ୍ବିସଲ ତ ତାଳି ମାରୁଥିବା ଦେଖାଯାଇଛି। ବାଣ ଫୁଟାଇବା ସହିତ ତାଙ୍କ ଫଟୋରେ କ୍ଷୀର ଢାଳୁଥିବାର ଦେଖିବାକୁ ମିଳିଛି। ଏହି ଉତ୍ସବରେ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ବି ସାମିଲ ହୋଇଛନ୍ତି। ଫ୍ୟାନ୍ସଙ୍କ ସାଥୀରେ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ସାରା ଦେଶର ବିଭିନ୍ନ ସ୍ଥାନର ରଜନୀକାନ୍ତଙ୍କ ମୁଭିକୁ ନେଇ ସେଲିବ୍ରେଶନ କରୁଥିବାରୁ ଦେଖିବାକୁ ମିଳିଛି। ପଲକ୍କଡର ପ୍ରିୟା ଥିଏଟରରେ ଯେତେବେଳେ ରଜନୀକାନ୍ତଙ୍କ ନାଁ ଏବଂ ଫଟୋ ସ୍କ୍ରିନରେ ଆସିଲା। ପୁରା ହଲ ତାଳି ଶବ୍ଦରେ ଫାଟିପଡ଼ିଲା।

  • ରଜନୀକାନ୍ତଙ୍କ ଫ୍ୟାନ୍ସ ମାନେ ସେଲିବ୍ରେଟ ମୁଡରେ

ଥିଏଟରରେ ଖଚାଖଚ ଗହଳି। ଆଉ ଲୋକ ରଜନୀକାନ୍ତଙ୍କ ମୁଭିକୁ ଏମିତି ଅପେକ୍ଷା କରିଥିଲେ ଯେ, ବଡ଼ ପରଦାରେ ଯେତେବେଳେ ମୁଭି ରିଲିଜ ହେଲା ଲୋକେ ସୁପରଷ୍ଟାରଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଲେ। ସେଲିବ୍ରେଶନର ଭିଡିଓ ଶେୟାର କରି ଜଣେ ଫ୍ୟାନ ଲେଖିଛନ୍ତି, ଆକାଶରେ ଗୋଟିଏ ସୂର୍ଯ୍ୟ, ଗୋଟିଏ ଚନ୍ଦ୍ର ଯେମିତି ସେମିତି ଥାଲାଇଭା ସୁପରଷ୍ଟାର ମଧ୍ୟ ଜଣେ। ତାଙ୍କ ଜାଗା ଆଉ କେହି ନେଇପାରିବେନି।
ଅନ୍ୟ ଏକ ଭିଡିଓରେ, ସୌନ୍ଦର୍ଯ୍ୟା ବିଭିନ୍ନ ଗୀତରେ ନାଚି ନାଚି ସିନେମାରେ ରଜନୀକାନ୍ତଙ୍କ 50ତମ ବାର୍ଷିକୀ ପାଳନ କରୁଥିବାର ଦେଖାଯାଇଥିଲା। ଜେଲର-୨ ମୁଭି ଆଜି ରିଲିଜ ହୋଇଛି। ବେଙ୍ଗାଲୁରୁରେ, ପ୍ରଶଂସକମାନେ ଥିଏଟର ବାହାରେ ଆତସବାଜି ଫୁଟାଇ ଉତ୍ସବ ଆରମ୍ଭ କରିଥିଲେ, ଯେତେବେଳେ ଅନେକ ଫଟୋ ଏବଂ ଭିଡିଓ ଉଠାଉଥିଲେ। ତାଳି ଏବଂ ହୁଇସିଲରେ ପୁରା ମାହୋଲ ବନିଯାଇଥିଲା। ମହୀଶୁରରେ ମଧ୍ୟ ଫ୍ୟାନ୍ସଙ୍କର ସେଲିବ୍ରେଶନ ଦେଖିବାକୁ ମିଳିଲା।

ରଜନୀକାନ୍ତଙ୍କ ମୁଭି ବିଶ୍ବବ୍ୟାପୀ ରିଲିଜ ହୋଇଛି। ଆମେରିକାରେ ବି ରଜନୀଙ୍କ ଫ୍ୟାନ୍ସ ସେଲିବ୍ରେଶନ କରୁଥିବା ଦେଖିବାକୁ ମିଳିଛି। ଜେଲର-୨ ମୁଭିର ଆରମ୍ଭ ଭଲ ହୋଇଛି। ବହୁ ଦର୍ଶକ ଫିଲ୍ମର ଷ୍ଟୋରୀଲାଇନକୁ ପ୍ରଶଂସା କରୁଛନ୍ତି। କିଛି ଲୋକଙ୍କୁ ପ୍ରଥମ ଭାଗ ଭଲ ଲାଗିଥିବାବେଳେ ଆଉ କିଛି ଲୋକଙ୍କୁ ମୁଭିର ଦ୍ବିତୀୟ ଭାଗ ଭଲ ଲାଗିଛି। ସକାଳ ୯ଟା ସୁଦ୍ଧା ଫିଲ୍ମଟି ୧୩ କୋଟି ଆୟ କରିଥିବାବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହି ମୁଭି ୧୨୦ରୁ ୧୪୫ କୋଟି ମଧ୍ୟରେ ଆୟ କରିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜେଲର ୨ ମୁଭି ରଜନୀକାନ୍ତଙ୍କ ୨୦୨୩ ମସିହାର ସିକ୍ବେଲ ଅଟେ। ଯାହାର ନିର୍ଦ୍ଦେଶନା ନେଲସନ ଦିଲୀପ କୁମାର ଦେଇଛନ୍ତି ।